December 23, 2024

Odia Express

Leading Odia News Portal of Odisha

ଜବରଦସ୍ତ ଉପାୟ: ଏପରିବେକାର ପଡିଥିବା ମୋବାଇଲରେ ତିଆରି କରନ୍ତୁ ସିସିଟିଭି କ୍ୟାମେରା ଏବଂ ଘର-ପରିବାରକୁ ରଖନ୍ତୁ ସୁରକ୍ଷିତ…

ନୂଆଦିଲ୍ଲୀ: ଆଜି ପ୍ରତିଦିନ ନୂଆ ନୂଆ ସ୍ମାର୍ଟଫୋନ ମାର୍କେଟକୁ ଆସୁଛି । ଏଥିଆପାୟନ ଘରେ ଏକ ଦୁଇ ଫୋନ ତ ଏମିତି ବି ପଡିଥିବ ଯାହା ବେକାର ଅଟେ । ଏଥିପାଇଁ, ଆଜି ଆମେ ଆପଣଙ୍କୁ ପୁରୁଣା ସ୍ମାର୍ଟଫୋନ ଦ୍ଵାରା ସିସିଟିଭି କ୍ୟାମେରା କିପରି ତିଆରି କରାଯିବ କହିବାକୁ ଯାଉଛୁ । ହୋଇପାରେ ଆପଣ ମଧ୍ୟ ନିଜ ଘରେ ସିସିଟିଭି କ୍ୟାମେରା ଲଗେଇବାକୁ ଚାହୁଁଥିବେ କିନ୍ତୁ ଟଙ୍କାର ଅଭାବ କାରଣରୁ ଏପରି କରିପାରୁନଥିବେ । ତେଣୁ ଏହି ଉପାୟ ଆପଣଙ୍କ ନିମନ୍ତେ ଉତ୍ତମ ଉପାୟ ପ୍ରମାଣିତ ହେବ । ତେବେ ଆସନ୍ତୁ ଜାଣିବା ଯେ ପୁରୁଣା ସ୍ମାର୍ଟଫୋନ ଦ୍ଵାରା ସିସିଟିଭି କ୍ୟାମେରା କିପରି ନିର୍ମାଣ କରାଯାଇପାରେ ।

ଏପରି ତିଆରି କରନ୍ତୁ ପୁରୁଣା ସ୍ମାର୍ଟଫୋନରେ ସିସିଟିଭି କ୍ୟାମେରା : ଆମେ ଯେଉଁ ଉପାୟ ଜଣେଇବାକୁ ଯାଉଛୁ ତଦ୍ୱାରା ଆପଣ ନିଜ ଘର କିମ୍ବା ଅଫିସରେ ସିସିଟିଭି କ୍ୟାମେରା (କ୍ଳୋଜଡ ସର୍କିଟ ଟେଲିଭିଜନ) ଲଗେଇପାରିବେ। ତାହା ମଧ୍ୟ ବହୁତ କମ ଖର୍ଚ୍ଚରେ । ଯାହାକି ଆପଣ ଜାଣନ୍ତି ଯେ ସିସିଟିଭି କ୍ୟାମେରା ଲଗେଇବା ଆଜିକାଲି କେତେ ମହଙ୍ଗା ହୋଇଗଲାଣି। ଏଥିପାଇଁ ଆଜି ଆମେ ଆପଣଙ୍କୁ ପୁରୁଣା ସ୍ମାର୍ଟଫୋନ ଦ୍ଵାରା ସିସିଟିଭି କ୍ୟାମେରା ତିଆରି କରିବାର ପଦ୍ଧତି କହୁଛୁ। ଏଥିପାଇଁ ଆପଣଙ୍କ ପାଖରେ କେବଳ ଏକ ସ୍ମାର୍ଟଫୋନ ବା ଟାବଲେଟ ଏବଂ ଏକ ଉପଯୁକ୍ତ ସଫ୍ଟୱେରର ଆବଶ୍ୟକ ଅଟେ ।

ଏଥିପାଇଁ ସର୍ବପ୍ରଥମେ ଆପଣ ନିଜର ବେକାର ପଡିଥିବା ଫୋନରେ ସିସିଟିଭି ଆପ ଇନଷ୍ଟଲ କରନ୍ତୁ । ଏହା ଆପଣଙ୍କୁ ପ୍ଲେଷ୍ଟୋରରୁ ମିଳିଯିବ । ସର୍ଚ୍ଚ କରିବେ ତ ଆପଣଙ୍କୁ ଫଟୋରେ ଦେଖାଯାଉଥିବା ଆପ୍ସ ମିଳିବ। ଆପଣ ଏମିତିରେ ତ ଏଠାରୁ କୌଣସି ବି ଆପ ଡାଉନଲୋଡ କରିପାରିବେ । କିନ୍ତୁ ଆଟହୋମ ଆପ ସବୁଠାରୁ ଉତ୍ତମ ଅଟେ ।

1 – ନିଜର ପୁରୁଣା ସ୍ମାର୍ଟଫୋନରେ ଆଟହୋମ ଭିଡିଓ ଷ୍ଟ୍ରିମର ମନିଟର (ଆଣ୍ଡ୍ରଏଡ/ଆଇଓଏସ) ଇନଷ୍ଟଲ କରନ୍ତୁ । ଏହି ହ୍ୟାଣ୍ଡସେଟର ଉପଯୋଗ କ୍ୟାମେରା ଫୀଡର ଷ୍ଟ୍ରିମିଂ ନିମନ୍ତେ କରାଯିବ ।

