ଇଣ୍ଟରଭିୟୁ ର ଚାଲାକି ପ୍ରଶ୍ନ – ଝିଅ କିମ୍ବା ପୁଅର ଏପରି କେଉଁ ଜିନିଷ ଅଛି ଯାହା ଗାଧୋଇବା ପରେ ମଧ୍ୟ ଓଦା ହୁଏ ନାହିଁ, ଜାଣନ୍ତୁ ଏପରି ମଜାଦାର ପ୍ରଶ୍ନର ଉତ୍ତର..
ଆଜିକାଲି ଅଧାରୁ ଅଧିକ ଲୋକ ଏହା ଚାହାନ୍ତି ଯେ କମ୍ପୁଟର ଏବଂ ଗୁଗୁଲର ଦୁନିଆରେ ରହୁଛନ୍ତି ଯେଉଁ କାରଣରୁ ସେମାନଙ୍କୁ କୌଣସି ପ୍ରଶ୍ନର ଉତ୍ତର ଜାଣିବାକୁ ହୁଏ ତ ତୁରନ୍ତ ଏହାର ସାହାରା ନେଇଥାନ୍ତି । ଯେଉଁ କାରଣରୁ ବ୍ୟକ୍ତିଙ୍କର ଚାଈନା କରିବା ଏବଂ ବୁଝିବାର କ୍ଷମତା ଶେଷ ହୋଇଯାଏ। ଏତିକି ନୁହେଁ ଆପଣଙ୍କୁ ଏହା ମଧ୍ୟ ଜଣେଇଦେବୁ ଯେ ଅନେକ ସମୟରେ ଆପଣ ଏପରି ପରୀକ୍ଷା ଦେଇଥିବେ କିମ୍ବା ସେ ବିଷୟରେ ଶୁଣିଥିବେ ଯେ ତାଙ୍କର କିଛି ପ୍ରଶ୍ନ ଏପରି ହୋଇଥାଏ ଯାହା ବିଲକୁଲ ଗୋଲକଧନ୍ଦା ଭଳି ହୋଇଥାଏ।
ଆଜି ଆମେ ଆପଣଙ୍କ ନିମନ୍ତେ ଏପରି କିଛି ଗୋଲକଧନ୍ଦା ନେଇ ଆସିଛୁ ଯାହାର ଉତ୍ତର ଦେବାକୁ ଆପଣଙ୍କ ଝାଳ ବାହାରିପଡିବ । ହଁ ଆଜ୍ଞା ଏକଥା ତ ସତ ଯେ ଗୋଲକଧନ୍ଦାଙ୍କୁ ବୁଝିବା ପାଇଁ ବୁଦ୍ଧି ଜାଗ୍ରତ ହୁଏ ଏହା ବ୍ୟତିତ ଅନେକ ଅନ୍ୟ ପ୍ରକାର ମଧ୍ୟ ଲାଭ ମିଳିଥାଏ ଏବଂ ଆପଣଙ୍କ ଏହି ବୋଧଶକ୍ତି ଆପଣଙ୍କ ମେଧାବୀ ହେବାର ପ୍ରମାଣ ମଧ୍ୟ ଦେଇଥାଏ। ତେବେ ଆସନ୍ତୁ ଜାଣିବା କିଛି ଏପରି ଗୋଲକଧନ୍ଦା ଯାହାର ଉତ୍ତର ଦେବା ବିଲକୁଲ ସମ୍ଭବ ନୁହେଁ ।
ପ୍ରଥମ ପ୍ରଶ୍ନ: ଜଣେ ଲୋକ ଲଗାତାର 12ଦିନ ଚଳୁଥିଲା ତାହା ମଧ୍ୟ ବିନା ଶୋଇବାରେ ତାହା କିପରି?
ଉତ୍ତର: ଏହି ପ୍ରଶ୍ନକୁ ଶୁଣିବା ପରେ ଆପଣଙ୍କ ମୁଣ୍ଡ ମଧ୍ୟ ଘୁରି ଯାଇଥିବ ପରନ୍ତୁ ଯେବେ ଆପଣ ଏହି ପ୍ରଶ୍ନକୁ ଧ୍ୟାନର ସହିତ ପଧିବେ ତ ଏହି ପ୍ରଶ୍ନରେ ହିଁ ଉତ୍ତର ମଧ୍ୟ ଲୁଚି ରହିଛି। ହଁ ଆଜ୍ଞା ସେହି ବ୍ୟକ୍ତି ଦିନରେ ଚଳୁଥିଲା ଏବଂ ରାତିରେ ଶୋଉଥିଲା ।
ଦ୍ଵିତୀୟ ପ୍ରଶ୍ନ: କାର ରେସ ସମୟରେ ଆପଣ ଦ୍ଵିତୀୟ ନମ୍ବରରେ ଚାଲୁଥିବା ଏକ କାରକୁ ଅତିକ୍ରମ କଲେ ତ ଏବେ ଆପଣ କହି ପାରିବେ କି ଆପଣ କେଉଁ ସ୍ଥାନରେ ଅଛନ୍ତି ?
ଉତ୍ତର: ସର୍ବପ୍ରଥମେ ତ ଆପଣ ଏହି ପ୍ରଶ୍ନକୁ ବୁଝିପାରିଥିବେ ତ ଏପର୍ଯ୍ୟନ୍ତ ଆପଣଙ୍କୁ ଏହାର ଉତ୍ତର ମଧ୍ୟ ମିଳି ସାରିଥିବ କିନ୍ତୁ ଯଦି ଆପଣାକୁ ଏହାର ଉତ୍ତର ମିଳି ନାହିଁ ତେବେ ଆମେ ଆପଣଙ୍କୁ ଜଣେଇଦେବୁ ଯେ ଆପଣ ଦ୍ଵିତୀୟ ନମ୍ବରର କାରକୁ ଅତିକ୍ରମ କରିବା ପରେ ନିଜେ ଦ୍ଵିତୀୟ ନମ୍ବରକୁ ଆସି ଯାଇଛନ୍ତି ।
ତୃତୀୟ ପ୍ରଶ୍ନ: ଏହି ଫଟୋକୁ ଦେଖିବା ପରେ କଣ ଆପଣ ଏକହତା କହି ପାରିବେ ଯେ ସର୍ବପ୍ରଥମେ କେଉଁ କପ ପୂର୍ଣ୍ଣ ହେବ?
ଉତ୍ତର: ଏବେ ଏହାକୁ ଦେଖିବା ପରେ ଆପଣଙ୍କୁ ମଧ୍ୟ ଏକଥା ବୁଝି ହେଉ ନାହିଁ ଯେ ସର୍ବପ୍ରଥମେ କେଉଁ କପ ପୂର୍ଣ୍ଣ ହେବ । ତେବେ ଆମେ ଆପଣଙ୍କୁ ଜଣେଇଦେବୁ ଯେ ଏହି ପ୍ରଶ୍ନର ସଠିକ ଉତ୍ତର ଅଟେ C। ଏହି ଫଟୋକୁ ଯଦି ଆପଣ ଲକ୍ଷ୍ୟ କରିବେ ତ ଆପଣଙ୍କୁ ଏକଥା ଜଣାପଡିବ ଯେ କପ C କୁ ଛାଡି ବାକି ସବୁ କପରେ କେଉଁଠି ନା କେଉଁଠି ବ୍ଲକେଜ ରହିଛି ।
ଚତୁର୍ଥ ପ୍ରଶ୍ନ: ଏ ବି ର ପିତା ଅଟନ୍ତି ପରନ୍ତୁ ବି ଏ ର ପୁଅ ନୁହେଁ ଏପରି କାହିଁକି…?
ଉତ୍ତର: ଏହି ପ୍ରଶ୍ନକୁ ଶୁଣିବା ପରେ ଆପଣଙ୍କ ମନରେ ଏହି ଖିଆଲ ଆସୁଥିବ ଯେ ଏପରି ତ ସମ୍ଭବ ନୁହେଁ । ପରନ୍ତୁ ଯେବେ ଆପଣ ନିଜର ବୁଦ୍ଧି ଖଟେଇବେ ତ ଆପଣଙ୍କୁ ଏହି ପ୍ରଶ୍ନର ସଠିକ ଉତ୍ତର ମିଳିଯିବ। ଏହି ପ୍ରଶ୍ନର ସଠିକ ଉତ୍ତର ଏହା ଯେ ଏ ବି ର ପିତା ଅଟନ୍ତି କିନ୍ତୁ ବି ଏ ର ପୁଅ ନୁହେଁ ପରନ୍ତୁ ଝିଅ ଅଟେ ।
ପଞ୍ଚମ ପ୍ରଶ୍ନ: ଏକ ସମୁଦ୍ରରେ ଏକ ଜାହାଜ ଯାଉଥିଲା ଓ ସେହି ଜାହାଜରେ ଗୋଟିଏ ସିଡି ତଳକୁ ଓହଳି ଥିଲା। ଯାହାର ଲମ୍ବ ପ୍ରାୟ 12ଫିଟ ଥିଲା। ସେହି ସିଡିରେ ଉପରକୁ ଚଢିବା ନିମନ୍ତେ ପ୍ରାୟ 7ଟି ବାଡି ଲାଗିଥିଲା। ପରନ୍ତୁ କିଛି ସମୟ ପରେ ସମୁଦ୍ରର ଜଳସ୍ତର 3ଫିଟ ବଢିଗଲା ତ ସିଡିର କେତେ ବାଡି ପାଣି ଭିତରକୁ ଚାଲିଗଲା?
ଉତ୍ତର- ଏହି ପ୍ରଶ୍ନକୁ ଶୁଣିବା ପରେ ଆପଣଙ୍କ ମନକୁ ବୋଧହୁଏ ସଠିକ ଉତ୍ତର ଆସୁଥିବ ଯେ ଜାହାଜର 3ଟି ସିଡି ପାଇଁ ତଳକୁ ଚାଲିଯାଇଥିବ କାରଣ ପାଣିର ସ୍ତର 3ଫିଟ ଉପରକୁ ଚାଲି ଯାଇଛି । ପରନ୍ତୁ ଆମେ ଆପଣଙ୍କୁ ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେଉଛୁ ଯେ ଏହାର ସଠିକ ଉତ୍ତର ଅଟେ ଗୋଟିଏ ବି ସିଡି ପାଣି ଭିତରକୁ ଯାଇନାହିଁ । ଏହାର କାରଣ ପାଣି ର ସ୍ତର ବଢିବା ସହିତ ଜାହାଜ ମଧ୍ୟ ଉପରକୁ ଉଠିଯାଇଛି ।
ଷଷ୍ଠ ପ୍ରଶ୍ନ: ଏହି ଫଟୋକୁ ଦେଖିବା ପରେ ଆପଣ ଆମକୁ କୁହନ୍ତୁ ଯେ ଏହି ଫଟୋରେ ସବୁଠାରୁ ବଡ ମୂର୍ଖ କିଏ ଅଟେ ,A କିମ୍ବା B?
ଉତ୍ତର: ଏହି ପ୍ରଶ୍ନ ତ ବିଲକୁଲ ସହଜ ଅଟେ । ଏହି ଫଟୋକୁ ଦେଖିବାର ମାତ୍ରେ ଆପଣଙ୍କୁ ଏହାର ଉତ୍ତର ମଧ୍ୟ ମିଳିଯାଇଥିବ । ଏହି ଫଟୋରେ A ସବୁଠାରୁ ବଡ ମୂର୍ଖ ଅଟେ କାରଣ ଯଦି ସେ ସେହି ଗଛକୁ ସେହି ସ୍ଥାନରୁ କାଟି ଦେବ ତ ଏମିତିରେ ଦୁଇଜଣ ଯାକ ତଳେ ପଡିଯିବେ ।
ସପ୍ତମ ପ୍ରଶ୍ନ: ଝିଅଙ୍କର ଏପରି କେଉଁ ଜିନିଷ ଅଛି , ଯାହା ଗାଧୋଇବା ପରେ ମଧ୍ୟ ଶୁଖିଲା ରହିଯାଏ?
ଉତ୍ତର: ହଁ ଆଜ୍ଞା ଫଶିଗଲେ ନା ଏହାର ଉତ୍ତର ଅଟେ ଛାଇ। ଝିଅ ଶବ୍ଦ ତ କେବଳ ଆପଣଙ୍କୁ ଦ୍ଵନ୍ଦରେ ପକେଇବା ନିମନ୍ତେ ଥିଲା । ବାସ୍ତବରେ ପୁଅ ହେଉ କିମ୍ବା ଝିଅ ସଜୀବ କିମ୍ବା ନିର୍ଜୀବ କାହାର ମଧ୍ୟ ଛାଇ ଓଦା ହୁଏ ନାହିଁ ।