December 23, 2024

Odia Express

Leading Odia News Portal of Odisha

ଏହି ନାମର ଝିଅମାନେ ହୋଇଥାନ୍ତି ସ୍ଵତନ୍ତ୍ର, ଯଦି ଆପଣଙ୍କ ସାଥିରେ ଅଛନ୍ତି ତେବେ ଆପଣ ସବୁଠାରୁ ଭାଗ୍ୟବାନ ଅଟନ୍ତି …

ଆଜିର ଏହି ପୋଷ୍ଟରେ ଆମେ ସେହି ମହିଳାଙ୍କ କଥା କହିବୁ ଯେଉଁମାନଙ୍କର ନାମ ଇଂରାଜୀ ଅକ୍ଷର K କିମ୍ବା Nରୁ ଆରମ୍ଭ ହୋଇଥାଏ। ଯଦି ଆପଣଙ୍କ ପାର୍ଟନରଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଏହି ପୋଷ୍ଟ ଜରିଆରେ ଆପଣ ତାଙ୍କ ବିଷୟରେ ବହୁତ କିଛି ଜାଣିପାରିବେ ଓ ନିଜର ଭବିଷ୍ୟର ଅନୁମାନ ଲଗେଇପାରିବେ । ଆଜିର ଏହି ପୋଷ୍ଟରେ ଆମେ ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ମହିଳାଙ୍କ ବିଷୟରେ କହିବୁ। ତେବେ ଆସନ୍ତୁ ଜାଣିବା କିପରି ହୋଇଥାନ୍ତି ଏହି ନାମର ମହିଳାମାନେ ।

K ନାମର ମହିଳା – ଯେଉଁ ମହିଳାଙ୍କ ନାମ K ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଗପୁଡି ହୋଇଥାନ୍ତି କିମ୍ବା ଏକଦମ ଶାନ୍ତ। ଶାନ୍ତ ରହୁଥିବା ମହିଳାଙ୍କୁ ବେକାର କଥା ବଦଳରେ କେବଳ କାମର କଥାରେ ମନ ଲଗେଇବା ଭଲ ଲାଗିଥାଏ। ଏମାନେ କମ କୁହନ୍ତି ଓ ନିଜର ଦୁନିଆରେ ମସ୍ତ ରହନ୍ତି ।

ସବୁ କ୍ଷେତ୍ରରେ ପ୍ରଥମ – ଏମାନେ ସବୁବେଳେ କିଛି ନୂତନ ଜିନିଷର ସନ୍ଧାନରେ ରହନ୍ତି। ଏମାନଙ୍କୁ ସେଠାରେ ଭଲ ଲାଗିଥାଏ ଯେଉଁଠାରେ ଜ୍ଞାନ ମିଳିଥାଏ। ଏହି ନାମର ମହିଳାମାନେ ବହୁତ ଦ୍ରୁତ ଗତିରେ ଆଗକୁ ବଢନ୍ତି। ଏହି ନାମର ମହିଳାମାନେ ଯେଉଁ କ୍ଷେତ୍ରରେ ଯାଆନ୍ତି ପ୍ରଥମ ହୁଅନ୍ତି ଓ କାର୍ଯ୍ୟକୁ ମନ ଲଗେଇ କରନ୍ତି ।

ପ୍ରତିଷ୍ଠା ଓ ସମ୍ପତ୍ତି ଭାଗ୍ୟରେ – ଏମାନଙ୍କୁ ପ୍ରତିଷ୍ଠା ଓ ସମ୍ପତ୍ତି ଦୁଇଟି ଯାକ ଭାଗ୍ୟ ବଳରେ ମିଳିଥାଏ । ଏମାନେ ଦେଖିବାକୁ ସୁନ୍ଦର ହୋଇଥାନ୍ତି ଏଥିପାଇଁ ଲୋକମାନେ ଏମାନଙ୍କ ଆଡକୁ ସ୍ଵୟଂ ଆକର୍ଷିତ ହୋଇଯାନ୍ତି । ଏହି ମହିଳା ମାନଙ୍କୁ ପ୍ରେମ କରୁଥିବା ଲୋକଙ୍କର ଏକ ଲମ୍ବା ତାଲିକା ଥାଏ। କିନ୍ତୁ ନିଜ କଥା ଆସେ ତ ଏମାନେ ନିଜର ସାରା ଜୀବନ ଜଣକୁ ହିଁ ପ୍ରେମ କରି ବିତେଇ ଦିଅନ୍ତି। କିଏ କଣ କହୁଛି , କଣ କରୁଛି, ଏଥିରେ ଏମାନଙ୍କୁ କୌଣସି ଖାସ ଧ୍ୟାନ ନଥାଏ ।

