December 23, 2024

Odia Express

Leading Odia News Portal of Odisha

ଗୋଟିଏ ରାତିରେ ଫଟା ଗୋଇଠି ସମସ୍ୟା ରୁ ମୁକ୍ତି – କରନ୍ତୁ ଏହି ସହଜ ଉପାୟ…

ପାଦ ହେଉଛି ଆମ ଶରୀର ର ଏକ ଗୁରୁତ୍ୱପୂର୍ଣ୍ଣ ଭାଗ। ଏହି ପାଦ ଦିନ ରାତି ଆମକୁ ଯିବା ଆସିବା ରେ ସାହାଯ୍ୟ କରେ। ଏହା ଆମର ମୁଣ୍ଡ ଠାରୁ ନେଇ ଗୋଡ଼ ପଯ୍ୟନ୍ତ ସମସ୍ତ ଓଜନ କୁ ବହନ କରେ। ଭାବି ପାରୁଥିବେ ଏହା ଉପରେ କେତେ ପ୍ରେସର ରହୁଥିବ। ହାତରେ ଗୋଟିଏ ମିନିଟ ଭାର ନେଇ ଟ୍ରାଏ କରନ୍ତୁ। ଏହି ପାଦ ରେ ଭିଟାମିନ ଏବଂ ପୋଷାକ ଅଭାବ ରୁ ପାଦ ଚର୍ମ ଶୁଷ୍କ ହୋଇ ଫାଟେ ଏବଂ ଦରଜ ହୁଏ।ଏହା ଅନେକ ଯନ୍ତ୍ରଣା ଦାୟକ ଅଟେ କାରଣ ଶରୀର ର ସମସ୍ତ ଓଜନ ଏହା ଉପରେ ରହିଥାଏ। ଆଜି ଆମେ ଆପଣଙ୍କୁ କହିବୁ କିପରି ଆପଣ ପାଦ ଫାଟିବା ସମସ୍ୟା କୁ ସହଜ ଏବଂ ଘରୋଇ ଉପାୟରେ ସହଜରେ ଭଲ କରି ପାରିବେ।

1-  ଅବଶ୍ୟକୀୟ ସାମଗ୍ରୀ :- ନଡ଼ିଆ ତେଲ, ଗୋଟିଏ ଲେମ୍ବୁ,ଭାଷେଲୀନ କିମ୍ବା ବୋରପ୍ଲସ। ଆପଣ ଚାହିଁଲେ ଭାସେଲିଂ ଓ ବରୋପଲସ ମଧ୍ୟରୁ ଗୋଟିଏ କୁ ବ୍ୟବହାର କରି ପାରିବେ। ଏହାର ୫ ଟଙ୍କିଆ ପାଉଚ ମଧ୍ୟ ବଜାର ରେ ଉପଲବ୍ଧ ରହିଛି।

2 –  ଉପଚାର ର ପ୍ରକ୍ରିୟା:-ଗୋଟିଏ କପ କିମ୍ବା ଗିନା ରେ ୩ ଚାମଚ ନଡ଼ିଆ ତେଲ ନିଅନ୍ତୁ। ଏହାକୁ ଭଲଭାବେ ଗରମ କରି ଫୁଟେଇ ଦିଅନ୍ତୁ।ନଡ଼ିଆ ତେଲ କୁ ଭଲ ଭାବେ ଉଷୁମ କଲା ପରେ ଲେମ୍ଭୁ କୁ ଚିପୁଡି ଦିଅନ୍ତୁ ଏଥିରେ। ପରେ ଏହାକୁ ଲେମ୍ବୁ ରେ ଗୋଳାଇ ପାଦରେ ଘସନ୍ତୁ। ଲେମ୍ବୁ ସହିତ ପାଦ ରେ ଘସନ୍ତୁ। ପ୍ରତି ଦିନ ରାତିରେ ଏଭଳି ଘଷି ଶୁଅନ୍ତୁ। କିଛି ଦିନ ପରେ ଆପଣ ଜାଣିପାରିବେ ଆପଣଙ୍କ ପାଦ କିଭଳି ନରମ ହେଉଛି ଏହାପରେ କିଛି ଦିନ ଏପରି ଲଗେଇବା ଦ୍ୱାରା କିଛି ଦିନ ମଧ୍ୟରେ ପାଦ ଫାଟିବା ବନ୍ଦ ହୁଏ।

ଲେମ୍ବୁ ଲଗା ତେଲ କୁ ଭଲଭାବେ ଘଷି ସାରିବା ପରେ ଏହାକୁ 5, 10 ମିନିଟ ପାଇଁ ଛାଡ଼ି ଦିଅନ୍ତୁ ଯେପରି ପାଦ ସବୁ ତେଲ ପିଇ ପାରିବ। ତାପରେ କପଡ଼ା ରେ ପୋଛି ଦିଅନ୍ତୁ। ପୋଛି ସାରିବା ପରେ ବୋରାପଲସ କିମ୍ବା ଭାସେଲିଂ ଅଳ୍ପ ପରିମାଣରେ ପୁରା ପାଦରେ ମାଲିସ କରନ୍ତୁ। ଦେଖିବେ ଏହି ପରି ଗୋଟିଏ ସପ୍ତାହ କଲା ପରେ ନେକ୍ସଟ ସପ୍ତାହ କୁ ପାଦ ଫାଟିବା ସମସ୍ୟା ଆଉ ନଥିବ।

Leave a Reply

Your email address will not be published. Required fields are marked *