October 19, 2024

Odia Express

Leading Odia News Portal of Odisha

ବାହାଘରର ତିନି ଦିନପରେ କନ୍ୟା ବରକୁ ଖୁଆଇଲା ଏଭଳି ଗୋଟିଏ ମେଡିସିନ୍ , ଆଉ ତାପରେ କହିଲା ତୁମକୁ ଏହା ଫାଇଦା ଦେବ କିନ୍ତୁ ତାପରେ ଯାହା ହେଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ..

ଥାନା କହନୁବାନ ରେ ଏକ ବିବାହିତା ଦିନ ସମୟରେ ନିଜ ଶଶୁରଘର ଲୋକଙ୍କୁ ନିଶା ଔଷଧ ଦେଇ ଘରୁ ୧୨ ଭରି ସୁନା ଓ ୫ ଲକ୍ଷ ୩୫ ହଜାର ଟଙ୍କା ନେଇକରି ଫେରାର୍ ହୋଇଗଲା , ପିଡିତ ପରିବାରର ଗଗନ ଶର୍ମା କହିଲେ କି ପ୍ରାୟ ୯ ମାସ ପୂର୍ବରୁ ତାଙ୍କର ବିବାହ ହୋଇଥିଲା । ସେ ନିଜେ ଗୁରୁଦାସପୁର ରେ ଏକ ପ୍ରାଇଭେଟ୍ ଇନଷ୍ଟିଟ୍ୟୁଡ୍ ଚଲାଇକରି ନିଜ ପରିବାର ପାଳୁଛନ୍ତି , ବାହାଘର ପରେ ଦିପ୍ତି ତାଙ୍କ ସହ କେବେ ଝଗଡା କରିନଥିଲେ , ସୋମବାର ଦ୍ୱିପହରରେ ଦିପ୍ତି ନିଜ ନଣଦ ସହ କିଛି ନିଶାଯୁକ୍ତ ପଦାଥ କ୍ଷୀରରେ ମିଶାଇ ବେହୋସ କରିଥିଳା , ଏହାପରେ ସେ ଘରୁ ୧୨ ଭରି ସୁନା ଓ ୫ ଲକ୍ଷ ୩୫ ହଜାର ନେଇ ଫେରାର୍ ହୋଇଗଲା । ଗଗନ କହିଲେ କି ଆମର ପଡୋଶୀ ଦିପ୍ତି ଓ ଦୁଇଟି ଯୁବକଙ୍କୁ ଜିନିଷ ନେଉଥିବାର ଦେଖିଥିଲେ ।

 

ଆରୋପି ଦିପ୍ତି ଗଗନଙ୍କୁ କରିଥିଲେ ଦ୍ୱିତୀୟ ବିବାହ : ଗଗନ କହିଲେ କି ଦିପ୍ତି ତାଙ୍କ ସହ ଦ୍ୱିତିୟ ବିବାହ କରିଥିଲେ , ଦିପ୍ତି ପ୍ରଥମ ବିବାହ ଉଦ୍ଧମପୁରରେ ହୋଇଥିଲା , ସେ ୨୦୧୪ ରେ ଛାଡପତ୍ର ଦେଇଥିଲେ , ଯାହାପରେ ଶଶୁରଘର ଲୋକଙ୍କ ସେ ୧୭ ଲକ୍ଷ ଟଙ୍କା ନେଇଥିଲେ , ଏହି ସବୁ ଘଟଣା ପଛରେ ଗଗନ ନିଜ ଶଶୁରଘର ଲୋକଙ୍କୁ ଦୋଷୀ ବୋଲି ମାନୁଛି , ସେକହିଲା କି ଯଦି ସେ ନ୍ୟାୟ ପାଇବେ ନାହିଁ ସେ ଆତ୍ମହତ୍ୟା କରିନେବେ , ଯାହାପାଇଁ ତାଙ୍କ ସ୍ତ୍ରୀ ଦିପ୍ତି ଦାୟୀ ରହିବେ ,

 

ପ୍ଲାଟ୍ ର ରେଜେଷ୍ଟ୍ରି ରଖିଥିଲେ ପଇସା : ଗଗନ କହିଲେ କି ତାଙ୍କ ସ୍ତ୍ରୀ ଯେଉଁ ୫ ଲକ୍ଷ ଟଙ୍କା ଚୋରି କରିଥିଲେ , ସେ ସେହି ପଇସା ଫ୍ଲାଟ୍ ର ରେଜେଷ୍ଟ୍ରିପାଇଁ ରଖିଥିଲେ, ଏହି ସଂବନ୍ଧରେ କେବଳ ଦିପ୍ତି ଓ ମୋତେ ଜଣା ଥିଲା ଦିପ୍ତି ଏହି କାରାନାମା କାରଣରୁ  ସେ ମାନସିକ ଚିନ୍ତାରେ ପଡିଯାଇଛନ୍ତି , ଗଗନ କହିଳା କି ସେ ଏହି ସଂବନ୍ଧି ଲିଖିତ ଅଭିଯୋଗ ଦେଇଛନ୍ତି ,

 

ପୀଡିତ ସ୍ୱାମୀ କହିଲା କି ସବୁ ଜିନିଷ ଚୋରୀ କରିବା ପରେ ଦିପ୍ତି ଓଲଟା ତାଙ୍କ ପରିବାର ଉପରେ ଥାନା ସିଟିରେ ଅଭିଯୋଗ କରିଛି, ଦିପ୍ତିଙ୍କ ଅଭିଯୋଗରେ ଘର ଛାଡିବା କାରଣ ଘରୋଇ ହିଂସା କହିଛି, ଯାହା ସଂପୂର୍ଣ୍ଣ ରୁପେ ମିଛ ଅଟେ , ସେପଟେ ଥାନା କାହନୁବାନ ପ୍ରଭାରୀ ସୁରେନ୍ଦ୍ରପାଲ ସିଂ କହିଲେ କି ଦୁଇ ପାର୍ଟିର ବିଭିନ୍ନ ଥାନାରେ ଅଭିଯୋଗ ଦିଆଯାଈଛି, ଜଲଦି ହିଁ ଦୁଇ ଗୋଷ୍ଠିଙ୍କୁ ଡକାଇକରି ଏହା ଉପରେ କାର୍ଯ୍ୟନୁଷ୍ଠାନ ନିଆ ଯିବ ।

 

 

Leave a Reply

Your email address will not be published. Required fields are marked *