ଆସନ୍ତୁ ଜାଣିବା ଆମେ କି ପ୍ରକାରର ଆମ ଦାନ୍ତର ଯତ୍ନ ନେଇ ପାରିବା – ସମସ୍ତେ ଏହି କଥା ଜାଣିବା ନିହାତି ଦରକାର..
ନମସ୍କାର ବନ୍ଧୁଗଣ ଆଜି ଆମେ ଏଠି କିଛି ଉପାୟ ବିତରଣ କରିବାକୁ ଯାଉଛୁ ଯାହା ଦ୍ୱାରା ଆପଣଙ୍କ ଦାନ୍ତର ସମସ୍ୟା ଦୁର ହୋଇଯିବ।ଦାନ୍ତର କୌଣସି ସମସ୍ୟା ଶହ ଆପଣଙ୍କ ଯଦି ଆପଣଙ୍କ ପାଇରିଆ ଭଳି ସମସ୍ୟା ଥାଏ କି ମୁହଁରୁ ଦୂର୍ଗନ୍ଧ ଆସିଥାଏ ଓ ଆପଣଙ୍କ ଦାନ୍ତରେ ବି ଥଣ୍ଡା ଓ ଗରମ ଲାଗିଲେ କଷ୍ଟ ହୁଏ ଏ ସବୁ ଅସୁବିଧା ଆପଣଙ୍କର ଦୁଇ ମିନିଟରେ କୁଆଡେ ପଳେଇବ।ଏ କଷ୍ଟ ଆଜି କାଲିର ସବୁ ଛୋଟ ବଡ଼ ମଣିଷକୁ ହେବାରେ ଲାଗିଛି ଆଉ ଦାନ୍ତ ରୋଗ ଆମ ହଜମ ପ୍ରକ୍ରିୟା ଶହ ଜଡିତ ଅଛି ଆମ ଦାନ୍ତ ରୋଗ ଛୋଟ ଅନ୍ତନଳୀରୁ ବଡ଼ ଅନ୍ତନଳୀ ଖାଦ୍ୟ ସବୁଠି ହଜମ ହୋଇ ପଚିବାରେ ଲାଗୁଛି ସେ ଯେତେବେଳେ ହଜମ ହୋଇ ପଚିବାକୁ ଲାଗେ ସେଥିପାଇଁ ଆମ ଦାନ୍ତ ସଢ଼ିବାକୁ ଲାଗେ।
ପାଇରିଆ ସମସ୍ୟା ଓ ମାଢ଼ିରେ ଦରଜ ହେବାକୁ ଲାଗିଥାଏ ଓ ରକ୍ତ ପଡ଼ିବାକୁ ଲାଗିଥାଏ ଦାନ୍ତ ରୋଗର ଏ ଯେଉଁ ମୁଖ୍ୟ ରୋଗ ସେ ହଉଛି ପାଚନ ତନ୍ତ୍ର।ତାପରେ ଆସିବ ଯାହା ଆମେ ଦାନ୍ତକୁ ଭଲଭାବରେ ସଫା କରିନଥାଉ ଆମେ ଶିଘ୍ର ଶିଘ୍ର ଭଲ ଭାବରେ ଦାନ୍ତ ସଫା କରିବା ଭୁଲି ଯାଇଥାଉ ଯାହାଦ୍ୱାରା ଦାନ୍ତ ସନ୍ଧିରେ ଫସିଥିବା ଖାଦ୍ୟ କୁ ସଫା କରିନଥାଉ ଓ ସେଗୁଡିକ ପିଚିବା ଆରମ୍ଭ ହୋଇଯାଏ ଓ ଆମକୁ ପାଇରିଆ ଭଳି ରୋଗ ହୋଇଥାଏ।ଡାକ୍ତର କଣ କରନ୍ତିନା ତାଉପର ଲେୟାରକୁ କାଢି ଦିଏ ଯାହା ଆମକୁ ଥଣ୍ଡା ଗରମ ଖାଇଲେ ଜଣା ପଡିନଥାଏ ଓ ଦାନ୍ତରେ ଦରଜ ହେବାକୁ ଲାଗିଥାଏ।
ଆଜିର ଏ ଘରୋଇ ଉପାୟ ଆପଣଙ୍କ ଦାନ୍ତର ସବୁ କଷ୍ଟକୁ ଦୁର କରିବ।ଦାନ୍ତ କାଢ଼ିବା ଦ୍ୱାରା ଆମ ହଜମରେ ସମସ୍ୟା ସୃଷ୍ଟି ହୁଏ ଓ ଆମର ଗ୍ୟାସର ସମସ୍ୟା ସୃଷ୍ଟି ହୋଇଥାଏ କ ଖାଦ୍ୟ ହଜମ ହେବା ବନ୍ଦ ହୋଇଯାଇଥାଏ ଓ ବହୁତ କଷ୍ଟ ହୋଇଥାଏ।ଦାନ୍ତ କାଢ଼ିବା ତାର ସ୍ଥାୟି ଉପଚାର ନୁହେଁ କିନ୍ତୁ ଘରେଇ ଉପଚାର ତାର ସ୍ଥାୟି ଉପଚାର ଅଟେ ଏହା ଆପଣଙ୍କୁ କଷ୍ଟ ନଦେଇ ଏହାର ଉପଚାର କରିଥାଏ।
