October 19, 2024

Odia Express

Leading Odia News Portal of Odisha

ଆଗରୁ ପଇସା ଅଭାବ ପାଇଁ ମନ୍ଦିରରେ ଭଜନ ଗାଉଥିଲା ଏହି ଝିଅଟି , ଏବେ ହୋଇସାରିଛି ବଲିଉଡ୍ ର ସବୁଠାରୁ ବଡ ସିଙ୍ଗର – ଦେଖନ୍ତୁ କିଏ ସେ ମହାନ ଗାୟିକା..

ବଲିଉଡ୍ ରେ ନିଜର ଦକ୍ଷତା ଓ ନିଜ ଜୀବନ ବଦଳାଇଥିବା ଲୋକଙ୍କ ଉଦାହରଣ ଦେଖିବାକୁ ମିଳେ । ଆଜିକାଲି ବହୁତ ସୁପରଷ୍ଟାର୍ ଅଛନ୍ତି ଯେଉଁମାନେ ଦାରିଦ୍ରତାର କଷାଘାତରେ ଥାଇ ମଧ୍ୟ ନିଜ ଜୀବନରେ ପରିବର୍ତ୍ତନ କରିଛନ୍ତି , କିନ୍ତୁ ନିଜ ପରିଶ୍ରମ ଓ ଦକ୍ଷତାପାଇଁ ଦୁନିଆଁର ସମସ୍ତ ଫ୍ୟାନ୍ସଙ୍କ ମୁହଁରେ ଖୁସି ଦେଇପାରିଛନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ ଖ୍ୟାତାନାମା ସିଙ୍ଗର୍ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କେବେ ମନ୍ଦିରରେ ଭଜନ ଗାଉଥିଲେ । କିନ୍ତୁ ସେ ଆଜି ବଲିଉଡ୍ ର ଜଣେ ଲୋକପ୍ରିୟ ଗାୟିକା ହୋଇସାରିଛନ୍ତି ।

 

ଆଜି ଆମେ କଥା କହୁଛୁ ସୁନିଧି ଚୌହାନଙ୍କ ବିଷୟରେ ଯିଏ କେବଳ ୪ ବର୍ଷ ବୟସରେ ନିଜ ସଙ୍ଗୀତ ଦ୍ୱାରା ଲୋକଙ୍କ ମନରେ ମନ୍ତ୍ରମୁଗ୍ଧ କରାଇଥିଲେ , ଓ ତାଙ୍କୁ ଏହି ଗୀତ ଗାଇବାର ସଉକ ନିଜ ବାପାଙ୍କ ଠାରୁ ମିଳିଛି, ତାଙ୍କ ବାପା ଦୁଷ୍ମନ୍ତ କୁମାର ଚୌହାନ ବି ବହୁତ ଭଲ ଗାୟକ ଥିଲେ , ଗୋଟେ ସମୟ ଥିଲା ସେ ମନ୍ଦିରରେ ଗୀତ ଗାଉଥିଲେ , ସେ କେବଳ ୧୦ ମ ପାସ୍ କରିଛନ୍ତି , ଓ ଏହାପରେ ସେ ନିଜ ଗାଇବାର ପ୍ୟାସନ୍ ପୁରା କରିବାପାଇଁ ପାଠ ପଢା ଛାଡି ମୁମ୍ବାଇ ଆସିଗଲେ ।

 

