December 23, 2024

Odia Express

Leading Odia News Portal of Odisha

ଜାମ ଟଏଲେଟକୁ ଠିକ କରେଇବା ପାଇଁ ଡକା ଯାଇଥିଲା ପ୍ଲମ୍ବର, ଯେବେ ପାଇପ ଖୋଲିଲା ତ ଦୃଶ୍ୟ ଦେଖି ସମସ୍ତଙ୍କ ହୋଶ ଉଡିଗଲା…

ଏହି ଦୁନିଆ ବହୁତ ବଡ ଅଟେ , ଏହା କାହାକୁ ଜଣେଇବା ଆବଶ୍ୟକ ନାହିଁ । ଏହି ଦୁନିଆରେ କେବେକେବେ କିଛି ଏପରି ଜିନିଷ ମଧ୍ୟ ହୋଇଥାଏ, ଯାହା ଦେଖି ନିଜର ଆଖି ଉପରେ ବିଶ୍ଵାସ ହୋଇନଥାଏ। ଏହା ସମସ୍ତେ ଜାଣନ୍ତି ଯେ ସମାଜ ଆଗ ଅପେକ୍ଷା ବହୁତ ପରିବର୍ତ୍ତନ ହୋଇଛି, ଆଜି ଆଗଠାରୁ ଅଧିକ ସମାଜରେ ଅପରାଧ ହେବାରେ ଲାଗିଛି । ଆଜିକାଲିର ଅପରାଧୀ ବହୁତ ଧୂର୍ତ୍ତ ମଧ୍ୟ ହୋଇଯାଇଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଅପରାଧୀ ଏତେ ଅଧିକ ଧୂର୍ତ୍ତ ଅଟନ୍ତି ଯେ ନିଜର ଅପରାଧ ଲୁଚେଇବା ପାଇଁ ଯେକୌଣସି ସ୍ତରକୁ ଯାଇପାରନ୍ତି । ନିକଟରେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି , ଯାହାକୁ ଜାଣିବା ପରେ ଆପଣଙ୍କ ହୋଶ ଉଡିଯିବ ।

ଘଟଣା ବିଷୟରେ ଜାଣିବା ଆଗରୁ ଆମେ ଆପଣଙ୍କୁ ପ୍ରଥମେ ଏକଥା ଜଣେଇବୁ ଯେ ଏହା ଆଗକୁ ଆସିଲା କିପରି। ଆଜିକାଲି ପ୍ରତ୍ୟେକ ସ୍ଥାନରେ ସ୍ବଚ୍ଛତାର ଦ୍ରୁଷ୍ଟିରେ ଟଏଲେଟ ତିଆରି କରାହୁଏ । ଆପଣ ମଧ୍ୟ ଏହାର ବ୍ଯବହରର କରିଥାଇପାରନ୍ତି। ଆପଣ ଦେଖିଥିବେ ଯେ କେବେକେବେ ଟଏଲେଟର ପାଇପ ଜାମ ମଧ୍ୟ ହୋଇଯାଏ। ଏଭଳି ଅବସ୍ଥାରେ ଆପଣଙ୍କୁ ପ୍ଲମ୍ବରକୁ ଡକେଇବାକୁ ପଡିଥାଏ। କାରଣ ଏକ ପ୍ଲମ୍ବର ହିଁ ହୋଇଥାଏ ଯିଏ ଟଏଲେଟର ଜାମ ପାଇପକୁ ଠିକ କରିପାରିବ। ଆମେ ଯେଉଁ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ, ତାହା ମଧ୍ୟ ଏକ ପ୍ଲମ୍ବର କାରଣରୁ ଆଗକୁ ଆସିଛି ।

ଆପଣଙ୍କ ସୂଚନା ନିମନ୍ତେ ଜଣେଇ ଦେଉଛୁ ଯେ ନିକଟରେ କେରଳର ପଲକ୍କାଡରେ ଜଣେ ଡାକ୍ତରଙ୍କ ଘରେ ଏକ ଟଏଲେଟରୁ 2ଦିନର ଶିଶୁର ଶବ ମିଳିଥିଲା। ଏହି ଘଟଣା ପରେ ସାରା ଇଲାକାରେ ଚାଞ୍ଚଲ୍ୟ ଖେଳିଗଲା । ଏହି ଘଟଣାର ଉନ୍ମୋଚନ ସେହି ସମୟରେ ହେଲା ଯେବେ ଡାକ୍ତରଙ୍କ ଘରର ଟଏଲେଟ ଜାମ ହୋଇଗଲା । ଜାମ ଟଏଲେଟ କୁ ଠିକ କରିବା ପାଇଁ ଡାକ୍ତର ଏକ ପ୍ଲମ୍ବର ଡକେଇଥିଲେ। ପ୍ଲମ୍ବର ଡାକ୍ତରଙ୍କ ଘରର ଟଏଲେଟର ଜାମ ପାଇପକୁ ଠିକ କରିବା ପାଇଁ ଯେମିତି ହିଁ ପାଇପକୁ ଖୋଲିଲା ଏବଂ ପରିଷ୍କାର କଲା ଟ ତାକୁ ଛୁଆର ଶବ ଦେଖାଗଲା।