ଏହାପାଇଁ ଆପଣଙ୍କୁ କଣ କରିବାକୁ ହେବନା ଆପଣ ଫିଟିକିରି ନେବେ ଆପଣ ଗୋଟା ମୁଣ୍ଡା ନେବେ ପାଉଡର ନୁହେଁ।ଆପଣ ତାକୁ ଗ୍ରାଇଣ୍ଡର ସାହାଯ୍ୟରେ ଗୁଣ୍ଡ କରି ଏହାର ଚୂର୍ଣ୍ଣ କରିନେବେ।ଆପଣ ଅଧା ଗିଲାସ ଉଷୁମ ପାଣି ନେବେ ଓ ତଅଭିତରେ ଅଧା ଚାମୁଚ ଗୁଣ୍ଡ ନେବେ ଓ ତାକୁ ଭଲଭାବରେ ଗୋଳେଇବେ ଆପଣଙ୍କ ଦାନ୍ତରେ ଦରଜ ହେଲେ ଆପଣ ତାକୁ ସକାଳ ସନ୍ଧ୍ୟାରେ କୁଳି କରିବେ ଓ କୂଳି କରିବାର ୧୫-୨୦ ମିନିଟ ପର୍ଯ୍ୟନ୍ତ ଆପଣଙ୍କୁ କିଛିବି ଖାଇବାର ନାହିଁ।
ଆପଣ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଏମିତି କରିବା ଦ୍ୱାରା ଆପଣଙ୍କ ପାଟିରୁ ରକ୍ତ ପଡିବା ପାଇରିଆ ସମସ୍ୟା ଆଦି ରୋଗ ଦୁର ହୋଇଥାଏ।ଆପଣଙ୍କ ର ଭଲ ହୋଇଗଲେ ଆପଣ ବ୍ୟବହାର କରିବା ଛାଡ଼ିଦେବେ ଓ ତାପରେ ଆପଣଙ୍କର ପୁଣି ଆରମ୍ଭ ହେଲେ ଆପଣ ପୁଣି ବ୍ୟବହାର କରନ୍ତୁ ଏହାର ସ୍ଥାୟି ସମସ୍ୟା ପାଇଁ ଆପଣ ନିଜ ଖାଦ୍ୟ ପେୟର କ୍ୟାଲସିୟମର ମାତ୍ରା ଅଧିକ ନେବା ଉଚିତ ଯାହାବି ଆପଣ ଖାଉଛନ୍ତି ତାପରେ ଆପଣ ନିଜ ହାତ ମାରି ଦାନ୍ତ କୁ କୁଳି କରିବା ଆବଶ୍ୟକ।
ବ୍ରଶ ଦିନକୁ ୨ଥର କରିବା ଆବଶ୍ୟକ ଓ ଦିନରେ ଯାହା ଖାଇବେ ତାପରେ କୁଳି କରିବା ଅତ୍ୟନ୍ତ ଆଵଶ୍ୟକ ହୋଇଥାଏ।ଆପଣ ଯେତେବେଳେ ଯାହା ଖାଇଲେ ଆପଣ ହାତମାରି କୁଳି କରିବା ଦ୍ୱାରା ଆପଣଙ୍କ ଦାନ୍ତରେ ଲାଗିଥିବା ଖାଦ୍ୟ ବାହାରି ଯାଏ।ଯାହାଫଳରେ ଖାଦ୍ୟ ସଢ଼ିବ ନାହିଁ ଓ ନାକୀ ଆପଣଙ୍କ ଦାନ୍ତରେ ହଳଦିଆ ପଣ ଆସିବ,ନା ମୁହଁରେ ଦୂର୍ଗନ୍ଧ ଆସିବ,ନା ପାଇରିଆ ହେବ।
ଦ୍ଵିତୀୟ ଉପାୟ ଆପଣଙ୍କ ଦାନ୍ତରୁ ଯଦି ରକ୍ତ ଆସେ ଓ ଦରଜ ହୁଏ ଆପଣ ପିଆଜର ରସକୁ ଆପଣ ଘସନ୍ତୁ ଓ ସାଙ୍ଗେ ସାଙ୍ଗେ ଲଗେଇବେ ରଶ କାଢ଼ିଦେବେ ପରେ ବ୍ୟବହାର କରିବେ ଏମିତି କରିବେ ନାହିଁ ଏହା ଦ୍ୱାରା ଆପଣଙ୍କୁ କୌଣସି ଲାଭ ହେବ ନାହିଁ। ଆପଣ ଦେଖିବେ କି ଏମିତି କରିବା ଦ୍ୱାରା ଆପଣଙ୍କ ଦାନ୍ତରେ ଥିବା ଦରଜ ସମ୍ପୂର୍ଣ୍ଣ ଭାବେ ଚାଲିଯିବ ଓ ମାଢ଼ିରୁ ଯଦି ରକ୍ତ ପଡୁଥିବ ତାହା ନିଶ୍ଚିନ୍ତ ରୂପେ ଭଲ ହୋଇଯିବ।ତୃତୀୟ ଉପାୟରେ ଆପଣଙ୍କୁ ଲୁନର ବ୍ୟବହାର କରିବାର ଅଛି ଲୁଣରେ ଆଣ୍ଟି ବାଇଓଟିକ ଓ ଆଣ୍ଟି ସେପ୍ଟିକ ଗୁଣ ରହିଥାଏ।ଏହା ଦାନ୍ତର କ୍ୟାବିଟିକୁ ଭଲ କରିଥାଏ। ଆପଣ ସେଥିପାଇଁ ଗୋଟେ ଚାମୁଚ ଲୁଣକୁ ଗରମ ପାଣିରେ ମିଶେଇ ଆପଣଙ୍କୁ କୁଳି କରିବାର ଅଛି ଏମିତି ଆପଣଙ୍କୁ ଗୋଟେ ଦିନରେ ୨-୩ ଥର କରିବାର ଅଛି।ଆପଣ କୁଳି କରିବା ପରେ ଆପଣଙ୍କୁ ତାପରେ କିଛିବି ଖାଇବାର ନାହିଁ।
ତୃତୀୟ ଉପାୟ ଆପଣଙ୍କର ଏହା ଅଟେକି ଆପଣଙ୍କୁ ନେବାର ଅଛି ହଳଦୀ ବେଶି ନାହିଁ ୨୫ଗ୍ରାମ ନେବେ ସେଥିରେ ସୋରିଷ ତେଲ ମିଶେଇବେ ଓ ତାର ପେଷ୍ଟ ବନେଇନେବେ ଆପଣଙ୍କ ଯେଉଁ ଦାନ୍ତରେ ଦରଜ ହେଉଥିବ ଆପଣଙ୍କୁ ସେ ଦାନ୍ତରେ ବୋଳିବାର ଅଛି ଓ କିଛି ଖାଇବେନି ପିବେନି ସୋଇଯିବେ ଓ ସକାଳୁ ଉଠି କୁଳି କରିବାର ଅଛି।ହଳଦୀ କଣ କରିବନା ଆପଣଙ୍କ ଦାନ୍ତକୁ ଶକ୍ତ କରିବ ଓ ମାଢ଼ିରେ ଥିବା ଫୁଲାକୁ କମ କରିବ ଓ ପାଇରିଆ ଅସୁବିଧାକୁ ଦୁରକରିବ ଆପଣଙ୍କ ଦାନ୍ତରେ ଥିବା ପୋକକୁ ହଟେଇବ ଏବେ ଆପଣ ଏମାନଙ୍କ ଭିତରୁ କୌଣସିବି ଉପାୟକୁ ଅନୁସରଣ କରିବେ ନିଶ୍ଚିତଭାବେ ଆପଣଙ୍କ ଦାନ୍ତରେ ଥିବା ପୋକ,ପାଇରିଆ,ମାଢିରୁ ରକ୍ତ ପଡିବା ଆଦି ରୋଗ ଦୁର ହୋଇଥାଏ ଓ ଆମେ ଦେଇଥିବା କେତେକ ଟିପ୍ପଣୀ କୁ ମଧ୍ୟ ଅନୁସରଣ କରିବେ।
ଏହା ବ୍ୟତୀତ ଆଉ ଗୋଟେ ଜିନିଷ ଆପଣଙ୍କୁ କହିଦେଉଛୁ ଆପଣ ରସୁଣର ବ୍ୟବହାର ଆପଣଙ୍କ ଦାନ୍ତ ପାଇଁ ବହୁତ ଭଲ ହୋଇଥାଏ। ଆପଣ ରସୁଣର ଗୋଟେ କିମ୍ବା ୨ଟା ପାଖୁଡା ପୋକ ଦାନ୍ତରେ ଚୋବେଇବା ଦ୍ୱାରା ଯେଉଁ ଲାଳ ପ୍ରସ୍ତୁତ ହେବ ତାହା ଆପଣଙ୍କ ଦାନ୍ତ ଭିତରକୁ ଯିବ ଓ ଆପଣଙ୍କ ଦାନ୍ତ ଦରଜ ସମ୍ପୂର୍ଣ୍ଣ ରୂପେ ଭଲ ହୋଇଯିବ।ଏହିଭଳି ଆପଣ ଆପଣଙ୍କ ଦାନ୍ତର ଯତ୍ନ ନେଇ ପାରିବେ।