ଯିଏ ମାତ୍ର ୫ ଦିନ ଏହି ପତ୍ର ଖାଇଦେବେ ତେବେ ସାରା ଜୀବନ ତାଙ୍କୁ ହାର୍ଟ ଆଟାକ ହେବନାହିଁ – ଏବେ ଜାଣିରଖନ୍ତୁ ସେ ବିଷୟରେ..
ଭୃସଙ୍ଗ ପତ୍ର ଯାହାକୁ ମିଠା ନିମ ମଧ୍ୟ କୁହାଯାଇଥାଏ । ଏହାକୁ ଭାରତୀୟ ଖାଦ୍ୟପେୟରେ ଏକ ମହତ୍ବପୂର୍ଣ୍ଣ ସ୍ଥାନ ଦିଆଯାଇଛି । ଏହାକୁ ଏହାର ସୁଗନ୍ଧ ନିମନ୍ତେ ପରିଚୟ ମିଳିଛି । ଭଓୟାନରେ ବ୍ୟବହାର ବ୍ୟତୀତ ଏହି ପତ୍ରର ପ୍ରୟୋଗ ଉଦ୍ଭିଦ ସମ୍ବନ୍ଧୀୟ ଔଷଧରେ ମଧ୍ୟ କରାଯାଇଥାଏ। ଡାଣ୍ଟିସିୟାନ ରଶ୍ମି ଶ୍ରିବାସ୍ତବ କୁହନ୍ତି ଯେ ଭୃସଙ୍ଗ ପତ୍ର ଭିଟାମିନ (A,B,C), କ୍ୟାଲସିୟମ, ପ୍ରୋଟିନ, ଆମିନୋ ଏସିଡ, ଫସଫରସ, ଫାଇବର ଓ ଆଇରନର ସମୃଦ୍ଧ ସ୍ରୋତ ହୋଇଥାଏ। ଯଦିଓ ଭୃସଙ୍ଗପତ୍ର ରେ ସ୍ୱାସ୍ଥ୍ୟ ଲାଭ ଏଥିରେ ଉପସ୍ଥିତ ଏଲକୋଡାଇବେଟିସ ସମସ୍ୟା – ନିଜର ମହତ୍ଵପୂର୍ଣ୍ଣ ଗୁଣ ବ୍ୟତୀତ ଅନେକ ପ୍ରକାର ରୋଗରେ ଚିକିତ୍ସା ନିମନ୍ତେ ମଧ୍ୟ ଭୃସଙ୍ଗପତ୍ରର ଉପଯୋଗ କରାଯାଇଥାଏ। ଆପଣ କଞ୍ଚା ବା ଶୁଖିଲା ରୂପରେ ଏହି ପତ୍ରର ଉପଯୋଗ କରିପାରିବେ । ବଜାରରେ ଭୃସଙ୍ଗପତ୍ର ସୁଗନ୍ଧିତ ତୈଳ ମଧ୍ୟ ଉପଲବ୍ଧ ହେଉଛି ।
ଯାହାର ବ୍ୟବହାର ମଧ୍ୟ କରାଯାଇପାରେ। ଯଦି ଡାଇବେଟିସର ସମସ୍ୟା ରହିଛି ଓ ଆପଣ ବ୍ଲଡ଼ସୁଗାରର ସ୍ତର ପ୍ରକୃତିକ ଉପାଯରେ ନିୟନ୍ତ୍ରଣରେ ରଖିବାକୁ ଚାହାନ୍ତି ତେବେ ଆପଣ ନିଜର ଖାଦ୍ୟରେ ଭୃସଙ୍ଗପତ୍ର ଉପଯୋଗ କରନ୍ତୁ । ଏହା ବ୍ୟତୀତ ଭୃସଙ୍ଗପତ୍ର କାର୍ବୋହାଇଡ୍ରେଟ ଓ ମେଟାବୋଲିଜିମକୁ ପ୍ରଭାବିତ କରିଥାଏ ଓ ଚାପ ମଧ୍ୟ କମ କରିବାରେ ସାହାଜ୍ୟ କରିଥାଏ। ଆଣ୍ଟିବ୍ୟକ୍ଟେରିଆଲ ଗୁଣ ଥିବାରୁ ଏହା ଆପଣଙ୍କ ତ୍ଵଚାର ସଂକ୍ରମଣରୁ ରକ୍ଷା କରିବାର କାର୍ଯ୍ୟ କରିଥାଏ ।
କମ କରିଥାଏ ହାର୍ଟ ଆଟାକର ସମ୍ଭାବନାକୁ – ଭୃସଙ୍ଗପତ୍ରରେ ଆମ ଶରୀର ର ବ୍ଲଡ଼ କୋଳେଷ୍ଟ୍ରଲକୁ କମ କରିବାର ଗୁଣ ରହିଥାଏ। ଯାହାଦ୍ଵାରା ଆମ ହୃଦୟର ରୋଗଠାରୁ ଦୂରେଇ ରହିଥାଏ । ବୋଧହୁଏ ଆପଣ ଜାଣିଥିବେ ଯେ ଶରୀରର ଆକ୍ସିଡେଟିଭ କୋଳେଷ୍ଟ୍ରାଲ, ଖରାପ କୋଳେଷ୍ଟ୍ରାଲକୁ ତିଆରି କରିବାରେ ସାହାଯ୍ୟ କରିଥାଏ ଯାହାଦ୍ଵାରା ହାର୍ଟଆଟାକର ବିପଦ ବଢିଯାଇଥାଏ । ଭୃସଙ୍ଗପତ୍ରରେ ଆଣ୍ଟିଅକସିଡ଼ାଣ୍ଟ ଗୁଣ ରହିଥାଏ ଯାହାକି କୋଳେଷ୍ଟ୍ରାଲର ଅକସିକରଣ ହେବାରୁ ରୋକିଦେଇଥାଏ । ଯାହାଦ୍ଵାରା ଶରୀରରେ ଖରାପ କୋଳେଷ୍ଟ୍ରାଲର ମାତ୍ରା ବୃଦ୍ଧି ହୋଇପାରେ ନାହିଁ । ଏହିପ୍ରକାର ଏହା ଆମ ହୃଦୟ ସହିତ ଜଡିତ ବିପଦରୁ ଦୂରେଇ ରଖିବାରେ ସହାୟତା କରିଥାଏ ।
କୋଷିକାର ମରାମତି
ଭୃସଙ୍ଗପତ୍ର କାର୍ବୋଜାଲ ଏଲକୋଲାଇଟସ ଦ୍ଵାରା ସମୃଦ୍ଧ ହୋଇଥାଏ। ଯେଉଁଥିରେ ଆଣ୍ଟିଅକସିଡେଟିଭ ଗୁଣ ରହିଥାଏ। ଏହି ଗୁଣ ଆପଣଙ୍କ ଶରୀରର କୋଷିକାଙ୍କର ଫ୍ରୀ ରାଡିକାଲ କାରଣରୁ ହେଉଥିବା କ୍ଷତିରୁ ରକ୍ଷା କରିବାରେ ସହାୟତା କରିଥାଏ। 2003ରେ ଜର୍ଣ୍ଣାଲ ଅଫ ଏଗ୍ରୀକଲଚର ଆଣ୍ଡ ଫୁଡ କେମିଷ୍ଟ୍ରିରେ ପ୍ରକାଶିତ ଗବେଷଣା ସନ୍ଦର୍ଭରେ ଜଣାଗଲା ଯେ ଭୃସଙ୍ଗପତ୍ର ଆଣ୍ଟି ଅକସିଡ଼ାଣ୍ଟର ଉତ୍ତମ ସ୍ରୋତ ଅଟେ ଯାହା ଆପଣଙ୍କୁ ରୋଗରୁ ରକ୍ଷା କରିଥାଏ ।
ଓଜନ କମ କରିଥାଏ – ଯଦି ଆପଣ ଓଜନ କମେଇବାକୁ ଚାହାନ୍ତି ତେବେ ଆହାରରେ ଭୃସଙ୍ଗପତ୍ର ସାମିଲ କରନ୍ତୁ। ଏହି ପତ୍ର ଶରୀରକୁ ଭିତରୁ ପରିଷ୍କାର କରିବାରେ ସାହାଯ୍ୟ କରେ ଓ ହାନିକାରକ ବିଷାକ୍ତକୁ ବାହାର କରିବାର କାର୍ଯ୍ୟ କରେ। ଏହି ପତ୍ର ଶରୀରରେ ଅନାବଶ୍ୟକ ଚର୍ବି ଓ କାର୍ବୋହାଇଡ୍ରେଟକୁ ଜଳେଇ ଥାଏ, ଯାହାଦ୍ଵାରା ଓଜନ କମ ହୋଇଥାଏ।
