December 23, 2024

Odia Express

Leading Odia News Portal of Odisha

କୌଣସି ବ୍ୟକ୍ତି ଜୀବିତ ଅବସ୍ଥାରେ ଗରୁଡ଼ ପୁରାଣ ପାଠ କଲେ କଣ ହୋଇଥାଏ ?

ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ବି ଆମେ ଆପଣଙ୍କ ପାଇଁ ଏକ ଲେଖା ନେଇକି ଆସିଛି ଏହାକୁ ଭଲ ଭାବରେ ପଢନ୍ତୁ।ସାଙ୍ଗ ମାନେ ଆପଣ ମାନେ ଗରୁଡ଼ ପୁରାଣ ବିଷୟରେ ତ ଜାଣିଥିବେ ଏହି ପୁରାଣ ଭଗବାନ ବିଷ୍ଣୁଙ୍କ ମହିମା ଉପରେ ଆଧାରିତ।ଗରୁଡ଼ ପୁରାଣ ହିନ୍ଦୁ ଧର୍ମର ପ୍ରସିଦ୍ଧ ଗ୍ରନ୍ଥ ମାନଙ୍କ ମଧ୍ୟରୁ ଗୋଟିଏ।ଗରୁଡ଼ ପୁରାଣରେ ମଣିଷ ମାନଙ୍କୁ ନେଇ ଅନେକ କଥା କୁହାଯାଇଛି।ଏହି ପୁରାଣ ରେ ସ୍ୱର୍ଗ,ନର୍କ,ପାପ ପୁଣ୍ୟ ବ୍ୟତୀତ ଅନେକ କଥା ଅଛି।ସେଥିରେ ଜ୍ଞାନ,ବିଜ୍ଞାନ,ନୀତି ଓ ନିୟମ ଅଛି।ଗୁରୁଡ଼ ପୁରାଣରେ ମୃତ୍ୟୁର ରହସ୍ୟ ସହିତ ଜୀବନର ରାହସ୍ୟବି ଲୁଚି ରହିଛି।ଗରୁଡ଼ ପୁରାଣରୁ ଆମକୁ ଅନେକ ଶିକ୍ଷା ମିଳିଥାଏ।ଏହି ପୁରାଣରେ ମୃତ୍ୟୁ ପୂର୍ଵ ଓ ପର ସ୍ଥିତି ବିଷୟରେ କୁହାଯାଇଛି।


କୁହାଯାଇଛି କି ଏହି ପୁରାଣ କୁ କୌଣସି ଜୀବିତ ମନୁଷ୍ୟ ପଢ଼ିନଥାଏ ସମସ୍ତଙ୍କ ମନରେ ଏହି ଭୟ ପୁରାଯାଇଛି କି ଏହି ପୁରାଣ କୁ ପଢିବା ବା ନିଜ ପାଖରେ ରଖିଲେ ସବୁ ସମୟରେ ଅଶୁଭ ଘଟଣା ଘଟିଥାଏ।କିନ୍ତୁ ବାସ୍ତବରେ ଏପରି କିଛି ହୋଇନଥାଏ।କାରଣ ଆଜି ଆମେ ଗରୁଡ଼ ପୁରାଣ ବିଷୟରେ ଆପଣଙ୍କୁ ଏପରି ରହସ୍ୟ କହିବୁ ଯାହା ଜାଣିବା ପରେ ଆପଣଙ୍କ ମନରୁ ଭୟ ଚାଲିଯିବା।ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ ଓ ତାଙ୍କ ବାହାନ ଗରୁଡ଼ ମଧ୍ୟରେ ହୋଇଥିବା କଥାବାର୍ତା ବିଷୟରେ ବର୍ଣନା କରାଯାଇଛି।


କୌଣସି ଲୋକର ମୃତ୍ୟୁ ସମୟରେ ଏହି ପୁରାଣ ପାଠ କରାଯାଉଥିବାରୁ ଲୋକଙ୍କ ମନରେ ଡର ସୃଷ୍ଟି ହେଇଯାଇଛି କି ବଞ୍ଚିଥିବା ଲୋକକୁ ଏହି ପୁରାଣ ପଢିବା ଭଲ ନୁହେଁ।କିନ୍ତୁ ଏହା ସତ୍ୟ ନୁହେଁ ଏହି ପୁରାଣ ପାଠ କଲେ ବିଦ୍ୟା ,ଲଷ୍ମୀ ,ବିଜୟ , ଓ ଆରୋଗ୍ୟ ଲାଭ ହୋଇଥାଏ।ଯେଉଁ ମଣିଷ ଏହାର ପାଠ ସବୁଦିନ କରିଥାଏ ସେ ସବୁ କିଛ ଜାଣିଯାଇଥାଏ ଓ ଅନ୍ତିମ ସମୟରେ ତାକୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ।ଗରୁଡ଼ ଦ୍ଵାରା କୁହାଯାଇଥିବା ଏହି ପୁରାଣ ଧନ୍ୟ ଅଟେ ଏହା ଲୋକମାନଙ୍କ କଲ୍ୟାଣ ପାଇଁ ସୃଷ୍ଟି ହୋଇଛି ନାକୀ ଅଶୁଭ ପାଇଁ।

ଯିଏ ଏହାର ଶ୍ଳୋକ ପାଠ କରିଥାଏ ତାହାର ଅକାଳ ମୃତ୍ୟୁ ହୋଇନଥାଏ।ପୁରାଣରେ ଗରୁଡ଼ ପୁରାଣ ଶ୍ରେଷ୍ଟ ଅଟେ।ଏହି ପୁରାଣରେ ହରି ହିଁ ସ୍ୱୟଂ ସବୁକିଛି ସବୁବେଳେ ତାଙ୍କ ପାଖରେ ମନ ଲଗାଇବା ପାଇଁ କୁହା ଯାଇଛି ।ମୁକ୍ତି ପାଇବା ପାଇଁ କେବଳ ହରି ନାମ ହିଁ ମାତ୍ର ରାସ୍ତା।ଏହି ପୁରାଣ ସବୁଦିନ ପଢିବା ଆବଶ୍ୟକ।ଏହାକୁ ପଢିବା ଦ୍ଵାରା ମନୁଷ୍ୟ ଜୀବନର ଆଧାରକୁ ଭୁଝିନେଇଥାଏ।ସେଥିପାଇଁ କୌଣସି ଭୟ ନକରି ଯଦି ପାରୁଛନ୍ତି ଏହି ପୁରାଣ ର ପାଠ କରନ୍ତୁ।ଏହି ପୁରାଣ ରେ ପାପ ଓ ପୁଣ୍ୟ ବିଷୟରେ କୁହାଯାଇଛି ।ଏହା ଛଡା ମୃତ୍ୟୁ ପରେ ମିଳିବାକୁ ଯାଉଥିବା ସବୁ ପାପ ପାଇଁ କେଉଁ କେଉଁ ଦଣ୍ଡ ତାହା ବିଷୟରେ ମଧ୍ୟ କୁହାଯାଇଛି।ଯଦି ଆପଣଙ୍କୁ ଏହା ପସନ୍ଦ ଆସୁଛି ଏହାକୁ ଲାଇକ କରନ୍ତୁ ଓ ସେୟାର ବି କରନ୍ତୁ।ଆଗକୁ ଆମେ ଆପଣଙ୍କ ପାଇଁ ଏହି ଭଳି ଲେଖା ନେଇକି ଆସିବୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *