December 22, 2024

Odia Express

Leading Odia News Portal of Odisha

ଅମିତାଭ ଥିଲେ ‘ଇକବାଲ ଶ୍ରୀବାସ୍ତବ’ ତ ଅକ୍ଷୟ ଥିଲେ ‘ରାଜୀବ ହରିଓମ ଭାଟିଆ’ ଜାଣନ୍ତୁ ଏହି ବଲିଉଡ ତାରକାଙ୍କର ଅସଲି ନାମ କଣ ଅଟେ..

କେହି ମହାନ ମାନବ କହିଥିଲେ ‘ନାମରେ କଣ ରଖିଛି’। ଏବେ ଏକଥା ଭିନ୍ନ ଅଟେ ଯେ ସେହି ମହାନ ମାନବ ଏକଥା ଲେଖିବା ପରେ ତଳେ ନିଜ ନାମ ଲେଖିଥିଲେ। ଏଥିପାଇଁ ନାମ ମଧ୍ୟ ଏକ ମୁଖ୍ୟ ଭୂମିକା ନିଶ୍ଚିତ ବହନ କରିଥାଏ । ଯଦି ଏହା ଛୋଟ ଓ କହିବା ଶୁଣିବା ନିମନ୍ତେ ସହଜ ହୁଏ ତେବେ ଲୋକମାନେ ଏହାକୁ ସ୍ମରଣ ରଖନ୍ତି । ଏହି କାରଣ ଅଟେ ଯେ ବଲିଉଡର ପ୍ରସିଦ୍ଧ କଳାକାର ମାନେ ଫିଲ୍ମରେ ଆସିବା ପରେ ନିଜ ନାମ ବଦଳେଇ ଦେଇଥାନ୍ତି । ଆଜି ଆମେ ଏହି କଳାକାର ମାନଙ୍କର ଅସଲି ନାମ ଜାଣିବା ।

କ୍ୟାଟେରିନା କଇଫ: କ୍ୟାଟେରିନାଙ୍କର ଅସଲି ନାମ KatrinaTurquotte ଥିଲା କିନ୍ତୁ ଫିଲ୍ମକୁ ଆସିବା ପୂର୍ବରୁ ସେ ନିଜର କାଶ୍ମିରୀ ପିତାଙ୍କ ସଙ୍ଗିଆ ‘କଇଫ’ ଲଗେଇଥିଲେ । ଏହି କାରଣରୁ ଏହି ନାମ କହିବାରେ ସହଜ ହେଉଛି ।

ସଲମାନ ଖାନ : ବଲିଉଡ ସୁପରଷ୍ଟାର ସଲମାନଙ୍କର ପୁରାନମ ଅବଦୁଲ ରଶୀଦ ସଲିମ ସଲମାନ ଖାନ ଅଟେ । ନାମର ଦୀର୍ଘତା କମେଇବାକୁ ଯାଇ ସେ ଏହାକୁ କେବଳ ସଲମାନ ଖାନ କରିଛନ୍ତି ।

ଅକ୍ଷୟ କୁମାର: ‘ରାଜୀବ ହରିଓମ ଭାଟିଆ’ ଏହି ନାମ ଆପଣଙ୍କୁ ଶୁଣିବାକୁ ହୁଏତ ଅଦ୍ଭୁତ ଲାଗୁଥାଇପାରେ କିନ୍ତୁ ଏହା ଅକ୍ଷୟ କୁମାରଙ୍କ ମୂଳ ନାମ ଅଟେ । ପରେ ଅକ୍ଷୟ ନିଜର ବ୍ୟକ୍ତିତ୍ବ ଅନୁଯାୟୀ ନାମ ବଦଳେଇଦେଇଥିଲେ ।

ରଣବୀର ସିଂହ: ଏହାଙ୍କର ପୁରାନାମ ରଣବିର ସିଂହ ଭବାନୀ ଅଟେ କିନ୍ତୁ ଫିଲ୍ମରେ ଡେବ୍ୟୁ ପୂର୍ବରୁ ରଣବିର ନିଜ ନାମରୁ ଭବାନୀ ହଟେଇ ଦେଇଥିଲେ ।

ସଇଫ ଅଲି ଖାନ : ଆପଣଙ୍କୁ ଜାଣି ବିସ୍ମୟ ଲାଗିବ ଯେ ସଇଫଙ୍କ ଅସଲି ନାମ ସାଜିଦ ଅଲି ଖାନ ଅଟେ କିନ୍ତୁ ପରେ ସେ ସାଜିଦକୁ ବଦଳେଇ ସଇଫ କରିଦେଇଥିଲେ ।

