December 23, 2024

Odia Express

Leading Odia News Portal of Odisha

ବଲିଉଡର ଏହି ଅଭିନେତାମାନେ ଛାଡପତ୍ର ନିମନ୍ତେ ଦେଇଛନ୍ତି ଏତିକି ଟଙ୍କା, ଜାଣିକି ହେବେ ଆଶ୍ଚର୍ଯ୍ୟ …

ଯଦି ଆମେ ବଲିଉଡ ଇଣ୍ଡଷ୍ଟ୍ରିର କଥା କହିବୁ ତ ବଲିଉଡ ଇଣ୍ଡଷ୍ଟ୍ରି ବହୁତ ରଙ୍ଗୀନ ଅଟେ । ଏହି ଇଣ୍ଡଷ୍ଟ୍ରିର ଚମକଦାର ଦୁନିଆକୁ ଦେଖି ବ୍ୟକ୍ତିଙ୍କର ଆଖି ଅନ୍ଧାର ହୋଇଯାଏ । ବଲିଉଡ ଇଣ୍ଡଷ୍ଟ୍ରିର ତାରକାଙ୍କର ଜୀବନ କିଛି ଭିନ୍ନ ହୋଇଥାଏ। ଏମାନଙ୍କର ଜୀବନଶୈଳୀ ଏବଂ ଗ୍ଲାମର ଭରା ଦୁନିଆ ଏମାନଙ୍କର ଜୀବନର ଅନ୍ଦାଜକୁ ଭିନ୍ନ କରେ। ଏମିତିରେ ବହୁତ ତାରକାଙ୍କର କହିବା ଅଟେ ଯେ ଯେବେ ଆପଣ ବଲିଉଡ ଇଣ୍ଡଷ୍ଟ୍ରିର ରଙ୍ଗୀନ ଦୁନିଆରେ ଆସିଯାନ୍ତି ତ ନିଜର ବ୍ୟକ୍ତିଗତ ଜୀବନ ସମାପ୍ତ ହୋଇଯାଏ କାରଣ ଏହି ଇଣ୍ଡଷ୍ଟ୍ରିରେ ପଛକେ ଛୋଟ କଥା ହେଉ କିମ୍ବା ବଡ କଥା ହେଉ ପ୍ରତ୍ୟେକ କଥାର ଏକ ପ୍ରସଙ୍ଗ ହୋଇଯାଏ ମିଡିଆରେ ଶିରୋନାମାରେ ଆସିବାରେ ଲାଗେ। ଯେଉଁ କାରଣରୁ ବଲିଉଡର ଏହି ତାରକା ନିଜର ବ୍ୟକ୍ତିଗତ ଜୀବନ ବଞ୍ଚି ପାରନ୍ତି ନାହିଁ। ଏହି କାରଣରୁ ଆଜିକାଲି ଦେଖାଯିବ ତ ବହୁତ ବଲିଉଡ ତାରକା ମାନଙ୍କ ମଧ୍ୟରେ ଛାଡପତ୍ର ହେଇଯାଉଛି । ଏହି ଇଣ୍ଡଷ୍ଟ୍ରିରେ ଛାଡପତ୍ର ହେବା ସାଧାରଣ କଥା ଅଟେ ଏବଂ ଆପଣ ମାନେ ବଲିଉଡର ବିବାହ ବିଷୟରେ ମଧ୍ୟ ଶୁଣିଥିବେ ଯେ ଏହି ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ କିନ୍ତୁ କଣ ଆପଣମାନେ ଜାଣନ୍ତି ଯେ ବଲିଉଡରେ ଯଦି କୌଣସି ଅଭିନେତାଙ୍କର ଛାଡପତ୍ର ହୁଏ ତ ତାହା କେତେ ମହଙ୍ଗା ହୁଏ। ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କେଉଁ ବଲିଉଡ ତାରକା ଛାଡପତ୍ର ନେବା ପାଇଁ କେତେ ଟଙ୍କା ଦେଇଛନ୍ତି ଏହାର ସୂଚନା ଦେବାକୁ ଯାଉଛୁ ।ଆସନ୍ତୁ ଜାଣିବା ବଲିଉଡର ଛାଡପତ୍ର ବିଷୟରେ

ମଲାଇକା ଅରୋରା ଏବଂ ଅରବାଜ ଖାନ – ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କର ବିବାହ 12ଡିସେମ୍ବର 1988ରେ ହୋଇଥିଲା ଏବଂ ନିକଟରେ ଦୁହିଁଙ୍କର ଛାଡପତ୍ର ହୋଇଛି ଏହି ଛାଡପତ୍ରରେ ମଲାଇକା ଅରୋରା ଅରବାଜ ଖାନଙ୍କ ଠାରୁ 15କୋଟି ଟଙ୍କାର ଦାବି କରିଥିଲେ ।

