ବ୍ୟବସାୟରେ କ୍ଷତି ହେଉଛି ତ କରନ୍ତୁ ଏହି ଉପାୟ, ହେବ ଦଶଗୁଣ ଲାଭ..
ଆଜିର ଯୁବକ କାହା ତଳେ ଦବିକି କାମ କରିବାକୁ ପସନ୍ଦ କରୁନାହାନ୍ତି । ଏହି କାରଣ ଅଟେ ଯେ ଯାହାକୁ ଦେଇହିବ ସେ ଷ୍ଟାର୍ଟଅପ କରିବା ନିମନ୍ତେ ଚିନ୍ତା କରୁଛନ୍ତି । କିନ୍ତୁ ସମସ୍ତଙ୍କ ଭାଗ୍ୟ ଏପରି ଭଲ ହୋଇନଥାଏ ଯେ ସେ କୋଟିକୋଟିର କମ୍ପାନୀ ଠିଆ କରିପାରିବେ । ଅନେକ ଥର ଖରାପ ଭାଗ୍ୟ ଓ ଖରାପ ଗ୍ରହଙ୍କ ସ୍ଥିତି କାରଣରୁ ଏପରି ଶନି ଭାରି ହୋଇଥାଏ ଯେ ଆପଣଙ୍କ ବ୍ୟବସାୟ ଠିକରେ ଚାଲିବା ପୂର୍ବରୁ ବନ୍ଦ ହୋଇଯାଇଥାଏ । ଯଦି ଆପଣ ମଧ୍ୟ କିଛି ଏପରି ଧରଣର ଦ୍ଵିଧାରେ ଅଛନ୍ତି ଓ ଆପଣଙ୍କ ବ୍ୟବସାୟ କ୍ଷତିରେ ଚାଲୁଅଛି ତ ଚିନ୍ତିତ ହୁଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ ଜଣେଇବୁ ଯାହାଦ୍ଵାରା ନା କେବଳ ଆପଣଙ୍କ ବ୍ୟବସାୟ କ୍ଷତି ହେବାରୁ ରକ୍ଷା ପାଇବ କିନ୍ତୁ ତାବଦଳରେ ଦଶଗୁଣ ଲାଭ ମଧ୍ୟ ହେବ । ଏହି ଉପାୟକୁ ସେହି ଲୋକମାନେ ମଧ୍ୟ କରିପାରିବେ ଯାହାର ବ୍ୟବସାୟ କ୍ଷତିରେ ତ ନାହିଁ କିନ୍ତୁ ସେମାନଙ୍କୁ ସେତେ ଅଧିକ ଲାଭ ହେଉନାହିଁ ଯେତିକି ସେମାନେ ଆଶା ରଖିଛନ୍ତି ।
ବ୍ୟବସାୟରେ କ୍ଷତି ହେବା ଯୋଗୁ ଏହି ଉପଚାର
ଉପାୟ#1: ବ୍ୟବସାୟରେ ପଇସା ଆୟ କରିବା ନିମନ୍ତେ ଓ ଲାଭ ପାଇବା ପୂର୍ବରୁ ଆପଣଙ୍କୁ ନିଜର ଖରବ୍ପ ଭାଗ୍ୟକୁ ଦୂର କରିବାକୁ ହେବ । ଏଥିପାଇଁ ଏହି ଉପାୟ କରନ୍ତୁ । ଶନିବାର ଦିନ ପ୍ରାତଃ ଶୀଘ୍ର ସ୍ନାନାଦି ନିତ୍ୟକର୍ମରୁ ନିବୃତ୍ତ ହୋଇ ଶନି ମନ୍ଦିର ଯାଆନ୍ତୁ । ଏଠାରେ ଶାଣିଦେବଙ୍କୁ ତେଲ ଚଢେଇ ପୂଜନ କରନ୍ତୁ। ଏକଥାର ଧ୍ୟାନ ରଖିବେ ଯେ ଆପଣ ପୁରା ତେଲ ଚଢେଇବେ ନାହିଁ କିନ୍ତୁ କିଛି ବୁନ୍ଦା ବଞ୍ଚେଇ ରଖନ୍ତୁ । ଏବେ ଏହି ବାକିଥିବା ବୁନ୍ଦାକୁ ଏକ ଦୀପରେ ଢାଳନ୍ତୁ। ଏବେ ଏଥିରେ କିଛି ଅଧିକ ତେଲ ମିଶେଇ ସେହି ଦିନ ମାନେ ଶନିବାର ସନ୍ଧ୍ୟାରେ ଦୀପ ଜଳାନ୍ତୁ। ଆପଣଙ୍କୁ ଏହି ଦୀପ ସେହି ସ୍ଥାନରେ ଜଳେଇବା ଆବଶ୍ୟକ ଯେଉଁଠାରେ ଆପଣ ନିଜର ବ୍ୟବସାୟ କରୁଛନ୍ତି । ଏହା ଆପଣଙ୍କୁ 21ଶନିବାର ପର୍ଯ୍ୟନ୍ତ କରିବାକୁ ହେବ । ଏହି ଉପାୟ ଦ୍ଵାରା ଆପଣଙ୍କ ଖରାପ ଭାଗ୍ୟ ଓ ଗ୍ରହଙ୍କର କୁପ୍ରଭାବ ସମାପ୍ତ ହୋଇଯିବ । ଏହି ପ୍ରକାର ଆପଣଙ୍କ ବ୍ୟବସାୟକୁ କ୍ଷତି ହେବନାହିଁ ଓ ଆପଣ ଯେତିକି ଟଙ୍କା ଲଗେଇଥିଲେ ତାହା ଫେରି ଆସିବ ।
ଉପାୟ#2: ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ବ୍ୟବସାୟରେ ହେଉଥିବା ଲାଭ ଦଶଗୁଣା ପର୍ଯ୍ୟନ୍ତ ବୃଦ୍ଧି ହେବ । ଶୁକ୍ରବାରଦିନ ପ୍ରାତଃ ଶୀଘ୍ର ଉଠି ମାଆ ଲକ୍ଷ୍ମୀଙ୍କର ଆରାଧନା କରନ୍ତୁ , ତାଙ୍କୁ ଅଗରବତୀ ଓ ଘିଅର ଦୀପ ଲଗାନ୍ତୁ । ଏହାପରେ ମଥାରେ ତିଳକ ଲଗାନ୍ତୁ ଓ ବଜାରକୁ ଯାଆନ୍ତୁ। ଏଠାରେ ଆପଣାକୁ ବଜାରରୁ ଏକ ଚାନ୍ଦିର ମୁଦ୍ରା କ୍ରୟ କରିବାକୁ ହେବ । ଏବେ ଏହି ଚାନ୍ଦିର ମୁଦ୍ରାକୁ ଘର ଆଣି ମାଆ ଲକ୍ଷ୍ମୀଙ୍କ ଚରଣରେ ସମର୍ପିତ କରି ସେଥିରେ ହଳଦୀ, ଅବିର, କୁମକୁମ ଓ ଚାଉଳ ଦ୍ଵାରା ପୂଜନ କରନ୍ତୁ। ଏହାପରେ ଏକ ଲାଲ କପଡା ନିଅନ୍ତୁ ଓ ଏହା ଭିତରେ ଚାନ୍ଦିର ମୁଦ୍ରା ଓ ତା ଉପରେ ଚଢେଇଥିବା ଚାଉଳ ରଖି ପୁଟୁଳା ବନେଇ ଦିଅନ୍ତୁ । ଏବେ ଏହି ପୁତୁଳାକୁ ଆପଣଙ୍କୁ ନିଜର ବ୍ୟବସାୟ କରୁଥିବା ସ୍ଥାନରେ ସିନ୍ଦୁକରେ ରଖିବାକୁ ହେବ । ଏଭଳି କରିବା ଦ୍ଵାରା ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ ଓ ଆପଣଙ୍କୁ ଶୀଘ୍ର ଅଧିକରୁ ଅଧିକ ଲାଭ ହେବାରେ ଲାଗିବ ।