ଆସନ୍ତୁ ଜାଣିବା ଘରେ ହିଁ କିପରି ନିଜର କଳା ପଡ଼ିଯାଇ ଥିବା ଗ୍ୟାସ ବର୍ନର ଚୁଲା କୁ ସଫା କରିବା ଏହି ସହଜ ଉପାୟରେ – ଉତ୍ତାପ ଦୁଇଗୁଣ ବଢ଼ିଯିବ ଆପଣଙ୍କର..
ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମେ ଏଠି ସ୍ୱାଗତ ଜଣାଉଛି। ନୀତିଦିନ ଜୀବନରେ ଲୋକମାନେ ରନ୍ଧାରନ୍ଧି କରିବା ପାଇଁ ସାଧାରଣତଃ ଗ୍ୟାସର ବ୍ୟବହାର କରୁଛନ୍ତି, ମଝିରେ ମଝିରେ ଖାଦ୍ୟ ଆଦି ହେଉ କିମ୍ବା ଭାତରୁ ପେଜ ଓ କ୍ଷୀର ଉତ୍ତୁରି କି ଅଳିଆ ଆବର୍ଜନା ଦ୍ୱାରା ଆମ ଗ୍ୟାସର ଚୁଲା ବା ବର୍ଣ୍ଣଲ ଜାମ ହୋଇଯାଇଥାଏ।ଆଜି ଆମେ ଏଠି ଗ୍ୟାସ ଚୁଲାର ବର୍ଣ୍ଣଲ ସଫା କରିବାର ଉପାୟ ଜାଣିବା।ଖାଇବା ବନେଇବା ସମୟରେ ଏ ଯେଉଁ ବର୍ଣ୍ଣଲ ଥାଏ ଏହା ଧୀରେ ଧୀରେ ଅସନା ହୋଇଯାଏ ଓ ନିଆଁ ଜଳିବା କାରଣରୁ କଳା ପଡ଼ିଯାଏ ଓ ତାର ଯେଉଁ ଗାତ ଥାଏ ଛୋଟ ଛୋଟ ବନ୍ଦ ହୋଇଯାଏ ଯାହାଫଳରେ ସେ ଯୋଉ ନିଆଁ ଥାଏ ଏକଦମ ଧୀରେ ଧୀରେ ବାହାରେ ଓ ଆମ ଖାଦ୍ୟବି ଡେରିରେ ରୋଷେଇ ହୋଇଥାଏ।
ସେଥିପାଇଁ ସମୟ ସମୟରେ ତାର ସଫା କରିବା ଜରୁରୀ ହୋଇଥାଏ ଆପଣ ଦେଖିଥିବେ ସେ କଳା ପଡ଼ିଯାଇଥାଏ ଓ ଆପଣ ପ୍ରାୟ ଦେଖିଥିବେ ଗ୍ୟାସ ଚୁଲାରେ ଲୁହାର ବର୍ଣ୍ଣଲ ଆସିଥାଏ।ତାକୁ ସଫା କରିବା ପାଇଁ ସର୍ବ ପ୍ରଥମ ଆପଣ ନେବେ ଗୋଟେ ସଫା ଗିନା ତାଭିତରେ ନେବା ଖାଇବା ସୋଢ଼ା ଏହା ସଫେଇରେ ମଧ୍ୟ କାମରେ ଆସେ ଓ ତାପରେ ନେବେ ଗୋଟେ ଲେମ୍ବୁ ତାପରେ ତାକୁ କାଟି ଫାଳ କରିନେବା ତାପରେ ସେ ଲେମ୍ବୁକୁ ନେଇ ସେ ସୋଢ଼ା ତାଉପରେ ଲଗେଇବା ଓ ସେ ଲେମ୍ବୁ ସମେତ ସୋଢ଼ାକୁ ନେଇ ସେ ଚୁଲାରେ ଘଷିବା ଯେମିତି ଭଲଭାବରେ ସେ ବର୍ଣ୍ଣଲରେ ଲାଗିଯିବ ଧ୍ୟାନଦେବେ ତାର ଆଖ ପାଖ ସବୁ ପଟରେ ଭଲଭାବରେ ଲଗାଇବା ଉଚିତ ଓ ଭଲଭାବରେ ଘଷିବେ ଓ ତାପରେ ଗୋଟେ ବଡ଼ ଗିନା ନେବେ ସେଥିରେ ସେ ବର୍ଣ୍ଣଲକୁ ରଖିବେ ଓ ତାପରେ ଆପଣଙ୍କୁ ଦରକାର ପଡିବ ଭିନେଗାରର ଯେଉଁ ଭିନେଗାର ଆମର ଚାଉମିନ ଆଦିର ବ୍ୟବହାର କରାଯାଇଥାଏ।
ଏ ଭିନେଗାର ବହୁତ ଶିଘ୍ର ତାକୁ ସଫା କରିବ ବିନା ଆପନଙ୍କ କୌଣସି ପରିଶ୍ରମରେ ତାପରେ କଣ କରିବେ ନା ସେ ସୋଢ଼ା କୁ ସେ ବର୍ଣ୍ଣଲ ଉପରେ ପକେଇଦେବେ ଓ ତାପରେ ସେ ଆଧା ଗିନା ଭିନେଗାର ସେଥିରେ ମିଶେଇବେ ଆଉ ତାକୁ ସେଥିରେ ବୁଡ଼େଇ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ବୁଡ଼େଇ ରଖିଦେବେ ଯଦି ଆପଣ ଅଧିକ ଭଲ ଫଳାଫଳ ଚାହୁଁଛନ୍ତି ତ ଆପଣ ଆହୁରି ଡେରି ସମୟ ପର୍ଯ୍ୟନ୍ତ ରଖି ପାରିବେ ଓ ତାପରେ ଆପଣ ଦେଖିବେ ଏହା ସମ୍ପୂର୍ଣ୍ଣ ଭାବେ ସଫା ହୋଇଯିବ
ଆପଣ ଦେଖିବେ କି ସେ ପାଣି ବା ସେ ଭିନେଗାର ସମ୍ପୂର୍ଣ୍ଣ ଭାବେ କଳା ହୋଇଯାଇଥିବ ଯାହା କି ସେ କଳା ଗୁଡିକ ସେ ଚୁଲାରୁ ବା ବର୍ଣ୍ଣଲ ରୁ ବାହାରିଛି ତାପରେ ସେଥିରୁ କାଢି ବାସନ ମଜା ଦ୍ୱାରା ତାକୁ ଭଲ ଭାବରେ ମାଜି ଦେବେ ଯଦି ଆପଣଙ୍କ ଚୁଲା ପିତ୍ତଳର ହୋଇଥିବ ତାହେଲେ ସେଟା ବହୁତ ଜୋରରେ ସାଇନ କରିବ ଆଉ ଯଦି ଲୁହାର ହୋଇଥିବ ସେ ପୂର୍ବ ଭଳି ସଫା ହୋଇଯିବ ।
ଆପଣ ଦେଖିବେକି ସେ ଯେଉଁ କଳା ପଣ ଥିବ ସେ ଏକଦମ ଛାଡିଯିଵ ଓ ତାପରେ ତାକୁ ପାଣିରେ ଭଲ ଭାବରେ ସଫା କରିଦେବେ। ଏହି ଭଳି ଆମେ ଆମ ଗ୍ୟାସ ଚୁଲା କୁ ସଫାସୁତୁରା କରିପାରିବା।