ସେଠାରୁ ଆସି ସେ ଦୂରଦର୍ଶନରେ ଏକ ସିଙ୍ଗିଙ୍ଗ୍ ରିୟାଲିଟି ଶୋରେ ଭାଗ ନେଲେ , ଓ ଏହି ଶୋରେ ସେ ବିଜେତା ହେଲେ , ସୁନିଧି ପ୍ରସିଦ୍ଧ ଶୋ ଇଣ୍ତିଆନ୍ ଆଇଡଲ୍ ରେ ବି ଭାଗ ନେଇଥିଲେ , ଓ ଏହାର ବିଜେତା ବି ହୋଇଥିଲେ , ଯାହାପରେ ସେ ଧିରେ ଧିରେ ବଲିଉଡ୍ ଆଡକୁ ବଢିବାକୁ ଲାଗିଲେ , ଫିଲ୍ମ ପାଇଁ ତାଙ୍କୁ ପୂର୍ବରୁ ୧୩ ବର୍ଷ ବୟସରେ ଏକ ଗୀତ ଗାଇବାକୁ କୁହାଯାଇଥିଲା , ଏହି ଫିଲ୍ମ ଶସ୍ତ୍ରର ଥିଲା , ତାଙ୍କ ଫିଲ୍ମରେ ଗୀତ ଗାଇବା ବହୁତ ହିଁ ଭଲ ଥିଲା , ତାପରେ ରାମଗୋପାଳ ବର୍ମାଙ୍କ ଫିଲ୍ମ ମସ୍ତରେ ରୁକି ରୁକି ସି ହେ ଜିନ୍ଦେଗୀରେ ଗାଇବାର ସୁଯୋଗ ମିଳିଲା , ଏହାପରେ ସେ ଏହି ଗୀତ ପାଇଁ ଫିଲ୍ମ ଫେୟାର୍ ଆୱାର୍ଡ ଦ୍ୱାରା ସମ୍ମାନିତ ହେଲେ ।

 

ସୁନିଧିଙ୍କ ବ୍ୟକ୍ତିଗତ ଜୀବନ ବହୁତ ରୋଚକ ଅଟେ , ଯେବେ ସେ ୧୮ ବର୍ଷର ଥିଲେ ସେ ନିଜ ୧୪ ବର୍ଷ ବଡ କ୍ୟୋରିଓଗ୍ରାଫର୍ ଙ୍କୁ ବିବାହ କରିଥିଲେ , ତାଙ୍କ ନାଁ ବବି ଖାନ୍ ଥିଲା , ସେ ଏହି ବାହାଘର ପାଇଁ ଘର ତରଫରୁ ଦୃଢ ବିରୋଧର ସାମ୍ନା କରିଥିଲେ , କିନ୍ତୁ ବବି ଖାଁଙ୍କ ସହ ଜୀବନ କାଟିବାକୁ ସେ ଫଇସଲା ନେଇସାରିଥିଲେ ।

 

କିନ୍ତୁ ସୁନିଧିଙ୍କ ବୈବାହିକ ଜୀବନ ସଫଳ ହୋଇପାରିଲା ନାହିଁ ଓ ବାହାଘରର ଗୋଟେ ବର୍ଷ ପରେ ସେମାନେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଗଲେ । ଏହି ସମୟରେ ରହିବାପାଇଁ ସୁନିଧିଙ୍କ ପାଖରେ କୌଣସି ଆଶ୍ରା ନଥିଲା , କିନ୍ତୁ ଏହି ବିପଦ ସମୟରେ ଅନ୍ନୁ ମଲ୍ଲିକ ତାଙ୍କୁ ସାହାରା ଦେଲେ । ଏହା ପରେ ସେ ଫିଲ୍ମରେ ଗୀତ ଗାଇବା ଆରମ୍ଭ କରିଦେଲେ । ଓ ଏହାପରେ ତାଙ୍କ ଜୀବନ ପୁରା ପରିବର୍ତ୍ତନ ହୋଇଯାଇଥିଲା , ସୁନିଧିଙ୍କ ନାଁ ବଲିଉଡ୍ ର ସବୁଠାରୁ ବଡ ଖ୍ୟାତାନାମା ସିଙ୍ଗରଙ୍କ ସୁଚୀରେ ଆସେ , ସୁନିଧି ୨୦୧୨ ରେ ହିତେଶ ସୈନିକଙ୍କ ସହ ଦ୍ୱୀତୀୟ ବିବାହ କରିଥିଲେ , ଏବେ ସୁନିଧି ମା ହୋଇସାରିଲେଣି , ସେ ଏହି ବର୍ଷ ୧ ଜାନୁୟାରୀକୁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।

Leave a Reply

Your email address will not be published. Required fields are marked *