ଜୀବନରେ ଜଲଦି ସଫଳ ହେବାପାଇଁ ଆଜି ହିଁ ତ୍ୟାଗ କରିଦିଅନ୍ତୁ ଏହି ଗୋଟେ ଜିନିଷ…
ଆମ ସମସ୍ତଙ୍କ ଜୀବନରେ ସଫଳତା ହାସିଲ୍ କରିବାର ସ୍ୱପ୍ନ ଦେଖିଥାଉ , କିନ୍ତୁ ପ୍ରକୃତରେ କେବଳ କିଛି ଲୋକ ସଫଳତାର ସ୍ୱାଦ ଚାଖିଥାନ୍ତି , ବାକି ଲୋକ କିଛି ବର୍ଷପୂର୍ବରୁ ଯେଉଁଠି ଥିଲେ ସେଠାରେ ରହିଯାଆନ୍ତି , ଓ ଜୀବନରେ କିଛି ଖାସ୍ କରିପାରନ୍ତି ନାହିଁ , କଣ ଆପଣ କେବେ ଭାବିଛନ୍ତି ଜୀବନରେ ସଫଳତା ହାସିଲ୍ କରିବାପାଇଁ ଲୋକଙ୍କର ଏମିତି କଣ ଖାସିୟତ୍ ଅଛି , ଏହି କଥାକୁ ଜାଣିବାପାଇଁ ଆସନ୍ତୁ ଜାଣିବା ଏହି କାହାଣି ବିଷୟରେ ।ବହୁତ ସମୟ ପୁର୍ବରୁ ଗୋଟେ ନଗରୀରେ ଜଣେ ରାଜା ରହୁଥିଲେ , ଦିନେ ରାଜାଙ୍କ ଜନ୍ମଦିନ ଥିଲା , ସେ ଜନ୍ମଦିନରେ ଅଲଗା ଅଲଗା ଦେଶରୁ ବହୁତ ଲୋକ ଆସିଥିଲେ , ଆରବ ଦେଶରେ ଜଣେ ବ୍ୟକ୍ତି ରାଜାଙ୍କୁ ଉପହାର ସ୍ୱରୁପ ଦୁଇଟି ଚିଲ ଦେଲେ , ରାଜା ଏହି ଚିଲଙ୍କୁ ଦେଖି ଖୁସି ହେଲା , ଓ ନିଜ ନଗରି ରେ ଏକ ଦକ୍ଷତାଶୀଳ ବ୍ୟକ୍ତିଙ୍କୁ ତାଙ୍କୁ ପ୍ରଶିକ୍ଷଣ ଦେବାକୁ କହିଲା ।
ସେହି ବ୍ୟକ୍ତି ଏକ ମାସ ପର୍ଯ୍ୟନ୍ତ ସେହି ଚିଲଗୁଡିକୁ ପ୍ରଶିକ୍ଷଣ ଦେଲା , ତାପରେ ରାଜାଙ୍କ ପାଖକୁ ଯାଇକରି କହିଲା ମହାରାଜ୍ ଏହି ଦୁହେଁ ଚିଲ ଭଲ ସେ ଟ୍ରେନିଙ୍ଗ୍ ପାଇସାରିଛନ୍ତି , ଓ ବହୁତ ଭଲ ଉଡିପାରୁଛନ୍ତି , ଦ୍ୱିତୀୟ ଚିଲ ଏକ ଗଛର ଡାଲରେ ବସୁଛି , ଓ ସେ ଏବେ ପର୍ଯ୍ୟନ୍ତ ଉଡି ସିଖିନି । ରାଜା ଦ୍ୱିତିୟ ଚିଲକୁ ଶିଖାଇବାପଇଁ ଦେଶ ବିଦେଶରୁ ବହୁତ ହାକିମଙ୍କୁ ଡକାଇଲେ , ତାହାର ଚିକିତ୍ସା କରାଇଲେ , କିନ୍ତୁ ସେହି ଚିଲକୁ କିଛି ବି ରୋଗ ନଥିଲା, ସେ ଖାଲି ଉଡିବାକୁ ଚାହୁଁନଥିଲ, ପାଖରେ ଥିବା ଗଛର ଡାଳରେ ବସି ରହୁଥିଲା, ଏହି କଥା ଏକ ଚାଷିକୁ ଜଣାପଡିଲା, ସେ ରାଜାଙ୍କୁ ସାହାଯ୍ୟ କରିବାପାଇଁ ଚାହିଁଲା , ରାଜା ଚାଷିକୁ ଅନୁମତି ଦେଲେ , ଚାଷୀଟି ଏକ ଘଣ୍ଟାପରେ ଆସିକରି ରାଜାଙ୍କୁ କହିଲା ମହାରାଜ ମୁଁ ଚିଲକୁ ଉଡାଇବା ଶିଖାଇଦେଲି ,
ଏହି କଥା ଶୁଣିକରି ରାଜା ଚକିତ ହୋଇଗଲେ ତୁମେ କେମିତି କଲ ଏହା ପଚାରିଲେ , ତେବେ ଚାଷି କହିଲା ଚିଲ ଯେଉଁ ଗଛର ଡାଳରେ ବସିଥିଲା , ମୁଁ ସେହି ଡାଳକୁ କାଟିଦେଲି , ଏହି ପରି ସେ ନିଜ ଜୀବନ ବଞ୍ଚାଇବାପାଇଁ ସଂଘର୍ଷ କରିଥିଲା, ଓ କିଛି ଚେଷ୍ଟାପରେ ସେ ଉଡିବା ଶିଖିଲା , ରାଜା ବହୁତ ଖୁସି ହେଲେ ସେହି ଚାଷି ପ୍ରତି , ଓ ବହୁତ ସାରା ସୁନାର ମୁଦ୍ରା ଦେଲେ ,
ଆମେ ବହୁତ ଲୋକ ବି ଏହି ଚିଲ ପରି ଆରାମଦାୟକ ଜୀବନକୁ ଛାଡିପାରୁନାହୁଁ , କିନ୍ତୁ ଏହା ସତ କି ଜୀବନରେ କିଛି ହାସିଲ୍ କରିବାକୁ ହେଲେ ଆପଣଙ୍କୁ ନିଜକୁ ଆରାମଦାୟକ ଜାଗାରୁ ବାହାରିବାକୁ ହେବ , ପରିଶ୍ରମ ଓ ସଂଘର୍ଷ କରିବାକୁ ହେବ , ତାପରେ ଯାଇ ସଫଳତା ମିଳିପାରିବ ।