କରିସ୍ମା କପୁର ଏବଂ ସଞ୍ଜୟ କପୁର – ବ୍ୟବସାୟୀ ସଞ୍ଜୟ କପୁରଙ୍କ ସହିତ କରିସ୍ମା କପୁର 2003ରେ ବିବାହ କରିଥିଲେ । ଏହି ଦୁହିଁଙ୍କର ବୈବାହିକ ଜୀବନରେ ଆରମ୍ଭରୁ ବହୁତ ଅସୁବିଧା ଆସୁଥିଲା ଯେବେ ଏହି ଦୁହିଁଙ୍କର ଛାଡପତ୍ର ହେଲା ତ କରିସ୍ମ କପୁର ସଞ୍ଜୟ କପୁରଙ୍କ ଠାରୁ ତାଙ୍କ ବାପାଙ୍କ ଘର ନିଜ ନାମରେ କରେଇବା ପାଇଁ କହିଲେ ଏବଂ ଏହାସହିତ 14କୋଟି ଟଙ୍କା ଦାବି କରିଥିଲେ।

ହ୍ରୀତିକ ରୋଶନ ଏବଂ ସୁଜାନେ ଖାନ – ହ୍ରୀତିକ ରୋଶନ ଏବଂ ସୁଜାନେ ଖାନଙ୍କର ସମ୍ପର୍କ ପ୍ରାୟ 14ବର୍ଷ ପର୍ଯ୍ୟନ୍ତ ଚାଲିଲା ଏବଂ ଏହି ଦୁହିଁଙ୍କର ଅଲଗା ହେବାର ଖବର ଶୁଣିକି ସମସ୍ତ ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ ଯେବେ ଏହି ଦୁହିଁଙ୍କର ଛାଡପତ୍ର ହେଲା ତ ସୁଜାନେ ଖାନ ହ୍ରୀତିକ ରୋଶନଙ୍କ ଠାରୁ 400କୋଟି ଟଙ୍କାର ଦାବି କରିଥିଲେ ପରନ୍ତୁ ହ୍ରୀତିକ ରୋଶନ ପରେ 380କୋଟି ଟଙ୍କା ଦେଇଥିଲେ। ଏହି ଛାଡପତ୍ରକୁ ବଲିଉଡରେ ସବୁଠାରୁ ମହଙ୍ଗା ଛାଡପତ୍ର କୁହାଯାଏ।

ସଇଫ ଅଲି ଖାନ ଏବଂ ଅମୃତା ସିଂହ – ଅମୃତା ସିଂହ, ସଇଫ ଅଲି ଖାନଙ୍କ ଠାରୁ ବୟସରେ ପ୍ରାୟ 13ବର୍ଷ ବଡ ଅଟନ୍ତି। ଏହି ଦୁହିଁଙ୍କର ବିବାହ 1991ରେ ହୋଇଥିଲା ପରନ୍ତୁ ବିବାହର ପ୍ରାୟ 13ବର୍ଷ ପରେ ଦୁହିଁଙ୍କର ସମ୍ପର୍କରେ ଫାଟ ହୋଇଥିଲା ଏବଂ ସଇଫ ଅଲି ଖାନ ଅମୃତା ସିଂହଙ୍କ ଠାରୁ ଛାଡପତ୍ରରେ 5କୋଟି ଟଙ୍କା ଦେଇଥିଲେ ।

ସଞ୍ଜ ଦତ୍ତ ଏବଂ ରିୟା ପିଲ୍ଲାଇ  – ଏହି ଦୁହେଁ 1988ରେ ବିବାହ କରିଥିଲେ । ସଞ୍ଜ ଦତ୍ତଙ୍କର ରିୟା ଦ୍ଵିତୀୟ ପତ୍ନୀ ଥିଲେ । ଏପରି କୁହାଯାଏ ଯେ ସଞ୍ଜୟ ଦତ୍ତ ରିୟା ପିଲ୍ଲାଇଙ୍କୁ ବହୁତ ଭଲ ପାଉଥିଲେ ଏବଂ ସେ ରିୟାଙ୍କର ସପିଙ୍ଗ ଏବଂ ମେଡିକାଲ ବିଲର ଖର୍ଚ୍ଚ ସେପର୍ଯ୍ୟନ୍ତ ଉଠାଉଥିଲେ ଯେ ପର୍ଯ୍ୟନ୍ତ ଏହି ଦୁହିଁଙ୍କର ଅଫିସିଆଲି ଛାଡପତ୍ର ହୋଇନଥିଲା। ସଞ୍ଜୟ ଦତ୍ତ ଛାଡପତ୍ରରେ ରିୟାଙ୍କୁ 8କୋଟି ଟଙ୍କା ଏବଂ ଏକ ବିଳାସମୟ କାର ଦେଇଥିଲେ ।

Leave a Reply

Your email address will not be published. Required fields are marked *