ମଲ୍ଲିକା ସେରାୱତ: ମଲ୍ଲିକାଙ୍କର ଅସଲି ନାମ ରିମା ଲାମ୍ବା ଅଟେ ଯାହାକୁ ସେ ବଲିଉଡକୁ ଆସିବା ପରେ ବଦଳେଇ ଦେଇଥିଲେ ।

ଶିଳ୍ପା ସେଟ୍ଟୀ: ଶିଲ୍ପାଙ୍କର ପ୍ରକୃତ ନାମ ଅଶ୍ଵିନୀ ସେଟ୍ଟୀ ଅଟେ । ପରେ ଜ୍ୟୋତିଷ ପରାମର୍ଶରେ ସେ ଉତ୍ତମ ଭାଗ୍ୟ ନିମନ୍ତେ ନାମ ବଦଳେଇ ଶିଳ୍ପା କରିଦେଇଥିଲେ ।

ଅମିତାଭ ବଚ୍ଚନ: ବିଗ ବି ଙ୍କର ପ୍ରକୃତ ନାମ ‘ଇନକିଲାବ ଶ୍ରୀବାସ୍ତବ’ ଅଟେ। ପ୍ରକୃତରେ ଅମିତଙ୍କ ପିତାଙ୍କର ହରିବଂଶ ରାୟବଚ୍ଚନ ନିଜ ସଙ୍ଗିଆରେ ଲଗାଉଥିଲେ । ଏଥିପାଇଁ ପରେ ଅମିତାଭ ମଧ୍ୟ ଏହି ସାଙ୍ଗିଆ ଲଗେଇବା ଆରମ୍ଭ କରିଥିଲେ ।

ଜନ ଆବ୍ରାହାମ: ଜନଙ୍କର ବାଲ୍ୟକାଳ ନାମ ଥିଲା ଫରହାନ ଯାହାକି ସେ ପରେ ବଦଳେଇ ଦେଇଥିଲେ ।

ଦିଲୀପ କୁମାର: ଏହାଙ୍କର ପ୍ରକୃତ ନାମ ମହମ୍ମଦ ୟୁସୁଫ ଖାନ ଥିଲା ଯାହାକୁ ପରେ ଦିଲୀପ କୁମାର କରିଦିଆଗଲା ।

ଅଜୟ ଦେବଗନ: ଏହାଙ୍କର ପ୍ରକୃତ ନାମ ବିଶାଳ ଦେବଗନ ଥିଲା ଯାହା ପରେ ଅଜୟ ହେଲା ।

ସନୀ ଦେଓଲ: ଏହାଙ୍କର ବାଲ୍ୟକାଳ ନାମ ଅଜୟ ସିଂହ ଦେଓଲ ଅଟେ ଯାହା କି ଫିଲ୍ମରେ ଆସିବା ପରେ ସନୀ ଦେଓଲ ହୋଇଗଲା ।

ରେଖା: ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବା ଯେ ରେଖାଙ୍କର ପ୍ରକୃତ ନାମ ଭାନୁରେଖା ଗଣେଶନ ଅଟେ। ପ୍ରାରମ୍ଭିକ ଫିଲ୍ମରେ ତାଙ୍କର ଏହି ନାମ ଥିଲା କିନ୍ତୁ ପରେ ଛୋଟ କରିଦିଆଗଲା ।

ସନୀ ଲିଆନ: ଆକର୍ଷକ ସନୀଙ୍କର ଜନ୍ମ ନାମ କରଣଜୀତ କୌର ବୋହରା ଅଟେ ଯାହା ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯିବା ପରେ ସେ ସନୀ ଲିଆନ ହୋଇଗଲା ।

ମିଥୁନ ଚକ୍ରବର୍ତ୍ତୀ: ବଲିଉଡର ଡିସ୍କୋ ଡ୍ୟାନ୍ସର ଇଣ୍ଡଷ୍ଟ୍ରି ଆସିବା ପୂର୍ବରୁ ଗୌରଙ୍ଗୋ ଚକ୍ରବର୍ତ୍ତୀ ନାମରେ ଜଣାଯାଉଥିଲେ ।

ରଜନୀକାନ୍ତ: ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତଙ୍କର ଜନ୍ମନାମ ଶିବାଜି ରାୟ ଗାୟକୱାଡ ଅଟେ ।

Leave a Reply

Your email address will not be published. Required fields are marked *