September 20, 2024

Odia Express

Leading Odia News Portal of Odisha

ପ୍ରକୁତରେ କାହିଁକି ବିବାହ ପରେ ଝିଅମାନେ ମୋଟା ହେଇଯାନ୍ତି,ଜାଣିରଖନ୍ତୁ ଏହାର ମୁଖ୍ୟକାରଣ..

ମେଦବହୁଳତା ଦ୍ଵାରା ସମସ୍ତେ ଅସୁବିଧା ଭୋଗୁଛନ୍ତି । ଯୁବକ ହୁଅନ୍ତୁ ବା ବୃଦ୍ଧ ସମସ୍ତେ ମେଦବହୁଳତା ଯୋଗୁ ହଇରାଣ ହେଉଛନ୍ତି । ଏପରି ଦେଖାଯାଇଛି ଯେ ଲୋକମାନେ ବିଭାହ ପୂର୍ବରୁ ବହୁତ ସ୍ଫୁର୍ତ୍ତିବାନ ଓ ଫିଟ ରହନ୍ତି କିନ୍ତୁ ବିବାହ ପରେ ମୋଟା ହେବାରେ ଲାଗନ୍ତି । ଏହି ମେଦବହୁଳତା ନାରୀ ମାନଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ଯେ କେଉଁ କାରଣରୁ ଲୋକମାନେ ବିବାହ ପରେ ମେଦବହୁଳତାର ଶିକାର ହେଉଛନ୍ତି ଓ ଏହି ମେଦବହୁଳତାର ନିବାରଣ କଣ ଅଟେ।

ଜୀବନ ଧାରଣରେ ପରିବର୍ତ୍ତନ ହେବା – ବିବାହ ପରେ ଏପରି ଦେଖାଯାଏ ଯେ ଲୋକେ ନିଜର ଜୀବନ ଧାରଣ ବଦଳେଇ ଦିଅନ୍ତି। ସ୍ଵାମୀ ସ୍ତ୍ରୀ ଦୁହିଁଙ୍କର ଗତିବିଧିରେ ପରିବର୍ତ୍ତନ ଆସିଥାଏ । ଏହି କାରଣ ଅଟେ ଯେ ମେଦବହୁଳତା ବଢିବାର ସମ୍ଭାବନା ଅଧିକ ବଢିଯାଏ । ଏହି ମେଦବହୁଳତାର ନିବାରଣ ଅଟେ ଯେ ଜୀବନ ଧାରଣକୁ ବଦଳାଅ ନିଶ୍ଚିତ କିନ୍ତୁ ଏହା ସହିତ ସ୍ୱାସ୍ଥ୍ୟର ମଧ୍ୟ ଖିଆଲ ରଖନ୍ତୁ ଯଦ୍ୱାରା ମେଦବହୁଳତା ଆପଣଙ୍କ ଉପରେ ସବାର ନହେଉ ।

ପସନ୍ଦର ପ୍ରଭାବ – ଏପରି ଦେଖାଯାଏ ଯେ ଦମ୍ପତ୍ତି ନିଜ ନିଜର ଖାଦ୍ୟ ଖାଇବାରେ ଅବାଧ୍ୟ ହୁଅନ୍ତି ନାହିଁ ପଛେ ତାହା ତାଙ୍କ ପାଇଁ ହାନିକାରକ ହୋଇଥାଉ । ବିବାହ ପରେ ଖାଇବା ନିମନ୍ତେ ବାହାରକୁ ଯିବା , ସାଥିଙ୍କ ପସଦର ଖାଦ୍ୟ ଖାଇବା ଓ ତାପରେ ସ୍ୱାସ୍ଥ୍ୟର ଚିନ୍ତା ନକରିବା ମେଦବହୁଳତା ବୃଦ୍ଧିର କାରଣ ହୋଇଥାଏ ।

ଭଲ ଖାଦ୍ୟ ପ୍ରସ୍ତୁତିର ପ୍ରଚେଷ୍ଟା – ବିବାହ ପରେ ସ୍ତ୍ରୀଲୋକମାନେ ନିଜର ଶ୍ଵଶୁରଘରେ ଓ ସ୍ଵାମୀଙ୍କୁ ଖୁସି କରିବା ପାଇଁ ସ୍ଵାଦିଷ୍ଟ ଖାଦ୍ୟ ତିଆରି କରନ୍ତି । ପ୍ରତିଦିନ ନୂଆ ନୂଆ ଖାଦ୍ୟ ତିଆରି ହୁଏ । ପ୍ରାରମ୍ଭରେ ଏହା ସମସ୍ତଙ୍କୁ ଭଲ ଲାଗେ କିନ୍ତୁ ସମୟ ସହିତ ମେଦବହୁଳତାକୁ ବଢେଇ ଦେଇଥାଏ । ଭଲ ଖାଦ୍ୟ ପ୍ରସ୍ତୁତିର ପ୍ରଚେଷ୍ଟା ମଧ୍ୟ ଲୋକଙ୍କୁ ମୋଟା କରିବାର କାରଣ ହୋଇଥାଏ ।

ବିବାହ ପରେ ସ୍ୱାସ୍ଥ୍ୟ ପ୍ରତି ଅବହେଳା – ଏହା ଏକ ବିଚାର ଅଟେ ଯେ ବିବାହ ପରେ କାହାକୁ ଆକର୍ଷିତ କରିବା। ଏହି ବିଚାର ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ଉଦାସୀନ କରିଦିଏ । ଦମ୍ପତ୍ତି ନିଜର ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତି । ଇଆଡୁ ସିଆଡୁ ଖାଇବାରେ ଲାଗନ୍ତି । ପରସ୍ପରକୁ ଆକର୍ଷିତ ନକରିବାର ବିଚାର ଦମ୍ପତ୍ତିଙ୍କୁ ମେଦବହୁଳତା ବୃଦ୍ଧି ହେବାର ବଡ କାରଣ ଅଟେ ।

ମହିଳାଙ୍କ ଗର୍ଭଧାରଣ- ବିବାହ ପରେ ମହିଳାଙ୍କ ମେଦବହୁଳତା ସେତେବେଳେ ବଢିଯାଇଥାଏ ଯେବେ ସ୍ତ୍ରୀ ମା ହେବାକୁ ହୁଅନ୍ତି । ଛୁଆ ହେବାରେ ବହୁତ ଅସୁବିଧା ହୋଇଥାଏ ଯେ କୌଣସି ସ୍ତ୍ରୀ ଛୁଆର ଯତ୍ନ ସହିତ ନିଜର ସ୍ୱାସ୍ଥ୍ୟର ଯତ୍ନ ରଖିବେ । ଏଥିପାଇଁ ଏହା ସାଧାରଣତଃ ଦେଖାଯାଏ ଯେ ବିବାହ ପରେ ସ୍ତ୍ରୀଲୋକଙ୍କର ଅଧିକ ମୋଟୀ ହୋଇଯାନ୍ତି ।

Leave a Reply

Your email address will not be published. Required fields are marked *