ଗୁଡ କୋଳେଷ୍ଟ୍ରାଲ -ଭୋଜନରେ ଭୃସଙ୍ଗପତ୍ରର ପ୍ରୟୋଗ କରି ଏଲଡ଼ିଏଲ ମାନେ ଖରାପ କୋଳେଷ୍ଟ୍ରାଲକୁ କମ କରାଯାଇପାରେ। ଏହାଦ୍ବାରା ହୃଦୟରୋଗରୁ ମଧ୍ୟ ରକ୍ଷା ମିଳିଥାଏ । ଆମେରିକାନ ଜର୍ଣ୍ଣାଲ ଅଫ ଚାଇନିଜ ମେଡିକାଲରେ ପ୍ରକାଶିତ 2006ର ଏକ ଅଧ୍ୟୟନରେ ଜଣାଯାଇଛି ଯେ ଭୃସଙ୍ଗପତ୍ର ଖରାପ କୋଳେଷ୍ଟ୍ରାଲକୁ କମ କରିଥାଏ। ଏହି ଅଧ୍ୟୟନ ମୂଷା ମାନଙ୍କ ଉପରେ କରଯାଇଥିଲା। କିନ୍ତୁ ଯେବେ କୋଳେଷ୍ଟ୍ରାଲର ସ୍ତର କମ କରିବାର କଥା ଆସେ ତେବେ ବ୍ୟାୟମର ଉପକାରିତାକୁ ନଜରଅନ୍ଦାଜ କରନ୍ତୁ ନାହିଁ ।
ଭୃସଙ୍ଗପତ୍ର ପେଟ ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ। ଯାହା ବଦହଜମିରୁ ରକ୍ଷା କରିଥାଏ। ଏଥିରେ ଆଇରନ ଓ ଫଲିକଏସିଡ ଥାଏ। ଫଲିକ ଏସିଡ ଆଇରନକୁ ଶୋଷଣ କରିବାରେ ସାହାଯ୍ୟ କରିଥାଏ ।
ଘାଆ ଓ ଜ୍ଵଳନ – ଜର୍ଣ୍ଣାଲ ଅଫ ଆଡଭାନ୍ସଡ ଫାର୍ମାସ୍ୟୁଟିକାଲ ଟେକ୍ନୋଲୋଜି ଆଣ୍ଡ ରିସର୍ଚରେ 2010ରେ ପ୍ରକାଶିତ ଏକ ଅଧ୍ୟୟନରେ ଜଣାଯାଇଛି ଯେ ଭୃସଙ୍ଗପତ୍ର ଆଣ୍ଟିଅକସିଡ଼ାଣ୍ଟରେ ଭରପୁର ହୋଇଥାଏ। ଭୃସଙ୍ଗପତ୍ର ଘାଆ ଏବଂ ଜ୍ଵଳନକୁ ଠିକ କରିବାର ପ୍ରକ୍ରିୟାକୁ ଦ୍ରୁତ କରିଥାଏ। ଏଥିରେ ଜୀବାଣୁରୋଧି ଗୁଣ ରହିଛି, ଯାହା ନା କେବଳ ଘାଆକୁ ଶୀଘ୍ର ଠିକ କରିବାରେ ସାହାଯ୍ୟ କରିଥାଏ ।
ତାସହିତ ସଂକ୍ରମଣ ଭୟକୁ ମଧ୍ୟ କମ କରିଥାଏ । କେଶ ନିମନ୍ତେ ଭୃସଙ୍ଗପତ୍ର କେଶକୁ ମଜବୁତ କରିଥାଏ। ଏଥିରେ ଭିଟାମିନ ବି 6 ରହିଥାଏ ଯାହା କେଶକୁ ଝଡିବାରୁ ରୋକିଥାଏ । କେଶ ତୈଳରେ ଭୃସଙ୍ଗପତ୍ର ପାଉଡର ମିଶ୍ରଣ କରି ଏହାର ଲାଭ ନିଆଯାଇପାରେ। କେଶ ତୈଳରେ 8-10 ଭୃସଙ୍ଗପତ୍ରକୁ ଫୁଟେଇ ଦିଅନ୍ତୁ । ତେଲ ଥଣ୍ଡା ହେଇଯିବା ପରେ ବୋତଲରେ ଭର୍ତ୍ତି କରି ରଖନ୍ତୁ । ନିୟମିତ ପ୍ରୟୋଗ ଦ୍ଵାରା ଲାଭ ହେବ ।