October 19, 2024

Odia Express

Leading Odia News Portal of Odisha

ଏହି ସୁପରଷ୍ଟାର୍ ଆଜି ଆରବପତି ସୁପରଷ୍ଟାର୍ ହୋଇଛନ୍ତି , କିନ୍ତୁ ଯେବେ ଜନ୍ମ ହେଇଥିଲେ ସେତେବେଳେ ନିଜ ବାପା ତାଙ୍କୁ ଅନାଥ ଭଳି ବ୍ୟବହାର କରିଥିଲେ..

ଆଜିର ବଲିଉଡ୍ ରେ ଜଣେ ରୁ ବଳି ଜଣେ ଭଲ କଳାକାର ଦେଖିବାକୁ ମିଳନ୍ତି । ଆଜି ବଲିଉଡ୍ ରେ ସଫଳତା ସମସ୍ତେ ପାଇବାକୁ ଇଚ୍ଛା ପ୍ରକାଶ କରନ୍ତି , ଓ ପୁଆ ଶ୍ରେୟ  ଅଭିନେତା, ଅଭିନେତ୍ରୀଙ୍କୁ ଦିଆଯାଏ , ଯିଏକି କି ନିଜ ଦକ୍ଷତା ଓ ପରିଶ୍ରମ ବଳରେ ଆଜି ବଲିଉଡ୍ ର ଏହି ସ୍ଥାନରେ ପହଞ୍ଚିଛନ୍ତି , କିନ୍ତୁ ଆଜି ଆମେ ଯେଉଁ ବଲିଉଡ୍ ଷ୍ଟାର୍ ଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡ୍ ରେ ହିରୋ ନଂ ୧ ନାଁରେ ଜଣାଯାଇଥିଲେ , ହଁ ଆଜ୍ଞା ଆମେ ଯେଉଁ ବଲିଉଡ୍ ଅଭିନେତାଙ୍କ କଥା କହୁଛୁ ତାଙ୍କ ନାଁ ଗୋବିନ୍ଦା ଅଟେ । ଗୋବିନ୍ଦାଙ୍କ ପୁରା ନାଁ ଗୋବିନ୍ଦା ଅରୁଣ ଆହୁଜା ଅଟେ । ଗୋବିନ୍ଦା ବଲିଉଡ୍ ରେ ଏକ ଭିନ୍ନ ଧରଣର ଅଭିନେତା ଅଟନ୍ତି , କିନ୍ତୁ ଆଜି ଆମେ ତାଙ୍କ୍ ଜିବନ ସହ ଯୋଡି ହୋଇଥିବା କିଛି ଘଟଣା ବିଷୟରେ କହିବୁ , ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ  ।

 

ଆପଣଙ୍କୁ କହିଦେବୁ କି ଗୋବିନ୍ଦାଙ୍କ ଜନ୍ମ ଯେବେ ହୋଇଥିଲା ତେବେ ତାଙ୍କ ବାପା ତାଙ୍କୁ ନିଜ ପାଖରେ ରଖିବାକୁ ମନାକରିଦେଇଥିଲେ , ଏହାପରେ ଗୋବିନ୍ଦା ଏହି କଥା ଏକ ଇଣ୍ଟରଭ୍ୟୁରେ ଖୁଲାସା କଲେ , ସେ କହିଲେ କି ତାଙ୍କ ବାପା କଣ ପାଇଁ ରାଗିଥିଲେ , ଓ ମା ନିର୍ମଳା ଦେବୀ ତାଙ୍କ ଯତ୍ନନେଇଥିଲେ , ଓ ଏହାର କିଛି ମାସ ପରେ ତାଙ୍କ ମା ସାଧୁ ମାତା ହୋଇଗଲେ , କିନ୍ତୁ ଗୋବିନ୍ଦାଙ୍କ ବାପାଙ୍କୁ ଲାଗୁଥିଲା କି ଗୋବିନ୍ଦାଙ୍କ ମା ଗୋବିନ୍ଦାଙ୍କ ପାଇଁ ସେ ସାଧୁମାତା ହୋଈଯାଇଥିଲେ , କିଛି ଦିନ ପରେ ସଂମ୍ପର୍କୀୟ ମାନେ ବହୁତ ବୁଝାଇଲେ ଓ ତାପରେ ସେ ଗୋବିନ୍ଦାଙ୍କୁ ନିଜ ପାଖରେ ରଖିଲେ ଓ ବହୁତ ଭଲ ପାଇବା ଦେଲେ ।

 

ଏହା ସହ ଗୋବିନ୍ଦା କହିଲେ କି ତାଙ୍କୁ ଅଭିନେତା ହେବାପାଇଁ ତାଙ୍କ ବାପା ହିଁ ସମର୍ଥନ ଦେଇଥିଲେ , ମା ଏହି କଥାରୁ ପସନ୍ଦ କରିନଥିଲେ , ଗୋବିନ୍ଦାଙ୍କ ମା ଚାହୁଁଥିଲେ କି ସେ ବ୍ୟାଙ୍କ୍ ରେ ଜବ୍ କରିବେ , କିନ୍ତୁ ତାଙ୍କ ବାପା ତାଙ୍କୁ ଅଭିନୟ ଲାଇନ୍ ରେ ଯିବାକୁ ପ୍ରେରିତ କଲେ । ଏହାପରେ ମା ବି ତାଙ୍କୁ ଅଭିନୟ କରିବାକୁ ଅନୁମତିଦେଇଥିଲେ , ଓ ଏହା ସହ୍ କହିଦେଇଥିଲେ କି କେବେ ବି ଅଭିନୟ କ୍ୟାରିୟରରେ ଡ୍ରିଙ୍କ୍ସ ଓ ସ୍ମୋକିଙ୍ଗ୍ କରିବ ନାହିଁ , ଓ ତାହା ସହ ଏହା ବି କହିଲେ ଯେଉଁ ଲୋକେ ତାଙ୍କୁ ଅଭିନୟ ଆକ୍ସନ ଓ ଡ୍ୟାନ୍ସ ଶିଖାଇଥିଲେ ସେହି ମାଷ୍ଟର ମାନେ କେବେ ବି ଫିସ୍ ନେଇନଥିଲେ । ଯାହାପାଇଁ ଆଜି ସେ ରାଜେଶ ତନେଜା, ସରୋଜ ଖାନ୍ ଓ ଫାଇଟ୍ ମାଷ୍ଟର୍ ରାମଙ୍କ ପାଇଁ ଚିର ରୁଣୀ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *