October 19, 2024

Odia Express

Leading Odia News Portal of Odisha

ଆଳୁର ଚୋପା ଦ୍ୱାରା ଧଳା ବାଳକୁ କଳା ବନାନ୍ତୁ , ଜାଣନ୍ତୁ କିପରି ହେବ ଏହା ପ୍ରୟୋଗ

ଗୋଟେ ଜମାନା ଥିଲା ଯେବେ ମଣିଷର ବୟସ ୫୦ ପାର୍ ହେଉଥିଲା ଓ ତା ବାଳ ଧଳା ହୋଇଯାଉଥିଲା । କିନ୍ତୁ ଆଜି କାଲିର ସମୟରେ ୨୫ ବର୍ଷରୁ ବାଳ ଗୁଡିକ ଧଳା ହେବା ଆରମ୍ଭ ହୋଇଯାଉଛି , ଧଳା ବାଳର ଅସୁବିଧା ଯୋଗୁଁ ସମସ୍ତେ ଚିନ୍ତିତ ହୋଇଥାନ୍ତି । ଆପଣଙ୍କୁ ପ୍ରକୃତ ବୟସରୁ ଅଧିକା ଦେଖିବାକୁ ଲାଗିଥାନ୍ତି । କମ୍ ବୟସରେ ବାଳ ଧଳା ହେଲେ ବହୁତ କାରଣ ହୋଇପାରେ , ଯାହାକୁ ଭୁଲ୍ ଖାଦ୍ୟପେୟ , ଦୂର୍ବଳ ଜୀବନ ଶୈଳୀ, ଅଧିକା ଖରାରେ ବୁଲିବା , ବାଳରେ ଡାଇ କିମ୍ବା କଲର୍ କରିଆ , କେମିକାଲ୍ ଯୁକ୍ତ ଶ୍ୟାମ୍ପୁ ବ୍ୟବହାର କରିବା ଆଦି ସାମିଲ୍ ହୋଇଥାଏ ,

 

ଏମିତିରେ ଧଳା ବାଳକୁ ମୁକ୍ତି ପାଇବାକୁ ଆପଣ ନାନାଦି ଉପାୟ ଅବଲମ୍ବନ କରିଥାନ୍ତି , କିଛି ଲୋକେ କଇଁଚି ନେଇକରି ଧଳା ବାଳକୁ କାଟିଥାନ୍ତି , ସେମିତି କିଛି ଲୋକ ପାର୍ଲର୍ ଯାଇକରି ହେୟାର୍ କଲର କରିନିଅନ୍ତି , କିନ୍ତୁ ଆପଣ ଜାଣିରଖିବା ଉଚିତ୍ କି ଏହା ଦ୍ୱାରା ଆପଣଙ୍କ ବାଳ ଖରାପ ହୋଇଯାଇଥାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ବାଳକୁ ଘନ କଳା କରିବାର ଉପାୟ କହିବାକୁ ଯାଉଛୁ , ଯାହା ପୂରା ଭାବେ ପ୍ରାକୃତିକ ଉପାୟ ଅଟେ , ଏହା ଦ୍ୱାରା ଆପଣଙ୍କ ବାଳର କୌଣସି ପ୍ରକାର କ୍ଷତି ହେବ ନାହିଁ , ଓ ଏହା ସହଜ ଓ ଶସ୍ତା ଉପାୟ ଅଟେ ।

 

ପ୍ରାୟ ସବୁ ରୋଷେଇ ଘରେ ଆଳୁ ନିଶ୍ଚିତ ଭାବେ ମିଳିଯିବ । ଆଳୁ ସମସ୍ତଙ୍କ ପ୍ରିୟ ପରିବା ହୋଇଥାଏ , ଯେବେ ଆମେ ଆଳୁ ରେ କୌଣସି ଖାଦ୍ୟ ବନାଇଥାଉ ତେବେ ଆଳୁର ଚୋପା ବାହାର କରିଦେଇଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି ଆଳୁର ଚୋପା ଦ୍ୱାରା ଆପଣଙ୍କ ବାଳ କଳା ହୋଇପାରେ , ଏହା ଭିତରେ ଅଧିକା ଷ୍ଟାର୍ଚ ମାତ୍ରା ହୋଇଥାଏ । ଷ୍ଟାର୍ଚ ପ୍ରାକୃତିକ ରଙ୍ଗ ହୋଇଥାଏ , ତାହା ସହ ଆଳୁର ଚୋପାରେ ଭିଟାମିନ୍ ଏ, ଓ ସି ଥାଏ , ଯାହା ସ୍କାଲ୍ପ ରେ ଜମା ହୋଇଥିବା ତେଲକୁ ହଟାଇଦେଇଥାଏ , ଓ ଆପଣଙ୍କ ବାଳରେ ରୁପି କମ୍ କରିଦେଇଥାଏ । ଏଥିରେ ଆଇରନ୍, ଜିଙ୍କ୍, ପୋଟାସିୟମ୍, ଓ କ୍ୟାଲସିୟମ୍ , ସହିତ ଆହୁରି ଖଣିଜ ପଦାର୍ଥ ଥାଏ , ଯାହା ବାଳକୁ ଝଡିବାରେ କମ୍ କରିଥାଏ ।

 

ବନାଇବା ତରିକା : ସବୁଠାରୁ ପ୍ରଥମେ ଆଳୁର ଚୋପା ବାହାର କରିଦିଅନ୍ତୁ, ଓ ଏହାକୁ ଗୋଟେ ବାସନରେ ରଖନ୍ତୁ, ଓ ଗୋଟେ କପ୍ ପାଣି ମିଶାନ୍ତୁ । ଓ ଗ୍ୟାସରେ ଦଶ ମିନିଟ୍ ପାଇଁ ଅଳ୍ପ ଆଞ୍ଚରେ ସିଝାନ୍ତୁ । ଓ ଏହା ପରେ ଏହି ମିଶ୍ରଣକୁ ଥଣ୍ତା ହେବାପାଇଁ ରଖିନିଅନ୍ତୁ । ଏହି ପାଣିକୁ ଛାଣି ତାକୁ ଅଲଗା କରି ଦିଅ , ଯଦି ଆପଣଙ୍କ ଆଳୁର ଚୋପାରୁ ଗନ୍ଧକୁ ଦୂର କରିବାକୁ ଚାହୁଁଛନ୍ତି ତେବେ କିଛି ବୁନ୍ଦା ଲାଭେଣ୍ତର ଏୟଲ୍ ମିଶାଇଦିଅନ୍ତୁ ।

ଏହି ମିଶ୍ରଣକୁ ନିଜ ସଫା ଓ ଓଦା ବାଳରେ ଲଗାଇବାକୁ ହେବ । ଏଥିରେ ଅଧିକା ଫାଇଦା ଅଛି , ଆପଣଙ୍କୁ ଏହା କରିବାକୁ ପଡିବ କି ଆଳୁର ଚୋପାର ଏହି ପାଣିକୁ ନିଜ ମୁଣ୍ତରେ ପାଞ୍ଚ ମିନିଟ୍ ଯାଏଁ ମସାଜ୍ କରିବାର ଅଛି , ଏହାପରେ ଅଧ ଘଣ୍ଟା ଛାଡି ଦିଅନ୍ତୁ , ଓ ଥଣ୍ତା ପାଣିରେ ଧୋଇନେବେ । ଏହି ଉପାୟକୁ ସପ୍ତାହରେ ଥରେ କିମ୍ବା ଦୁଇଥର କରିପାରିବେ । ଓ ଦେଖିବେ ଅତି ଜଲଦି ଏହାର ପ୍ରଭାବ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *