December 23, 2024

Odia Express

Leading Odia News Portal of Odisha

କେବଳ ଦୁଇ ଚାମୁଚ ତୁଳସୀ ଗଛ ମୂଳରେ ପକେଇବା ଦ୍ୱାରା ଗଛ ପୁରା ସବୁଜରେ ପରିପୂର୍ଣ୍ଣ ହୋଇଯିବ – ଆଜି କରି ଦେଖନ୍ତୁ ଏହି ଉପାୟ…

ନମସ୍କାର ସାଙ୍ଗମାନେ ଯଦି ଆପଣମାନେ ଚାହୁଁଛନ୍ତିକି ଆପଣଙ୍କ ତୁଳସୀ ଗଛର ପତ୍ର ଭଲଭାବରେ ବଢିବ ଓ କେଉଁଠିବି ପୋକ ଲାଗିବନି ଓ ପତ୍ର ଖଣ୍ଡିଆ ହେଇନଥିବ ଓ ପତ୍ରର ଆକାର ବହୁତ ବଡ଼ ବଡ଼ ହୋଇଥିବ ଓ ଗଛ ପୁରା ଝଙ୍କାଳିଆ ହୋଇଥିବ ଏହା ଦ୍ୱାରା ଗଛର ସୁନ୍ଦରତା ବଢିବ।ଯଦି ଆପଣ ଚାହୁଁଛନ୍ତିକି ଆପଣଙ୍କ ଗଛବି ଏହି ଭଳିଆ ବଢୁ ଆସନ୍ତୁ ଜାଣିବା ସାଧାରଣତଃ ତୁଳସୀ ଗଛରେ ୨ଟି ସମସ୍ୟା ବେଶି ଦେଖା ଯାଏ ସେ ହଉଛି ଗଛର ବଢିବା ଓ ଅନ୍ୟଟି ହେଉଛି ପତ୍ର ହଳଦିଆ ପଡିଯିବା ଏ ଦୁଇଟି କାରଣ ସମସ୍ତଙ୍କ ଗଛ ପାଖରେ ଦେଖାଯାଏ।

ଆପଣ ଦେଖିବେକି ଯଦି ଆପଣଙ୍କ ଗଛରେ ଦେଖିଥିବେ କି ଗଛ ମଞ୍ଜି ଦିଏ ସେ ମଞ୍ଜି ଗୁଡିକୁ କାଟି ପୁରା ଗଛ ଜାଙ୍କରୁ ସଫା କରିଦେବେ କାରଣ ଯେତେବେଳେ ସେ ମଞ୍ଜି ଗୁଡିକ ପାଚିବାକୁ ଆରମ୍ଭ କରେ ସେତେବେଳେ ଆମ ଗଛ ସମ୍ପୂର୍ଣ୍ଣ ଭାବେ ଖରାପ ହେବାକୁ ଆରମ୍ଭ କରିଥାଏ କାରଣ ଏଇଟା ତୁଳସୀ ଗଛର ଜୀବନ ଚକ୍ର ଅଟେ ଆମମାନଙ୍କୁ ସେ ମଞ୍ଜି ପାଚିବା ଆଗରୁହିଁ ସେ ଗୁଡିକୁ କାଟିକି ହଟେଇଦେବା ଉଚିତ କୌଣସି ଗୋଟେକୁବି ରଖିବାର ନାହିଁ ସବୁଗୁଡିକୁ କାଟିକି ହଟେଇ ଦେବେ।

ଏବେ ଚାଲନ୍ତୁ ଜାଣିବା ଆମକୁ ଆଗକୁ କଣ କରିବାର ଅଛି ଦେଖିବେ ଆପଣ ଜାଣିଥିବେ କି ଆପଣଙ୍କ ତୁଳସୀ ମୂଳରେ ମାଟି ଶୁଖିଲା ଥିବ ଯଦି ଆପଣ ମାନେ ପ୍ରଥମେ ଆପଣମାନଙ୍କ ତୁଳସୀ ମୂଳରେ ଅଧିକ ପାଣି ଦେବା ବନ୍ଦ କରିବା ଉଚିତ ଆପଣ ସବୁ ଦିନ ଅଳ୍ପ ଅଳ୍ପ ପରିମାଣରେ ପାଣି ଦେବା ଉଚିତ ଯଦି ଆପଣ ଅଧିକ ପାଣି ଦେଉଛନ୍ତି ତ ସେଠାରେ ତୁଳସୀ ଗଛର ମୂଳ ସନ୍ତ ସନ୍ତିଆ ରହିବ ଓ ସେଠାରେ ବା ସେହି କ୍ଷେତ୍ରରେ ତୁଳସୀ ଗଛର ବଢିବା କମିଯିବ ଓ ଗଛ ମୂଳରେ ଭଲ ଭାବରେ ଫରଟିଲାଇଜର ଦେବା ନିହାତି ଆବଶ୍ୟକ ଅଟେ ଗଛର ଭଲ ବୃଦ୍ଧି ପାଇଁ ଓ ସପ୍ତାହରେ ଗୋଟେ ଦିନ ଆପଣ ନିଜ ନିଜ ଗଛରେ ଉପରୁ ଉପରୁ ଟିକେ ଟିକେ ଖୋଳି ଦେବା ଆବଶ୍ୟକ ଜାହାଫଳରେ ତାଭିତରେ ପବନ ଯାତାୟତ ହେବାକୁ ସୁବିଧା ହୋଇଥାଏ ଓ ତାର ଚେର ଭଲଭାବରେ ବଢ଼ିବାକୁ ଲାଗିଥାଏ ଉପର ମାଟୀଟା ବି ଟାଇଟ ହୋଇନଥାଏ ଯାହାଫଳରେ ପାଣିକୁ ଶୋଷିବାରେ ସକ୍ଷମ ହୋଇଥାଏ ଓ ଗଛ ମୂଳରେ ପଡିଥିବା ଶୁଖିଲା ପତ୍ରଆଦିକୁ ବାହାର କରିଦେବା ଯାହା ଫଳରେ ସେ ପଚି ଜୀବାଣୁ ଲାଗି ସେ ମାଟିକୁ ଖରାପ କରିଥାଏ।

