December 23, 2024

Odia Express

Leading Odia News Portal of Odisha

ଏହି ୧୦ ଜଣ ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ହୋଇପାରନ୍ତି ବଡ ବିପଦ , ନମ୍ବର ୨ ସବୁ ବିଭାଗରେ ଉନ୍ନତ ପାଣ୍ଡ୍ୟାଙ୍କୁ ଦଳରୁ ବାହାର କରିପାରନ୍ତି ଏମାନେ..

ଅଲରାଉଣ୍ଡର ଖେଳାଳି ଦଳରେ ରହିଲେ ପ୍ଲେଈଂ ଇଲେଭେନ ସନ୍ତୁଳନ ରହିଥାଏ । ଯେଉଁ କାରଣରୁ ଆପଣ ଦଳରେ ଅଧିକ ବ୍ୟାଟ୍ସମ୍ୟାନ ଓ ଅଧିକ ବୋଲର ପାଇପାରନ୍ତି । ଯାହାକି କୌଣସି ଅଧିନାଯକଙ୍କ ନିମନ୍ତେ ଅଧିକ ସଫଳତା ଦେଇଥାଏ । ଭାରତୀୟ ଦଳରେ ବର୍ତ୍ତମାନ ସମୟରେ ରବୀନ୍ଦ୍ର ଜାଡେଜା ଓ ହାର୍ଦିକ ପାଣ୍ଡ୍ୟା ରୂପରେ ଦୁଇଜଣ ଅଲରାଉଣ୍ଡର ଉପସ୍ଥିତ ଅଛନ୍ତି ।ଏବେ ହାର୍ଦିକ ପାଣ୍ଡ୍ୟା ପୃଷ୍ଠଦେଶରେ ସର୍ଜରୀ କରିସାରିଛନ୍ତି , ଯେଉଁ କାରଣରୁ ଏବେ ତାଙ୍କୁ କ୍ରିକେଟରୁ ପ୍ରାୟତଃ 6ମାସ ହେବ ଦୂରେଇ ରହିବାକୁ ହେବ । ଯେଉଁ କାରଣରୁ ଭାରତୀୟ ଦଳକୁ ଏବେ ତାଙ୍କର ବିକଳ୍ପ ଦେଖିବାକୁ ହେବ । ଯାହା ଦଳକୁ ସନ୍ତୁଳନ ପ୍ରଦାନ କରିବ ଓ ନୂଆ ମ୍ୟାଚ ବିଜେତା ସୃଷ୍ଟି ହେବେ ।

ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଭାରତୀୟ ଦଳ ଏବେ 10 ଜଣ ଖେଳାଳିଙ୍କ ଉପରେ ଦୃଷ୍ଟି ରଖିଛନ୍ତି । ବର୍ତ୍ତମାନ ଭାରତୀୟ ଦଳ ଏହି 10 ଖେଳାଳିଙ୍କୁ ପରୀକ୍ଷା କରିବାକୁ ଚାହିଁବ। ଯାହାଦ୍ୱାରା ତାଙ୍କୁ ହାର୍ଦିକ ପାଣ୍ଡ୍ୟାଙ୍କ ଅଭାବ ଅନୁଭୂତ ନହେବ। ଦଳକୁ ଏକ ଏପରି ଖେଳାଳି ଆବଶ୍ୟକ ଯିଏ ଶେଷ ଓଭରରେ ଆକ୍ରମଣାତ୍ମକ ବ୍ୟାଟିଂ କରିବେ ଓ ବୋଲିଂ ମଧ୍ୟ ଭଲ କରିବେ ।