N ନାମର ମହିଳା – ପରିଶ୍ରମୀ N ନାମର ମହିଳାଙ୍କ ପାଖରେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବ୍ୟବହାରିକ ଜ୍ଞାନ ମଧ୍ୟ ଥାଏ। ଏମାନଙ୍କୁ ଜଣାଥାଏ ଯେ କାହା ସହିତ କିପରି ବ୍ୟବହାର କରିବା ଉଚିତ। N ନାମର ମହିଳାମାନେ ବହୁତ ପରିଶ୍ରମୀ ହୋଇଥାନ୍ତି। ଏମାନେ କୌଣସି ଜିନିଷକୁ ନେଇ ଭୟ କରନ୍ତି ନାହିଁ ଓ କୌଣସି କାର୍ଯ୍ୟକୁ ଆଗ୍ରହର ସହ କରନ୍ତି ।

ନିର୍ମଳ ହୃଦୟ – ଏମାନେ ବାକ୍ୟର ଏପରି ଧନୀ ହୋଇଥାନ୍ତି ଯେ ସାମ୍ନାବାଲା ଏମାନଙ୍କ ଆଡକୁ ଆକର୍ଷିତ ହୋଇଯାନ୍ତି । ଏମାନେ କୌଣସି ବି ବ୍ୟକ୍ତିଙ୍କୁ ନିଜର ବାକଚାତୁରୀ ଦ୍ଵାରା ନିଜର ବନ୍ଧୁ ବନେଇଦିଅନ୍ତି ଓ ଏମାନେ ନିଜର ନିୟନ୍ତ୍ରଣରେ କରିନିଅନ୍ତି। ଏହି ନାମର ମହିଳାମାନେ ବହୁତ ପ୍ରଭାବଶାଳୀ ହୋଇଥାନ୍ତି। ଏମାନେ ସହଜରେ କାହାକୁ ବି ପ୍ରଭାବିତ କରିପାରନ୍ତି। ଏମାନଙ୍କ ହୃଦୟ ନିର୍ମଳ ହୋଇଥାଏ କିନ୍ତୁ ଏମାନଙ୍କ କ୍ରୋଧ ଏମାନଙ୍କୁ ଲୋକଙ୍କ ଦୃଷ୍ଟିରେ ଖରାପ କରିଦେଇଥାଏ।

ହସମୁଖ ଓ ମିଳନସାର – ସତ୍ୟ ଓ ନିଜର ସିଦ୍ଧାନ୍ତ ନିମନ୍ତେ ଏମାନେ କାହା ସହିତ ମଧ୍ୟ ଟକ୍କର ଦେବାକୁ ପ୍ରସ୍ତୁତ ରହନ୍ତି। ଏମାନଙ୍କୁ ସତ୍ୟର ସାଥି ଦେବା ପସନ୍ଦ ହୋଇଥାଏ । ଏଆମନେ ନିଜକୁ ସମସ୍ତ ପରିସ୍ଥିତିରେ ଶ୍ରେଷ୍ଠ ପ୍ରମାଣିତ କରିବାକୁ ଚାହାନ୍ତି। ସାମାଜିକ ଜୀବନରେ ଏମାନେ ହସମୁଖ ଓ ମିଳନସାର ହୋଇଥାନ୍ତି। ଏମାନେ ବହୁତ ରଚନାତ୍ମକ ହୋଇଥାନ୍ତି ଓ କୌଣସି ବି କାର୍ଯ୍ୟକୁ ନିଜ ଅନୁଯାୟୀ କରିବାକୁ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *