December 24, 2024

Odia Express

Leading Odia News Portal of Odisha

ଏହି କଳା କିସମିସ ଖାଇବେ ତ କେବେ ରୋଗରେ ପଡିବେ ନାହିଁ – କେବଳ ଖାଇବା ପକ୍ରିୟା ଜାଣିରଖନ୍ତୁ …

ଆଜିର ସମୟରେ କେବେ କାହାକୁ କେଉଁ ରୋଗ ହୋଇଯିବ କିଛି କୁହାଯାଇପାରିବ ନାହିଁ । ଏମିତିରେ ଡାକ୍ତରଙ୍କର ମୋଟା ଫିସ ଭରିବା ଠାରୁ ଭଲ ହୋଇଥାଏ ଯେ ଆପଣ ନିଜର ଶରୀରକୁ ଏତେ ସ୍ୱାସ୍ଥ୍ୟବାନ ବନେଇଦେବେ ଯେ ତାହା ନିଜ ଶରୀରରେ ପ୍ରବେଶ କରୁଥିବା ସମସ୍ତ ପ୍ରକାର କୀଟାଣୁ ସହିତ ଲଢିପାରିବ । ଡାକ୍ତରୀ ଭାଷାରେ କହିବୁ ତ ଆପଣଙ୍କୁ ନିଜର ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ହେବ ।ଏହି କାର୍ଯ୍ୟ ନିମନ୍ତେ ସ୍ୱାସ୍ଥ୍ୟ ବିଶେଷଜ୍ଞ ତାଜା ଋତୁ ଫଳ ଓ ସବୁଜ ପରିବା ଅଧିକ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ସେଓ, କଦଳୀ ଓ ଡାଳିମ୍ବ ଭଳି ଫଳ ଖାଉଥିବେ ।

ଏହି ସମସ୍ତ ଫଳ ଆପଣଙ୍କୁ ଶକ୍ତି ଦେଇଥାନ୍ତି ଓ କିଛି ସମୟ ନିମନ୍ତେ ନିରୋଗ ରହିବା ନିମନ୍ତେ ସହାୟକ ହୋଇଥାନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଯେ ଗୋଟିଏ କଳା ଫଳ ଏଭଳି ମଧ୍ୟ ଅଛି ଯାହାକୁ ସେବନ କରିବା ଦ୍ଵାରା ଆପଣ ନିଜର ବୟସ ଦୀର୍ଘ କରିପାରିବେ । ଏହି ଫଳ ଖାଇଲେ ଆପଣାକୁ ଏହାର ଦୀର୍ଘ ସମୟ ନିମନ୍ତେ ଲାଭ ହୋଇଥାଏ ଓ ଆପଣଙ୍କ ଶରୀର ରୋଗ ସହିତ ଲଢିବା ନିମନ୍ତେ ଶକ୍ତି ପ୍ରାପ୍ତ ହୋଇଥାଏ। ଏଠାରେ ଆମେ କହୁଛୁ କଳା କିସମିସ କଥା

କଳା କିସମିସ ଖାଇବାର ଲାଭ – ଏକ ଗବେଷଣା ଅନୁଯାୟୀ ଦୀର୍ଘାୟୁ ହେବା ନିମନ୍ତେ କଳା କିସମିସ ବହୁତ ଲାଭଜନକ ହୋଇଥାଏ । ଏହା ଭିତରେ ପୋଲିଫେନୋଲ୍ସ ଆଣ୍ଟିଅକସିଡେଣ୍ଟ ଓ ଅନ୍ଥୋକ୍ୟାନିନ୍ସ ଭଳି ପୋଷକ ତତ୍ଵ ଭରପୁର ମାତ୍ରାରେ ମିଳିଥାଏ। ଏହି ତତ୍ଵ ଆମ ଶରୀରକୁ ହୃଦୟ, ମସ୍ତିସ୍କ, ୟୁରିନ, କିଡ୍ନି ଓ ଦ୍ରୁଷ୍ଟି ରୋଗ ସହିତ ଅନେକ ପ୍ରକାର ଜଟିଳ ରୋଗରୁ ରକ୍ଷା କରିଥାଏ । ଏହାର କାରଣ ଏହା ଯେ ନିଜର ଡାଏଟ ରେ କଳା କିସ୍ମିସ ସାମିଲ କରୁଥିବା ଲୋକଙ୍କର ଇମ୍ୟୁନ ଶକ୍ତି ବୃଦ୍ଧି ଘଟେ ଓ ତାଙ୍କର ଶରୀର ଏହି ରୋଗକୁ ଉତ୍ପର୍ଣ୍ଣ ହେବାପୂର୍ବରୁ ରୋକିଦେଇଥାଏ ।

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ କଳା କିସମିସ ଭିତରେ କମଳା ଠାରୁ 3ଗୁଣ ଅଧିକ ଓ ଅଙ୍ଗୁର ଠାରୁ 33ଗୁଣ ଅଧିକ ଭିଟାମିନ ସି ର ମାତ୍ରା ମିଳିଥାଏ । ଏହି ଭିଟାମିନ ସି ଆପଣଙ୍କ ଦୀର୍ଘ ଜୀବନ ନିମନ୍ତେ ଲାଭଦାୟକ ହୋଇଥାଏ ଓ ଆପଣଙ୍କ ତ୍ଵଚାକୁକୁଞ୍ଚିତ ଚର୍ମ ହେବା ବଦଳେ ସ୍ଵସ୍ଥ ରଖିଥାଏ ।

କଳା କିସମିସ ସେବନ ପରେ ଶରୀରର କ୍ଳାନ୍ତି ସମାପ୍ତ ହୋଇଯାଇଥାଏ ଓ ଆପଣ ମାନସିକ ଓ ଶାରୀରିକ ରୂପରେ ଆରାମ ଅନୁଭବ କରନ୍ତି । କଳା କିସମିସର ଗୁଣର ଅନୁମାନ ଆପଣ ଏହି କଥାରୁ ଲଗେଇ ପାରିବେ ଯେ ଏହାର ପାଉଡରରୁ ନିର୍ମିତ ପାନୀୟକୁ ଅନେକ ଖେଳାଳି ନିଜର ଦୈନିକ ଡାଏଟରେ ସାମିଲ କରିଛନ୍ତି । ଏହାର କାରଣ ଏହା ଯେ ଏହାକୁ କ୍ଷୀର ସହିତ ମିଶେଇ ପିଇଲେ ମନୁଷ୍ୟର ଶ୍ରମ ଶକ୍ତି ଦୁଇଗୁଣ ହୋଇଯାଇଥାଏ । ଅନେକ ଲୋକ ଜିମ ଯିବାର ପୂର୍ବରୁ ଏହାର ଉପଯୋଗ କରନ୍ତି ଯଦ୍ୱାରା ଅଧିକ ଶ୍ରମ କରିବାପରେ ସେମାନଙ୍କୁ କ୍ଳାନ୍ତି ଲାଗିବ ନାହିଁ।

Leave a Reply

Your email address will not be published. Required fields are marked *