September 19, 2024

Odia Express

Leading Odia News Portal of Odisha

ପ୍ରତିଦିନ ଚେହେରାରେ ଆଳୁରେ ପ୍ରସ୍ତୁତ ଘରୋଇ ଜେଲ ଲଗାନ୍ତୁ , ସବୁ ଦାଗ ଦୂର ହେଜିବା ଓ ଚମକୁଥିବା ଚେହେରା ହେଇଯିବ …

ନିଜର ଚେହେରା ପ୍ରତି ତ ଏମିତିରେ ସମସ୍ତଙ୍କୁ ଆକର୍ଷଣ ହୋଇଥାଏ କିନ୍ତୁ ମହିଳାଙ୍କ ନିମନ୍ତେ ନିଜର ଚେହେରା  ବହୁତ ପ୍ରିୟ ହୋଇଥାଏ ପରନ୍ତୁ ସେମାନେ ନିଜର ଚେହେରାକୁ ନେଇ ଅଧିକତର ଚିନ୍ତିତ ରୁହନ୍ତି ଓ ତାଙ୍କର ଚିନ୍ତାର କାରଣ ହୋଇଥାଏ ଚେହେରାରେ ଥିବା ଦାଗ, ବ୍ରଣ, କଳା ଦାଗ ଓ ଆଖି ତଳେ ଥିବା କଳା ଦାଗ ଘେର ଇତ୍ୟାଦି। ଆଜି ଆମେ ଆପଣଙ୍କୁ ଏକ ଏପରି ଦେଶୀ ଉପଚାର ଜଣେଇବାକୁ ଯାଉଛୁ ଯାହା ଆପଣ ଘରେ ବସି ସହଜରେ ପ୍ରସ୍ତୁତ କରିପାରିବେ ଓ ଏଥିପାଇଁ ଆପଣଙ୍କୁ ଅଧିକ ସାମଗ୍ରୀ ମଧ୍ୟ ଦରକାର ହେବନାହିଁ। ଏହି ଉପଚାର ଦ୍ଵାରା ଆପଣଙ୍କ ଚେହେରାରେ ଥିବା ବ୍ରଣ, ଦାଗ, ଆଖି ତଳେ କଳା ବୃତ୍ତ ଇତ୍ୟାଦିରୁ ମୁକ୍ତି ମିଳିବ।

ଆଜି ଆମେ ଆପଣଙ୍କୁ ଆଳୁ ଓ ଏଲୋଭେରା ଜେଲ ଦ୍ଵାରା ଏକ ଏପରି ଉପଚାର ଜଣେଇବାକୁ ଯାଉଛୁ । ଆଳୁ ଆମର ଚେହେରା ଉପରେ ଥିବା ଦାଗ-ଚିହ୍ନକୁ ଦୂର କରିବାରେ ବହୁତ ସହାୟକ ହୋଇଥାଏ। ଆଳୁ ଶୁଷ୍କ ସ୍କିନ ଓ ତୈଳାକ୍ତ ସ୍କିନ ଦୁହିଁଙ୍କ ନିମନ୍ତେ ଲାଭଜନକ ପ୍ରମାଣିତ ହୋଇଥାଏ। ଆଳୁ ରସରେ ପ୍ରକୃତିକ ସ୍କିନ ବ୍ଲିଚିଂ ଏଜେଣ୍ଟ ଥାନ୍ତି ଯାହା ଚେହେରାର ରଙ୍ଗ ଉଜ୍ଜ୍ଵଳ କରିବାରେ ଲାଭଜନକ ହୋଇଥାଏ।

