December 22, 2024

Odia Express

Leading Odia News Portal of Odisha

ଆସନ୍ତୁ ପଦଚିହ୍ନରୁ ଜାଣିବା ନିଜର ବ୍ୟକ୍ତିତ୍ବ ବିଷୟରେ, ଏମାନଙ୍କ ମଧ୍ୟରୁ କେଉଁଟି ଆପଣଙ୍କ ପାଦ ଦେଖନ୍ତୁ ନିଜ ସ୍ୱଭାବ ଜାଣି ରଖନ୍ତୁ …

ଯାହାକି ଆମେ ସମସ୍ତେ ଜାଣିଛୁ  ଚିକିତ୍ସା ପଦ୍ଧତି ରେ ତିନି ପ୍ରକାର ଦ୍ଵାରା ଚିକିତ୍ସା କରାଯାଇଥାଏ ଯେଉଁଥିରେ ଆୟୁର୍ବେଦ, ହୋମିଓପାଥି ଓ ଏଲୋପାଥି, ଆମର ଭାରତୀୟ ଚିକିତ୍ସା ପଦ୍ଧତିରେ ଆୟୁର୍ବେଦରେ ଯେକୌଣସି ରୋଗକୁ ତିନି ବିଧି ରେ ବୁଝିହେବ ଯାହାକୁ ବାତ, ପିତ୍ତ ଓ କଫ ନାମରେ ଜନାଜାଏ। ଆୟୁର୍ବେଦ ଅନୁଯାୟୀ ଯେବେ ଶରୀରରେ ଏହି ତିନି ଜିନିଷର ସନ୍ତୁଳନ ବିଗିଡି ଯାଏ ତ ଶରୀରରେ ଗମ୍ଭୀର ରୋଗ ହେବାରେ ଲାଗେ, ଓ ଯଦି ଏହି ତିନି ଜିନିଷ ନିୟନ୍ତ୍ରଣରେ ରହେ ତେବେ ବ୍ୟକ୍ତି ସ୍ଵସ୍ଥ ରୁହନ୍ତି।

ଜେଭଳି ପ୍ରତ୍ୟେକ ବ୍ୟକ୍ତିଙ୍କର ହାତ ଓ ପାଦର ଅଙ୍ଗୁଳି ଭିନ୍ନ ଭିନ୍ନ ହୋଇଥାଏ ସେହିପ୍ରକାର ପ୍ରତ୍ୟେକ ବ୍ୟକ୍ତିଙ୍କର ପାଦର ତଳ ଅଂଶ ଭିନ୍ନ ଭିନ୍ନ ହୋଇଥାଏ ଓ ଏହି ଚିହ୍ନ ଦ୍ଵାରା ଆମେ ସେମାନଙ୍କ ବିଷୟରେ ଜାଣିପାରିବା। ଆଜିର ଏହି ଆଲେଖ୍ୟରେ ଆମେ ଆପଣଙ୍କୁ କୌଣସି ବି ବ୍ୟକ୍ତିଙ୍କର ପାଦର ଚିହ୍ନ ଦେଖି ତାଙ୍କ ବ୍ୟକ୍ତିତ୍ବ ବିଷୟରେ ଜଣେଇବାକୁ ଯାଉଛୁ, ତା ପୂର୍ବରୁ ଆପଣ ଏହି ଗୋଟିଏ ଫଟୋ ଦେଖନ୍ତୁ ତାପରେ ଆମେ ଆପଣଙ୍କୁ ସେ ବିଷୟରେ ଜଣେଇବୁ ।

ଏହି ଫଟୋ ଦେଖନ୍ତୁ – ପ୍ରଥମ ପଦଚିହ୍ନ : ଏଭଳି ବ୍ୟକ୍ତି ନିଜର ଜୀବନରେ ସନ୍ତୁଳନ ବନେଇ ରଖି ଚଳନ୍ତି ଏହାଙ୍କର ଜୀବନରେ ଗୁଣ ଏବଂ ଅବଗୁଣକୁ ଭଲଭାବରେ ଏମାନେ ବ୍ୟବହାରରେ ଲଗେଇଥାନ୍ତି। ଏଭଳି ଲୋକ ଜୀବନରେ ବହୁତ ସଫଳ ହୋଇଥାନ୍ତି, ଏମାନେ ନିଜର ଜୀବନକୁ ଉତ୍ତମ ରୂପେ ଜୀବନଧାରଣ କରନ୍ତିକିନ୍ତୁ ଏମାନଙ୍କର ବଡ ସମସ୍ୟାହୋଇଥାଏ ଏମାନଙ୍କର ଆଳସ୍ୟ, ହଁ ଆଜ୍ଞା ଆଳସ୍ୟ କାରଣରୁ ଅନେକ ସମୟରେ ଏମାନଙ୍କ ହୋଇଥିବା କାର୍ଯ୍ୟ ମଧ୍ୟ ଅଟକି ଯାଏ କିମ୍ବା ବିଗିଡି ଯାଏ।

ଏବେ କହିବୁ ଦ୍ଵିତୀୟ ପାଦର – ଏଭଳି ଲୋକ ବହୁତ ଚତୁର ଏବଂ ତାଙ୍କର ବୌଦ୍ଧିକ ବିକାଶ ମଧ୍ୟ ଉଚ୍ଚ ହୋଇଥାଏ, ଅନେକ ଥର ଏମାନେ ନିଜକୁ ଅନ୍ୟ କାହା ସମ୍ମୁଖରେ ଉତ୍ତମ ରୂପେ ପ୍ରସ୍ତୁତ କରିବାରେ ଅସଫଳ ହୋଇଯାନ୍ତି। ଏଭଳି ପାଦ ଥିବା ଲୋକ ଆତ୍ମବିଶ୍ଵାସ ପୂର୍ଣ୍ଣ ହୋଇଥାନ୍ତି ଏବଂ ଏହି ଲୋକମାନେ ଯେଉଁ କାର୍ଯ୍ୟ କରନ୍ତି ସେଥିରେ ନିଜର ଶତ ପ୍ରତିଶତ ଯୋଗଦାନ ଦେଇଥାନ୍ତି । ଏସବୁ ବ୍ୟତିତ ଏଭଳି ଲୋକମାନଙ୍କୁ ଅନ୍ୟ ବ୍ୟକ୍ତିଙ୍କ କାନ୍ଧରେ ବନ୍ଧୁକ ରଖି ଚଲାନ୍ତି ଅର୍ଥ ଅନ୍ୟ କାହା ଦ୍ଵାରା କାର୍ଯ୍ୟ ସମାପ୍ତ କରିବାକୁ ପସନ୍ଦ ହୋଇଥାଏ।

ଶେଷ ପଦଚିହ୍ନ ଥିବା ବ୍ୟକ୍ତି – ଏପରି ଲୋକମାନେ ବୌଦ୍ଧିକ ସ୍ତରରେ ବହୁତ ସମୃଦ୍ଧ ହୋଇଥାନ୍ତି ଓ ଆଧ୍ୟାତ୍ମିକ ରୂପରେ ମଧ୍ୟ ବହୁତ ସକ୍ରିୟ ରହନ୍ତି, ସବୁବେଳେ ଉଚ୍ଚ ବିଚାର ରଖନ୍ତି ଓ ସେହି ପ୍ରକାର ନିଜର ଜୀବନରେ ଆଗକୁ ଯାଆନ୍ତି ଓ ନିଜର ଜୀବନ ବିତାଇଥାନ୍ତି। ଏସବୁ ବ୍ୟତିତ ସମାଜର ଉଚ୍ଚବର୍ଗଙ୍କୁ ଏମାନଙ୍କ ଠାରୁ ବହୁତ ଅଧିକ ଲାଭ ହୋଇଥାଏ । ଏପରି ଲୋକମାନେ ସମସ୍ତଙ୍କୁ ନିଜ ସହିତ ନେଇ ଚାଲିବାକୁ ପସନ୍ଦ କରନ୍ତି । ଏପରି ବ୍ୟକ୍ତି ସବୁବେଳେ କିଛି ନା କିଛି ଏପରି କରିବାକୁ ଚାହାନ୍ତି ଯେ ଏମାନେ ଲୋକଙ୍କ ଭିଡରେ ସ୍ଵତନ୍ତ୍ର ରୂପେ ଦୃଷ୍ଟିଗୋଚର ହେବେ ।

Leave a Reply

Your email address will not be published. Required fields are marked *