December 23, 2024

Odia Express

Leading Odia News Portal of Odisha

୩ ଜଣ ଖେଳାଳି ଏକଦିବସୀୟରେ କେବେ ଆଉଟ ହୋଇନାହାନ୍ତି, ତଥାପି ମଧ୍ୟ ଆଜିପର୍ଯ୍ୟନ୍ତ ସେମାନଙ୍କୁ ଆଉଥରେ ମିଳିଲା ନାହିଁ ଟିମ ଇଣ୍ଡିଆରେ ସ୍ଥାନ – ଦେଖନ୍ତୁ କିଏ ସେ ମହାନ ଖେଳାଳି..

ଭାରତୀୟ କ୍ରିକେଟ ଦଳ ପ୍ରତିଭାଶାଳୀ ଖେଳାଳୀଙ୍କ ଦ୍ଵାରା ସବୁ ସମୟରେ ସମୃଦ୍ଧ ହୋଇଥାଏ । ଆମର ଏଠାରେ ଘରୋଇ ସ୍ତରରେ ଅନେକ ଖେଳାଳି ଭଲ ପ୍ରଦର୍ଶନ କରି ଜାତୀୟ ଦଳରେ ଯୋଗ ଦେବାକୁ କରାଘାତ କରନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ଟିମ ଇଣ୍ଡିଆର ଜର୍ସି ପିନ୍ଧିବାର ସୁଯୋଗ ପାଇପାରନ୍ତି । କିନ୍ତୁ ବେଳେବେଳେ ଏଭଳି ମଧ୍ୟ ହୋଇଥାଏ ଯେ ଖେଳାଳିଙ୍କୁ ସୁଯୋଗ ମିଳିଲା, ସେ ସୁଯୋଗର ସଦବ୍ୟବହାର କଲେ କିନ୍ତୁ ତାପରେ ତାଙ୍କୁ ଦଳରୁ ବାହାର କରିଦିଆଗଲା। ଏବେ ଏହା ପଛର କାରଣ ଏହା ମଧ୍ୟ ହୋଇପାରେ ଯେ ତାଙ୍କଠାରୁ ଅଧିକ ପ୍ରତିଭାଶାଳୀ କ୍ରିକେଟର ଙ୍କୁ ସାମିଲ କରିନିଆଗଲା କିମ୍ବା ତାଙ୍କର ଖରାପ ଭାଗ୍ୟ କାରଣରୁ ଏପରି ଘଟିଲା ।

ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଏପରି 3ଜଣ ଖେଳାଳିଙ୍କ ବିଷୟରେ କହିବୁ ଯେଉଁମାନେ ବୋଧହୁଏ ଖରାପ ଭାଗ୍ୟର ଶିକାର ହୋଇ ଦଳରୁ ବାହାର ହୋଇଗଲେ । କାରଣ ଯେବେ ସେମାନଙ୍କୁ ଘରୋଇ ସ୍ତରରେ ଉନ୍ନତ ପ୍ରଦର୍ଶନ ବଳରେ ଦଳରେ ସାମିଲ କରଯାଇଥିଲା ତ ସେମାନେ ଯେତେ ମଧ୍ୟ ମ୍ୟାଚ ଖେଳିଲେ ତାହା ନଟଆଉଟ ରହି ପଡିଆରୁ ଫେରିଲେ ତଥାପି ସେମାନଙ୍କୁ ଦଳରୁ ବାହାର କରିଦିଆଗଲା ।

1 – ଫୈଜ ଫଜଲ: ଘରୋଇ କ୍ରିକେଟର ଜଣାଶୁଣା ନାମ ଫୈଜ ଫଜଲ। ଏହି ଖେଳାଳି ଘରୋଇ ସ୍ତରରେ ଉନ୍ନତ ପ୍ରଦର୍ଶନ ପୂର୍ବକ ଭାରତୀୟ ଦଳରେ ସ୍ଥାନ ପାଇବାରେ ସଫଳ ତ ହୋଇଥିଲେ କିନ୍ତୁ ସେ ନିଜର ସ୍ଥାନ ଅତୁଟ ରଖିବାରେ ଅସଫଳ ରହିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ଫୈଜ ଫଜଲଙ୍କ ରେକର୍ଡ ବହୁତ ଆକର୍ଷକ ଅଟେ । 117ମ୍ୟାଚର 202 ଇନିଂସରେ 41.29ହାରରେ ସେ 7888ରନ କରିଥିଲେ ଯେଉଁଥିରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ 206ରନ ଅଟେ । ଯେଉଁଥିରେ 19 ଶତକୀୟ ଓ 36 ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ଆପଣଙ୍କୁ ଜଣେଇଦେବୁ ଯେ ,ଫୈଜ ଫଜଲଙ୍କୁ ଜିମ୍ବାୱେ ବିରୁଦ୍ଧରେ ଏକଦିବସୀୟ ଦଳରେ ସାମିଲ କରଯାଇଥିଲା । ଯେଉଁଥିରେ ସେ 55ରନର ଅପରାଜିତ ଇନିଂସ ଖେଳିଥିଲେ । ଏହାସତ୍ବେ ତାଙ୍କୁ ଦଳରୁ ଡ୍ରପ କରିଦିଆଗଲା ଓ ଭାରତ ପାଇଁ ଖେଲାଯାଇଥିବା ତାଙ୍କର ପ୍ରଥମ ମ୍ୟାଚ ଶେଷ ମ୍ୟାଚରେ ପରିବର୍ତ୍ତିତ ହୋଇଗଲା ।

ଏହି ମ୍ୟାଚ ପରେ ଫୈଜ ଫଜଲଙ୍କୁ ଦ୍ଵିତୀୟବାର ଭାରତୀୟ ଦଳରେ ସୁଯୋଗ ମିଳିଲା ନାହିଁ। କିନ୍ତୁ ଫଜଲ ତଗାତାର ଘରୋଇ କ୍ରିକେଟରେ ଉନ୍ନତମାନର ପ୍ରଦର୍ଶନ କରୁଛନ୍ତି ।

2- ଭରତ ରେଡ୍ଡୀ: ୱିକେଟକିପର ବ୍ୟାଟ୍ସମ୍ୟାନ ଭରତ ରେଡ୍ଡୀ ସେହି ଖେଳାଳିଙ୍କ ତାଲିକାରେ ସାମିଲ ଅଛନ୍ତି ଯେଉଁମାନେ ଟିମ ଇଣ୍ଡିଆ ରେ ସାମିଲ ତ କରାଯାଇଥିଲେ କିନ୍ତୁ ସେମାନେ ନିଜର ସ୍ଥାନ ଅତୁଟ ରଖିବାରେ ଅକ୍ଷମ ହୋଇଥିଲେ । ଏହି ଖେଳାଳିଙ୍କୁ ଏକଦିବସୀୟ ଓ ଟେଷ୍ଟ ଦୁଇଟି ଫର୍ମାଟରେ ଟିମ ଇଣ୍ଡିଆର ଜର୍ସି ପିନ୍ଧିବାର ସୁଯୋଗ ମିଳିଥିଲା। 1978ରେ ପାକିସ୍ଥାନ ବିରୁଦ୍ଧ ଭରତ ରେଡ୍ଡୀ ନିଜର ଏକଦିବସୀୟ ଡେବ୍ୟୁ କରିଥିଲେ ଓ 3ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳିଥିଲେ ଯେଉଁଥିରେ ସେ ଅପରାଜିତ ରହି 8 ଓ 5ରନ କରିଥିଲେ ଓ ଏକ ମ୍ୟାଚରେ ତାଙ୍କୁ ବ୍ୟାଟିଂର ସୁଯୋଗ ମିଳିନଥିଲା ।

ଏହି ବ୍ୟାଟ୍ସମ୍ୟାନଙ୍କର ଘରୋଇ ରେକର୍ଡ କିଛି ଖାସ ନଥିଲା। ଫାର୍ଷ୍ଟ କ୍ଳାସ କ୍ରିକେଟରେ ସେ 95ମ୍ୟାଚର 117 ଇନିଂସରେ ବ୍ୟାଟିଂ କରି 17.78ହାରରେ 1743ରନ ନିଜ ନାମରେ କରିଥିଲେ । ଏହାଙ୍କ ଖାତାରେ ଗୋଟିଏ ମଧ୍ୟ ଶତକ ସାମିଲ ନାହିଁ କିନ୍ତୁ ଏହି ଖେଳାଳି 9 ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି ।

3 – ସୌରଭ ତିୱାରୀ: ସୌରଭ ତିୱାରୀ 2010ରେ ଭାରତୀୟ କ୍ରିକେଟ ଦଳର ଜର୍ସି ପିନ୍ଧି 3ଏକଦିବସୀୟ ମ୍ୟାଚ ଖେଳିଥିଲେ। ଯେଉଁଥିରେ ପ୍ରଥମ 20ଅକ୍ଟୋବର 2010ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଲାଯାଇଥିଲା। ଏହି ମ୍ୟାଚରେ ସେ 17ବଲ ଖେଳି 12ରନ କରିଥିଲେ ଓ ସେ ଅପରାଜିତ ଥିଲେ । ଏହାପରେ ତାଙ୍କୁ 7ଡିସେମ୍ବର 2010ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାର ସୁଯୋଗ ମିଳିଲା ଯେଉଁଥିରେ ସେ 39ବଲରେ ଅପରାଜିତ 37ରନ କରି ଭାରତର ବିଜୟରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଏହାପରେ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ 10ଡିସେମ୍ବରକୁ ଚୁଡାନ୍ତ ଏକାଦଶରେ ଖେଳିବାର ସୁଯୋଗ ପାଇଥିଲେ, କିନ୍ତୁ ଏହି ମ୍ୟାଚରେ ତାଙ୍କୁ ବ୍ୟାଟିଂକରିବାର ସୁଯୋଗ ମିଳିନଥିଲା । ସେ ନିଜର ଖେଳିଥିବା ମୋଟ 3ମ୍ୟାଚରେ ଭାରତ ପାଇଁ 87.50ଷ୍ଟ୍ରାଇକରେଟ ରେ 49ରନ କରିଥିଲେ । ଏହାଙ୍କର ସବୁଠାରୁ ବଡ ଖାସ କଥା ଏହା ଯେ ଏହି ତିନି ମ୍ୟାଚରେ ସେ ଅପରାଜିତ ପଡିଆରୁ ଫେରିଛନ୍ତି । କିନ୍ତୁ ଏହାପରେ ତାଙ୍କୁ ଭାରତୀୟ ଦଳରୁ ବାହାର କରିଦିଆଗଲା ।

ଆପଣଙ୍କୁ ଜଣେଇଦେବୁ ଯେ ସୌରଭ ତିୱାରୀ ଘରୋଇ କ୍ରିକେଟର ଜଣାଶୁଣା ନାମ ଅଟନ୍ତି । ସେ ପ୍ରଥମଶ୍ରେଣୀ କ୍ରିକେଟରେ 91ମ୍ୟାଚର 133 ଇନିଂସରେ 46.23ହାରରେ ବ୍ୟାଟିଂ କରି 17ଶତକ ଓ 25ଅର୍ଦ୍ଧ ଶତକ ସାହାଯ୍ୟରେ 6334ରନ କରିଛନ୍ତି ।

Leave a Reply

Your email address will not be published. Required fields are marked *