ଛୁଆଟିର ଶବ ଦେଖିବା ମାତ୍ରେ ପ୍ଲମ୍ବର ଡାକ୍ତରକୁ ଡାକିଲା ଏବଂ ଡାକ୍ତର ତୁରନ୍ତ ଏହାର ସୂଚନା ପୋଲିସକୁ ଦେଲେ। ମିଡିଆ ରିପୋର୍ଟ ଅନୁଯାୟୀ ପଲକ୍କାଡର ଡାକ୍ତର ଅବଦୁଲ ରହମାନ ଏବଂ ତାଙ୍କ ପତ୍ନୀ ପୋରିଥାମନ୍ନା ନିଜର ଘରେ ଏକ କ୍ଲିନିକ ଚଳଉଥିଲେ। କ୍ଲିନିକର ପରିଷ୍କାର ସମୟରେ ଘରର ଚାକରାଣୀ ଦେଖିଲା ଯେ କ୍ଲିନିକର ଟଏଲେଟର କମୋଡ ଜାମ ହୋଇଗଲା। କମୋଡରେ ପୁରା ପାଣି ପୂର୍ଣ୍ଣ ହୋଇଗଲା ଏବଂ ତାହା ବନ୍ଦ ମଧ୍ୟ ହେଉନଥିଲା। ଏହା ଦେଖିବା ପରେ ଚାକରାଣୀ ତୁରନ୍ତ ଏହାର ସୂଚନା ଡାକ୍ତରଙ୍କୁ ଦେଲା। ଡାକ୍ତର ଜାମ ଟଏଲେଟ କୁ ଠିକ କରେଇବା ପାଇଁ ପ୍ଲମ୍ବରକୁ ଡକେଇଲେ ।

ଯେବେ ପ୍ଲମ୍ବର ଟଏଲେଟର ସଫେଇ କରୁଥିଲା, ତାକୁ ଜଣାପଡିଲା ଯେ ଏକ ନବଜାତ ଶିଶୁର ଶିର କମୋଡର ପାଇପରେ ଫଶି ଯାଇଅଛି । ଏହାପରେ ତୁରନ୍ତ ଏହା ବିଷୟରେ ପୋଲିସକୁ ଜଣେଇ ଦିଆଗଲା । ପୋଲିସ ନିଜର ପ୍ରାରମ୍ଭିକ ଯାଞ୍ଚରେ କହିଲା ଯେ ଏପରି ଲାଗୁଛି କି ଡାକ୍ତରଙ୍କ କ୍ଲିନିକକୁ ଆସିଥିବା କୌଣସି ମହିଳା ନିଜର ନବଜାତ ଶିଶୁକୁ ଫ୍ଲଶ କରିଦେଇଛି । ପରନ୍ତୁ ଏହି ଘଟଣାର ଯାଞ୍ଚ କରାଯାଉଛି। ଏହି ଘଟଣାର ମୂଳ ପର୍ଯ୍ୟନ୍ତ ଯିବା ନିମନ୍ତେ ପୋଲିସ ଡାକ୍ତରଙ୍କୁ ମଧ୍ୟ ପଚରାଉଚୁରା କରୁଛି। ପୋଲିସ ଡାକ୍ତରଙ୍କୁ ପଛ ଦିନମାନଙ୍କରେ ଆସିଥିବା ସମସ୍ତ ରୋଗୀଙ୍କର ବିଷୟରେ ପଚରାଉଚୁରା କରୁଛି। ସେମାନଙ୍କ ମଧ୍ୟରେ କେତେ ମହିଳାଙ୍କର ଜନ୍ମ ତାରିଖ ନିକଟରେ ଥିଲା, ଏହାର ମଧ୍ୟ ସୂଚନା ନେଇଛି ।

Leave a Reply

Your email address will not be published. Required fields are marked *