December 23, 2024

Odia Express

Leading Odia News Portal of Odisha

ଅଷ୍ଟମ ପୀଢିର ଚିନ୍ତାରେ ସବୁବେଳେ ଚିନ୍ତାରେ ବୁଡି ରହୁଥିଲେ ସେଠ୍ , ତାପରେ ଦେଖାହେଲା ଜଣେ ଗରିବ ବୁଢ଼ୀ ଆଉ ତାପରେ ଯାହା ହେଲା…

ଗୋଟେ ଗାଁରେ ଜଣେ ସେଠ୍ ରହୁଥିଲେ , ଓ ଏହି ସେଠ୍ ପାଖରେ ଅପାର ସଂମ୍ପତ୍ତି ଥିଲା , ଦିନେ ସେ ସେଠ୍ ହୋଇ ନିଜ ସଂମ୍ପତ୍ତିର ହିସାବ ନେବାକୁ ଲାଗେ , ଓ ହିସାବ୍ ବାହାର କଲା ପରେ ଫଳାଫଳ ଏହା ବାହାରେ କି ଯେତେ ସଂମ୍ପତ୍ତି ତାର ପାଖରେ ଅଛି ତାର ସାତଟି ପୀଢି ଆରାମରେ ବିନା କିଛି କମାଇ ଏହାର ଖର୍ଚ୍ଚ କରିପାରିବେ , କିନ୍ତୁ ଏହି ସେଠ୍ ଭାବିବାକୁ ପଡିଗଲା କି ସାତ ପିଢିର କଣ ହେବ , କାରଣ ମୋର ଅଷ୍ଟମ ପିଢି କିପରି ଚଳିବ , ଏହି କଥା ଭାବିକରି ସେଠ୍ ଚିନ୍ତାରେ ରହିବାକୁ ଲାଗିଲା , ଦିନେ ଏହି ଚିନ୍ତାରେ ସେ ଭାବିଲା କି ଏକ ସନ୍ଥ ପାଖକୁ ଯାଏ , ସନ୍ଥଙ୍କ ପାଖରେ ହିଁ ଏହି କଥାର୍ ପ୍ରକୃତ ସମାଧାନ ମିଳିପାରିବ । ଓ ସେ ଗାଁ ଦୁରରେ ଥିବା ଏକ ଆଶ୍ରମକୁ ଯାଏ , ଓ ଏହି ଆଶ୍ରମରେ ଯାଇକରି ସେ ଏକ ସନ୍ଥଙ୍କୁ ଭେଟ କରେ , ସନ୍ଥଙ୍କୁ ଦେଖାକରି ସେଠ୍ କହେ କି ମହାରାଜ୍ ଆଜିକାଲି ଏକ କଥା ବହୁତ ଚିନ୍ତାରେ ପକାଈଛି , କୃପା କରି ମୋତେ ଏହାର ସମାଧାନର ରାସ୍ତା କୁହନ୍ତୁ ,

ସେଠ୍ କହିଲା କି ମୋର ପାଖରେ ପଇସାର କୌଣସି ଅଭାବ ନାହିଁ କିନ୍ତୁ ଏହି ଧନ କେବଳ ମୋର ସାତଟି ପିଢି ପର୍ଯ୍ୟନ୍ତ ସିମିତ ହୋଇ ରହୁଛି  ତେବେ କିପରି ମୋର ସେହି ପିଢି ଚଲିବେ । ସେଠ୍ ଙ୍କ କଥା ଶୁଣି ସନ୍ଥ ମହାରାଜ କହନ୍ତି କି ତୁମ ଗାଁରେ ଏକ ବୃଦ୍ଧା ମହିଳା ଅଛନ୍ତି , ଯିଏକି ବହୁତ ଗରିବ ଅଛନ୍ତି , ତୁମେ ସେହି ମହିଳାଙ୍କ ପାଖକୁ ଯାଇକରି ପାଞ୍ଚ କିଲୋ ଅଟା ଦାନ କରିଦିଅ , ଅଟା ଦାନ କରିବାପରେ ତୁମର ସମସ୍ୟା ଦୁର ହୋଇଯିବ , ସନ୍ଥଙ୍କ କଥାକୁ ମାନି ସେଠ୍ ଆଗମୀ ଦିନ ଅଟା ନେଇକରି ସେ ବୃଦ୍ଧା ମହିଳାଙ୍କ କୁଟିର ରେ ପହଞ୍ଚିଲା,  ଓ କହିଲା ମା ତୁମ ପାଇଁ ମୁଁ ଅଟା ନେଇକରି ଆସିଛି , କିନ୍ତୁ ସେହି ବୃଦ୍ଧା ମହିଳା ଅଟା ନେବାକୁ ମନା କରିଦିଅନ୍ତି , ଓ କହନ୍ତି କି ମୋତେ ଅଟାର କୌଣସି ଆବଶ୍ୟକତା ନାହିଁ , ମୋର ପାଖରେ ଅଟା ବଳକା ଅଛି, କିନ୍ତୁ ସେଠ୍ ସେ ମହିଳାକୁ କହିଥାଏ କି ଏହି ଅଟାକୁ ବି ରଖିନିଅନ୍ତୁ , ଅଟା ରଖିନେଲେ କିଛି ମାସ ଯାଏଁ ଏହାକୁ ଖାଇବାର ଚିନ୍ତା ରହିବନି ।

ସେଠ୍ କଥା ଶୂଣିକରି ବୃଦ୍ଧା ମହୀଳା କହନ୍ତି କି ମୁଁ ଅଟାର କଣ କରିବି , ମୋର ପାଖରେ ଖାଇବାର ବ୍ୟବସ୍ଥା ଅଛି , ଆସୁଥିବା ସମୟର ଚିନ୍ତା କରି ମୋର କଣ ଲାଭ ହେବ , ଏହି ବୁଢି ମହିଳାଙ୍କ କଥା ଶୁଣୀକରି ସେଠ୍ ବୁଝିପାରିଲା କି ଏହି ମହିଳାର ପାଖରେ କିଛି ନଥାଇ ବି ସେ ଖୁସିରେ ଅଛି , ଓ ନିଜର କାଲିର ଚିନ୍ତାରେ ଆଜି ର ଦିନ ପାଇଁ ସେ ଚିନ୍ତିତ ନାହିଁ , ଓ ମୋରପାଖରେ ଅପାର ଧନ ସଂମ୍ପତ୍ତି ଅଛି , କିନ୍ତୁ ମୁଁ ଆସୁଥିବା କାଲିର ଚିନ୍ତାରେ ମଗ୍ନ ଅଛି , ଯେଉଁ ପରି ଏହି ମହିଳା ବର୍ତ୍ତମାନକୁ ନେଇ ଚଳୁଛି  ମୋତେ ବି ସେହି ପରି କାଲିର ଚିନ୍ତା କରିବା ଦରକାର ନୁହେଁ , ମୋତେ ଆଜିକୁ ନେଇ ବଞ୍ଚିବାକୁ ହେବ ।

କାହାଣୀରୁ ଶିକ୍ଷା : ମଣିଷକୁ ସବୁବେଳେ ଆଜି ମାନେ ବର୍ତ୍ତମାନରେ ବଞ୍ଚିବା ଉଚିତ୍ , ଓ କେବେ ଭବିଷ୍ୟରେ ଚିନ୍ତା କରିବା ଆବଶ୍ୟକ ରଖିବା ନାହିଁ ।

Leave a Reply

Your email address will not be published. Required fields are marked *