October 19, 2024

Odia Express

Leading Odia News Portal of Odisha

ବାପା ବନିବାକୁ ଚାହୁଁଥିଲେ IAS ଅଫିସର୍ କିନ୍ତୁ ହୋଇପାରିଲେ ନାହିଁ , କିନ୍ତୁ ଏବେ ଝିଅ ହୋଇଗଲେ IAS ଅଫିସର୍ – ପୁରା କଲେ ବାପାଙ୍କ ସ୍ୱପ୍ନ ଆଉ ତାପରେ..

ଜରୁରୀ ନୁହେଁ କି କେବଳ ପୁଅ ହିଁ ଜଣେ ବାପାଙ୍କର ସ୍ୱପ୍ନକୁ ପୁରଣ କରିପାରିବ , ଝିଅମାନଙ୍କୁ ବି ମଉକା ଦିଅନ୍ତୁ ସେମାନେ ନିଜ ବାପାଙ୍କ ସ୍ୱପ୍ନକୁ ନିଶ୍ଚିତ ସାକାର କରିବେ , ଏମିତି କେତେ ଝିଅଙ୍କ କାହାଣୀ ଅଛି ଯିଏକି ନିଜ ବାପାଙ୍କ ସ୍ୱପ୍ନକୁ ସାକାର କରି ଗର୍ବରେ ଛାତି ଉଂଚା କରିଛନ୍ତି , ଏମିତି ଏକ କାହାଣୀ ଆପଣଙ୍କୁ କହିଦେବୁ କି ଏହି କାହାଣୀ ସାକ୍ଷୀଙ୍କର ଅଟେ , ଯିଏକି ଉତ୍ତର ପ୍ରଦେଶର ରବର୍ଟଗଞ୍ଜର ବାସିନ୍ଧା ଅଟେ , ସାକ୍ଷୀ ୨୦୧୮ ରେ ଆଇଏଏସ୍ ହୋଇଥିଲେ ।ସାକ୍ଷୀ କହିଲେ କି ସେ ଭଲ ପାଠ ପଢୁଥିଲେ , ସେ ସ୍ନାତକ ପର୍ଯ୍ୟନ୍ତ ପାଠ ପଢିଛନ୍ତି , ସେ ରବର୍ଟଗଞ୍ଜରେ ରହିକରି କରିଥିଲେ,  ହାଇସ୍କୁଲ୍ ରେ ୭୬ ପ୍ରତିଶତ ଓ +୨ ରେ ୮୧,୪ ପ୍ରତିଶତ ଅଙ୍କ ଆଣି ନିଜ ସ୍କୁଲର ନାଁ ଉଜ୍ଜଳ କଲେ । ରାଜକୀୟ ମହିଳା ମହାବିଦ୍ୟାଳୟରୁ ସାକ୍ଷୀ ବିଏରେ ଡିଗ୍ରୀ ହାସିଲ୍ କଲେ ।

 

+୨ ପରେ ସେ ମନ ବଳାଇଲେ କି ସେ ୟୁପିଏସ୍ ସି ପାଇଁ ପ୍ରସ୍ତୁତି କରିବେ , ସାକ୍ଷୀ କହିଲେ କି +୨ ରେ ୮୧ ପ୍ରତିଶତ ଅଙ୍କ ଆଣିବାପରେ ସେ ୟୁପିଏସ୍ ସି ପ୍ରସ୍ତୁତି ଆରମ୍ଭ କରିଥିଲେ , କିନ୍ତୁ ରବର୍ଟଗଞ୍ଜ ର ପ୍ରତିଯୋଗୀ ପରିକ୍ଷାପାଇଁ ଭଲ ସଂସାଧନ୍ ନଥିଲା , ସେ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ,

ସାକ୍ଷୀ କହିଲେ କି ଗ୍ରାଜୁଏସନ୍ କରିବାପରେ ସେ ଦିଲ୍ଲୀ ଆସିବାର୍ ଫଇସଲା କଲେ , ତାଙ୍କ ବାପା ବହୁତ ସପୋର୍ଟ ବି କରିଥିଲେ । ସାକ୍ଷୀଙ୍କ ବାପା କୃଷ୍ଣ କୁମାର ଗର୍ଗ ପେଶାରେ ଜଣେ ବିଜନେସମ୍ୟାନ୍ ଅଟନ୍ତି , ଓ ମା ରେଣୁ ଗର୍ଗ ଜଣେ ଗୃହଣୀ ଅଟନ୍ତି ।

 

ସାକ୍ଷୀ କହିଲେ କି ତାଙ୍କ ବାପା ବି ଆଇଏଏସ୍ ହେବାକୁ ଇଚ୍ଛା ରଖିଥିଲେ , କିନ୍ତୁ କିଛି କାରଣରୁ ସେ ନିଜ ସ୍ୱପ୍ନକୁ ପୁରା କରିପାରିନଥିଲେ , ଏଥିପାଇଁ ସେ ସାକ୍ଷୀଙ୍କୁ ୟୁପିଏସ୍ ସି ପ୍ରସ୍ତୁତି ପାଇଁ ନା କେବଳ ମାନସିକ ରୁପେ ବରଂ ସବୁ ଜାଗାରେ ସପୋର୍ଟ ଦେଲେ , ସାକ୍ଷୀଙ୍କ ବାପା କୃଷ୍ଣକୁମାର ଗର୍ଗ କହିଲେ କି ସେ ନିଜେ ଆଇଏଏସ୍ ହେବାକୁ ଇଚ୍ଛା ରଖିଥିଲେ , କିନ୍ତୁ ସ୍ୱପ୍ନ ପୁରା ହୋଇପାରିଲା ନାହିଁ , ଆଜି ତାଙ୍କ ଝିଅ ଏହି ଦିଗରେ ଆଗକୁ ବଢିବାକୁ ସେ ପ୍ରେରଣା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *