December 24, 2024

Odia Express

Leading Odia News Portal of Odisha

ଆମେ ବ୍ୟବହାର କରୁଥିବା ପେଟ୍ରୋଲ କିପରି ପ୍ରସ୍ତୁତ ହୁଏ ଆସନ୍ତୁ ଜାଣିବା – ନିଶ୍ଚୟ ଜାଣିରଖନ୍ତୁ …

ସାଙ୍ଗମାନେ ଆମେ ଆପଣମାନଙ୍କୁ ସ୍ବାଗତ ଜଣାଉଛୁ ଆପଣ ଜାଣିଛନ୍ତିକି ପେଟ୍ରୋଲ କିପରି ତିଆରି ହୁଏ ?ଆପଣଙ୍କୁ ଦେଖିକି ଲାଗୁଥିବକି ପେଟ୍ରୋଲ ତିଆରି ଅତ୍ୟନ୍ତ ସହଜ ସାଧ୍ୟ କାମ ଅଟେ କିନ୍ତୁ ନା। ଆପଣ ଜାଣିଥିବେ ହାତୀକୁ ପାଳିବା ବହାଦୁରୀ ନୁହେଁ ହାତୀକୁ ଖୋଇବା ବହାଦୁରୀ ଅଟେ,ଠିକ ସେହିଭଳି କୋୖଣସି ଗାଡିକୁ କିଣିଦେବା ବହାଦୁରୀ ନୁହେଁ ସେଥିରେ ଲଗାତାର ପେଟ୍ରୋଲ ପକେଇବା ଦ୍ୱାରା ଲୋକଙ୍କ ଅବସ୍ଥା ଖରାପ ହୋଇଯାଇଥାଏ।ତାର ମୁଖ୍ୟ କାରଣ ହେଲା ପେଟ୍ରୋଲର ଦର ଦିନକୁ ଦିନ ବଢ଼ିବାରେ ଲାଗିଛି।କହିବାକୁ ଗଲେ ଏହା ଦ୍ୱାରା ଧନୀ ଲୋକଙ୍କୁ କିଛି ଫରକ ପଡେନି କି ଗରିବ ମାନଙ୍କୁ ବି କିଛି ଫରକ ପଡେନି କିନ୍ତୁ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କୁ ଫରକ ପଡିଥାଏ।

ଏମିତି ତେଲ ବଢୁଥିବା ଦେଖି ଲୋକଙ୍କ ପକେଟ ଢିଲା ହେବାର ଲାଗିଛି।ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା କି ପେଟ୍ରୋଲ କିପରି ତିଆରି ହୋଇଥାଏ।ଆଜି ଆମେ ଆପଣଙ୍କୁ ସେ ସବୁ ପ୍ରଶ୍ନ ଉତ୍ତର ଆପଣଙ୍କୁ ଜଣେଇବାକୁ ଯାଉଛୁ।ପେଟ୍ରୋଲ ଆମ ଭାରତରେ ନୁହେଁ ବିଶ୍ୱରେ ସବୁଠାରୁ ବ୍ୟବହାର ହୋଇଥାଏ।ଆଜି କାଲି ସବୁଠାରେ ପେଟ୍ରୋଲ ଗାଡି ଚାଲୁଛି ଆପଣ ଜାଣି ନିଅନ୍ତୁ କି ପେଟ୍ରୋଲ ଓ ଡିଜେଲ ବିନା କୌଣସି ଗାଡି ଆଗକୁ ବଢ଼ିନଥାଏ।ତେଲର ଦର କିଛି ଦେଶରେ ବହୁତ ଅଧିକ ଓ କିଛି ଦେଶରେ ବହୁତ କମ ହୋଇଥାଏ।ସାଧାରଣ କଥା ଆମେ ଜାଣିବା ଦରକାର ପେଟ୍ରୋଲ ଉତ୍ପାଦନ କରୁଥିବା ଦେଶରେ ଏହାର ମୂଲ୍ୟ ବହୁତ କମ ହୋଇଥିବ କାରଣ ଯେଉଁ ଦେଶରେ ବାହାର କରାଯାଏ ନାହିଁ ସେ ଦେଶରେ ଏହାକୁ ଆଣିବାର ଖର୍ଚ୍ଚ ଦେବାକୁ ପଡେ ଓ ଏହାର ମୂଲ୍ୟ ବଢିଯାଏ।

ଆମେ ଆପଣଙ୍କୁ କହିଦେବୁକି ପେଟ୍ରୋଲ ଆମକୁ ଗାଢ଼ା ଓ ତରଳ କଳା ରଙ୍ଗରେ ମିଳିଥାଏ ଯାହାକୁ ଆମେ ପେଟ୍ରୋଲୀୟମ କହୁ।ପେଟ୍ରୋଲୀୟମ ମାଟି ଭିତରେ ଥିବା ପଥରରୁ ବାହାରି ଥାଏ ଆମେ ଜାଣିବା କି କିପରି ପଥର ଭିତରେ ବାହାରି ଥାଏ।ହଜାର ଲକ୍ଷ୍ୟ ବର୍ଷ ପୂର୍ବରୁ ବିଭିନ୍ନ ପ୍ରକାର ଗଛ ଓ ବିଭିନ୍ନ ଜୀଵ ପୃଥିବୀରେ ଆସିଥିବା ଭୟାନକ ପରିବର୍ତ୍ତନ ବା ବିନାଶ ଯୋଗୁ ମାଟିତଳେ ଦବିଯାନ୍ତି ଗରମ ଓ ଦବାଵ ପାଇ ସେହି ମୃତ ଜୀଵ ଆଦି ଅବଶେଷରେ ପରିଣତ ହୋଇଗଲେ ଓ ସମୟକ୍ରମେ ମଣିଷ ବିଭିନ୍ନ ଉପାୟରେ ସମୁଦ୍ର ଭିତରେ କାରଖନା ଲଗେଇ ବିଭିନ୍ନ ଉପାୟରେ ତାକୁ କାଢ଼ିଥାଏ।ସାଙ୍ଗମାନେ ପେଟ୍ରୋଲୀୟମର କୂଅ ହୋଇଥାନ୍ତି ଓ ତଅଭିତରୁ କଞ୍ଚା ତେଲ ବାହାରିଥାଏ।ଏହିଥିରେ ଡିଜେଲ,ପେଟ୍ରୋଲ,କିରୂସିନ,ମହମ ଆଦି ଜିନିଷ ଥାଏ।

ତାକୁ ସଫା କରିବା ପାଇଁ ବିଭିନ୍ନ କାରଖନାକୁ ଅଣାଯାଇଥାଏ।ଏହି ପ୍ରକାର କାରଖାନାକୁ ପେଟ୍ରୋଲ ରିଫାଇନାରୀ କୁହାଯାଏ।କଞ୍ଚା ତେଲକୁ ବଡ଼ ବଡ଼ ଡ୍ରମରେ ପୁରେଇ ଗରମ କରାଯାଇଥାଏ।ତାପରେ ଅଲଗା ଅଲଗା ତାପମାନରେ ଅଲଗା ପାଇପରେ ସେଗୁଡିକୁ ଅଲଗା କରାଯାଏ।ଆଉ ଏହି ଭଳି ଆମକୁ ପେଟ୍ରୋଲ ମିଳିଥାଏ।ବୈଜ୍ଞାନିକମାନେ ପେଟ୍ରୋଲ କାଢ଼ିବା ପାଇଁ ବିଭିନ୍ନ ଉପାୟ ବାହାର କରିଛନ୍ତି କିନ୍ତୁ ଏହାର ଦାମ ବହୁତ ଅଧିକ ଅଟେ।ବହୁତ ଦେଶରେ ପେଟ୍ରୋଲ ଉତତ୍ପନ୍ନ ହୁଏ କିନ୍ତୁ ଆରବ ଦେଶରେ ଅଧିକ ଉତତ୍ପନ୍ନ ହୁଏ।ଗ୍ୟାସୋଲିନ ନାମକ ଏକ ଗ୍ୟାସ ଅଛି ଏହାର ନିର୍ମାଣ ପ୍ରକ୍ରିୟା ଏହାର ମୁଖ୍ୟ ଉପାଦାନରୁ ସୃଷ୍ଟି ହୋଇଥାଏ ଯାହାହେଉଛି କ୍ରୁଡ଼ ଅଏଲ।ଏହି ସେଇଆ ଅଟେ ଯାହା କିରୋସିନ,ମହମ ଆଦି ମିଶ୍ରିତ ତେଲ ଅଟେ।ଖଦାନରେ ତେଲ କାଢ଼ିବା ବେଳେ ବହୁତ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି।

ଭବିଷ୍ୟତରେ ଏମିତି ସମୟ ଆସେ ଯେତେବେଳେ ଏ ସବୁ ତେଲ ସରିଯିବ ସେଥିପାଇଁ ଇଲେକ୍ଟ୍ରୋନିକ ଗାଡି ବାହାରୁଛି ଯେଉଁଟାକି ଭବିଷ୍ୟତରେ ଡିଜେଲ ଓ ପେଟ୍ରୋଲ ଗାଡିର ସ୍ଥାନ ନେବ।

Leave a Reply

Your email address will not be published. Required fields are marked *