2 – ଏବେ, ଯେଉଁ ଡିଭାଇସରେ ଆପଣ ସିସିଟିଭି ଫୀଡ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ସେଥିରେ ଆଟହୋମ ମନିଟର ଆପ (ଆଣ୍ଡ୍ରଏଡ/ଆଇଓଏସ) ଡାଉନଲୋଡ କରନ୍ତୁ। ଏହା ଫୋନ କିମ୍ବା ଟାବଲେଟ କ୍ୟାମେରା ଫୀଡ ଦେଖିବା ପାଇଁ ଉପଯୋଗ କରାହେବ ।

3 – କ୍ୟାମେରା ଏବଂ ଫୋନ ଦୁଇଟିରେ ସମ୍ବନ୍ଧିତ ଆପ୍ସ ଲଞ୍ଚ କରନ୍ତୁ। ଯେମିତି ଏହା ଅନଲାଇନ ହେଇଯିବ , ଆଟହୋମ ଭିଡିଓ ଷ୍ଟ୍ରିମର ଉପଯୋଗକର୍ତ୍ତା ନାମ ଏବଂ ପାସୱାର୍ଡ ସହିତ ୟୁନିକ କନେକ୍ସନ ଆଇଡି ଜେନେରେଟ କରିବ। ଆପଣ ଏହି ସୂଚନା କୁ ସେହି ଫୋନରେ ଏଣ୍ଟର କରନ୍ତୁ ଯାହାଦ୍ୱାରା ଫୀଡରେ ଦ୍ରୁଷ୍ଟି ରଖିବା ନିମନ୍ତେ ଉପଯୋଗ କରିବେ । କିମ୍ବା ଆପଣ କ୍ୟୁଆର କୋଡକୁ ସ୍କାନ କରିପାରନ୍ତି ଯେପରି ଆମେ କରିଛୁ ।

4 – ସେହି ଡିଭାଇସ ରେ ଯାହାକୁ ଆପଣ ଫୀଡ କୁ ମନିଟର କରିବା ପାଇଁ ଉପଯୋଗ କରିବେ, ଆପଣଙ୍କୁ ଆଟହୋମ ମନିଟର ଆପ (ଆଇଓଏସ ରେ ଆଟହୋମ କ୍ୟାମେରା କୁହାଯାଏ) ଲଞ୍ଚ କରିବାକୁ ହେବ ଏବଂ ତାପରେ ଆପଣ ଉପରୋକ୍ତ ଆକାଉଣ୍ଟ ଡିଟେଲ ପୂରଣ କରିପାରିବେ କିମ୍ବା ଜେନେରେଟ କରାଯାଇଥିବା କ୍ୟୁଆର କୋଡର ଉପଯୋଗ କରି ଫୀଡ ଉପର କ୍ଲିକ କରିପାରିବେ ।

5 -କୋଡକୁ ସ୍କାନ କରନ୍ତୁ ଏବଂ ଆପଣଙ୍କ ସିସିଟିଭି ସ୍ତ୍ରୀମାର ଏବଂ ରିସିଭର ଅନ ହେଇଯିବ ଏବଂ ଚଳିବାକୁ ଲାଗିବ । 5. ନିଜର ଡେସ୍କଟପ କମ୍ପୁଟରରେ ସିସିଟିଭି କ୍ୟାମେରା ଷ୍ଟ୍ରିମର ଉପଯୋଗ କରିବାକୁ ଚାହାନ୍ତି କି? ଯଦି ଆପଣ ୱିଣ୍ଡୋଜର ବ୍ୟବହାର କରୁଛନ୍ତି , ତେବେ ଆପଣଙ୍କୁ କେବଳ ଆଟହୋମ କ୍ୟାମେରା ଡେସ୍କଟପ କ୍ଲାଏଣ୍ଟ ଡାଉନଲୋଡ କରିବାକୁ ହେବ।

ଯଦି ଆପଣଙ୍କ ଡେସ୍କଟପରେ ୱେବକ୍ୟାମ ଅଛି ତେବେ ଆପଣ ଷ୍ଟେପ3 ଭଳି QR କୋଡ ସ୍କାନ କରିପାରିବେ, ଅନ୍ୟଥା ଆପଣଙ୍କୁ ଷ୍ଟେପ 2 ଭଳି ୟୁଜରନେମ କରିବାକୁ ହେବ ଏବଂ ଲଗଇନ କରିବାକୁ ହେବ । ଆପଣ ଡେସ୍କଟପ କ୍ଲାଏଣ୍ଟରେ ଚାରି କ୍ୟାମେରା ଷ୍ଟ୍ରିମ ପର୍ଯ୍ୟନ୍ତ ଯୋଡି ପାରିବେ ଏବଂ ମନିଟର କରିପାରିବେ।

6 – ଆପ ରେ ସିଡ୍ୟୁଲ ରେକର୍ଡିଙ୍ଗ ଏବଂ ଦୁଇ ତରଫା ରେକର୍ଡିଙ୍ଗ ଭଳି ସୁବିଧାମାନ ଉପଲବ୍ଧ ଅଛି। ଆପଣ ଫ୍ରଣ୍ଟ ଏବଂ ରିଅର କ୍ୟାମେରା ମଧ୍ୟରେ ସ୍ଵିଚ କରିପାରିବେ ଏବଂ ଦୂରରୁ ଏଲଇଡ଼ି ଫ୍ଲାଶକୁ କାର୍ଯ୍ୟକ୍ଷମ କରିପାରିବେ ।

Leave a Reply

Your email address will not be published. Required fields are marked *