ଆପଣ ଏବେ ନିଜ ଗଛରେ କମ୍ପୋଷ୍ଟ ଦେବେ କଣ କରିବେନା ସେ କମ୍ପୋଷ୍ଟ କୁ ଗୋଟେ ମୁଠା ନେବା ଗଛର ମୂଳର ଚାରି ପଟେ ବିଛେଇ ଦେଇଥାଏ।ଖୋଲିବା ପରେ ଏ କମ୍ପୋଷ୍ଟ ଦେବା ଓ ମାଟି କୁ ଉପରତଳ କରି ଭଲ ଭାବରେ ମିଶେଇ ଦେବା ଏ କମ୍ପୋଷ୍ଟ ଖତକୁ ମାତ୍ର ୧୫ ଦିନରେ ଥରେ ଦେବାର ଅଛି ଓ ସପ୍ତାହରେ ଗୋଟେ ଦିନ ଗଛ ମୂଳକୁ ଭଲ ଭାବରେ ଖୋଳିବା ଆବଶ୍ୟକ ବେଶି ଭିତରକୁ ନୁହେଁ କେବଳ ଉପରୁ ଉପରୁ ଖୋଳିବା ଉଚିତ।ଆସନ୍ତୁ ଆଗକୁ ଜାଣିବା କି ଯଦି ଆପନଙ୍କ ପତ୍ର ହଳଦିଆ ପଡୁଛିତ କଣ କରିବେ ଆପଣ ଗୋଟେ କଥା ଧ୍ୟାନଦେବେ ଯଦି ପୁରୁଣା ପତ୍ର ହଳଦିଆ ହୁଏ ତ ଅସୁବିଧା ନାହିଁ ସେ ହଳଦିଆ ପଡେ କିନ୍ତୁ ଯଦି ନୂଆ ପତ୍ର ହଳଦିଆ ପଡେ ଓ ଛିଣ୍ଡିକି ଗଳି ପଡେତ କଣ କରିବା ? ଯେତେବେଳେ ଗଛରେ ମ୍ୟାଗ୍ନିସିୟମର ଅଭାବ ହୁଏ ତ ସେ ସମୟରେ ପତ୍ର ହଳଦିଆ ହୋଇଥାଏ।

ଆପଣଙ୍କୁ ସେ ଗଛରେ ଏପସମ ଲୁଣର ପ୍ରୟୋଗ କରିବାର ଅଛି।ଆପଣ ଏହାକୁ ମାଟିରେ ଦେଇ ପାରିବେ ନହେଲେ ପତ୍ର ଉପରେ ଛିଞ୍ଚୀ ପାରିବେ ଏହା ଖଣ୍ଡ ଆକାରରେ ଆସେ ଏହା ଦୁଇ ପ୍ରକାର ଥାଏ ଗୋଟେ ମଣିଷ ଓ ଅନ୍ୟଟି ଗଛ ମାନନ୍କ ପାଇଁ। ଗୋଟେ ଛୋଟ ଚାମୁଚ ଏପସମ ଲୁଣ କୁ ସେ ମାଟି ଉପରେ ଛିଞ୍ଚିବେ ଓ ତାପରେ ପାଣି ଦେଇଦେବେ ଓ ପାଣିରେ ମିଶେଇ ସ୍ପ୍ରେୟର ସାହାଯ୍ୟରେ ମଧ୍ୟ ଦେଇ ପାରିବା ଏହା ଦ୍ୱାରା ପତ୍ର ହଳଦିଆ ହେବ ନାହିଁ ଯଦି ଆପଣ ଏ ପତ୍ରକୁ ଖାଇବାରେ ବ୍ୟବହାର କରୁଛନ୍ତିତ ଆପଣ ସେମିତି ସ୍ପ୍ରେ କରିବେ ନାହିଁ।

Leave a Reply

Your email address will not be published. Required fields are marked *