ଆଲୋବେରା ଜେଲ ଚେହେରାକୁ ମଶ୍ଚୁରାଇଜ କରିଥାଏ ଓ ଚେହେରାକୁ ମୁଲାୟମ କରିଥାଏ, ଏହା ବ୍ୟତିତ ଆଳୁ ରସରେ ଏଭଳି ଗୁଣ ଥାଏ ଯାହା ଚେହେରାରୁ ଅତିରିକ୍ତ ତୈଳ ଦୂରକରିଥାଏ ଓ ଚେହେରାର ବନ୍ଦ ଛିଦ୍ରକୁ ଖୋଲିଥାଏ ଓ ସ୍କିନକୁ ଟୋନ କରିଥାଏ। ଆଳୁରେ ଆଣ୍ଟି-ଅକସିଡାଣ୍ଟସ ଉପସ୍ଥିତ ଥାଏ ଯାହା ଚେହେରାରୁ ବ୍ୟାକ୍ଟେରିଆ ଦୂରରେ ରଖିଥାଏ ଓ କୀଟାଣୁଙ୍କ ଠାରୁ ଚେହେରାକୁ ରକ୍ଷା କରେ ।

ଆଳୁ ଓ ଏଲୋଭେରାର ଏହି ଜେଲ ଦ୍ଵାରା ଆପଣଙ୍କ ଚେହେରାରୁ କଳା ଦାଗ ଦୂର କରିଥାଏ । ଦାଗ ଓ ଚିହ୍ନକୁ ଧୀରେଧିରେ କମ କରିଦେଇଥାଏ ଓ ସ୍କିନରୁ ମୃତ କୋଷିକାକୁ ହଟେଇ ଦେଇଥାଏ ଯାହାଦ୍ଵାରା ଆପଣଙ୍କ ଚେହେରା ଚମକିବାରେ ଲାଗେ ଓ କୋମଳ ମଧ୍ୟ ହୋଇଯାଇଥାଏ। ଏହି ସ୍କିନକୁ ମସଚରାଇଜର କରିବାରେ ବହୁତ ସଫଳ ହୋଇଥାଏ ଓ ଏହା ଚେହେରାରେ ଉପସ୍ଥିତ କୁଞ୍ଚିତ ରେଖାର ମଧ୍ୟ ଚିକିତ୍ସା କରିଥାଏ। ଆସନ୍ତୁ ଏବେ ଏହାର ଲାଭ ତ ବହୁତ ଜାଣିଗଲେ ଏବେ ଏହାର ପ୍ରସ୍ତୁତ ବିଧି ବିଷୟରେ ଜାଣିବା ।

ସାମଗ୍ରୀ – ଆଳୁ- 1 ,ଏଲୋଭେରା ଜେଲ- ଏକ ଚାମଚ

ଆଳୁ ଓ ଏଲୋଭେରା ଜେଲ ପ୍ରସ୍ତୁତ କରିବାର ବିଧି – ସର୍ବପ୍ରଥମେ ଆଳୁର ଚୋପା ଛଡେଇ ଦିଅନ୍ତୁ ଓ ଏହାକୁ ଛୋଟ ଛୋଟ ଆକାରରେ କାଟି ଦିଅନ୍ତୁ , ଏହାପରେ ଡେକ ଛୋଟ ବାଉଲ ନିଅନ୍ତୁ, ସେଥିରେ ଆଳୁରସ ଓ ଏଲୋଭେରା ଜେଲ ମିଶେଇ ଭଲଭାବରେ ଫେଣ୍ଟି ଦିଅନ୍ତୁ, ଆପଣଙ୍କ ଆଳୁ ଓ ଏଲୋଭେରା ଜେଲ ପ୍ରସ୍ତୁତ ହୋଇଗଲା ଏବେ ଏହାକୁ ନିଜର ଚେହେରା ଉପରେ ନିୟମିତ ରୂପରେ ପ୍ରତିଦିନ ଲଗାନ୍ତୁ ଓ କିଛି ଦିନରେ ଆପଣଙ୍କୁ ଏହାର ପ୍ରଭାବ ଦେଖିବା ଆରମ୍ଭ ହୋଇଯିବ, ଏହି ଜେଲକୁ ଲଗେଇବା ପରେ ନିଜେ ଆପଣ ଏହାର ପ୍ରଭାବ ଅନୁଭବ କରିପାରିବେ ।

Leave a Reply

Your email address will not be published. Required fields are marked *