ବିଜୟ ଶଙ୍କର: ଯେବେ ପୂର୍ବଥାର ହାର୍ଦିକ ପାଣ୍ଡ୍ୟା ଆଘାତପ୍ରାପ୍ତ ହୋଇଥିଲେ ସେହି ସମୟରେ ତାଙ୍କ ସ୍ଥାନରେ ଦଳରେ ବିଜୟ ଶଙ୍କରଙ୍କୁ ସୁଯୋଗ ମିଳିଥିଲା, ଓ ସେ ଭଲ ପ୍ରଦର୍ଶନ କରିଥିଲେ ଓ ଦଳରେ ନିଜର ସ୍ଥାନ ମଜବୁତ କରିଥିଲେ ଓ ବିଶ୍ଵକପରେ ଦଳରେ ସ୍ଥାନ ପାଇଥିଲେ । ଯଦିଓ ତାଙ୍କର ପ୍ରତ୍ୟାବର୍ତ୍ତନ ଆଘାତ ସୁସ୍ଥ ହେବା ପରେ ମଧ୍ୟ ହୋଇପାରିନଥିଲା ।ବିଜୟ ଶଙ୍କର ଆଜି ପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ ଏକଦିବସୀୟ କ୍ରିକେଟରେ 12ମ୍ୟାଚରେ 31.85 ଆଭରେଜରେ 223ରନ କରିଛନ୍ତି ଓ 4ୱିକେଟ ନିଜ ନାମରେ କରିଛନ୍ତି । ଟି20 କ୍ରିକେଟରେ ଏହି ଖେଳାଳି ଏବେ ଯାଏଁ 9 ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ 25.25 ଆଭରେଜ ରେ 101ରନ କରିଛନ୍ତି ଓ 5ୱିକେଟ ନେଇଛନ୍ତି ।

ନିକଟରେ ବିଜୟ ଶଙ୍କର ଆଘାତରୁ ପ୍ରତ୍ୟାବର୍ତ୍ତନ କରି ବିଜୟ ହଜାରେ ଟ୍ରଫି ଖେଳିଛନ୍ତି । ଏଠାରେ ସେ ଲଗାତାର ରନ କରିଛନ୍ତି। ସେ ପାଣ୍ଡ୍ୟାଙ୍କ ଭଳି ଆକ୍ରମଣାତ୍ମକ ବ୍ୟାଟିଂ ମଧ୍ୟ କରିପାରନ୍ତି । ବୋଲିଂରେ ମଧ୍ୟ ତାଙ୍କର ସୁଧାର ନଜର ଆସୁଛି ।

ଶିବମ ଦୁବେ: ଘରୋଇ କ୍ରିକେଟରେ କିଛି ଦିନରୁ ଜଣେ ଦ୍ରୁତ ବୋଲର ଅଲରାଉଣ୍ଡର ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ଓ ସେହି ଖେଳାଳି ହେଲେ ଶିବମ ଦୁବେ, ଶିବମ ସବୁ ଫର୍ମାଟରେ ନିଜକୁ ପ୍ରମାଣିତ କରୀ ଆଇପିଏଲ ରେ ରୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଂଶ ଅଟନ୍ତି । କିନ୍ତୁ ଏଠାରେ ଏହି ଖେଳାଳିଙ୍କୁ ଅଧିକ ସୁଯୋଗ ମିଳିଲା ନାହିଁ।

ଶିବମ ଦୁବେ ବର୍ତ୍ତମାନ ପର୍ଯ୍ୟନ୍ତ ଘରୋଇ କ୍ରିକେଟରେ ଲିଷ୍ଟ A ରେ 32ମ୍ୟାଚ ଖେଳିଛନ୍ତି । ଯେଉଁଥିରେ 43.78 ଆଭରେଜ ରେ 613ରନ କରିଛନ୍ତି ଓ 30 ୱିକେଟ ମଧ୍ୟ ହାସିଲ କରିଛନ୍ତି । ଟି20 କ୍ରୀକେଟରେ ଏହି ଖେଳାଳି 19ମ୍ୟାଚରେ ଏହି ଖେଳାଳି 18.61 ଆଭରେଜରେ 242ରନ କରିଛନ୍ତି ଓ ତାହା 142 ଷ୍ଟ୍ରାଇକ ରେଟରେ । 14 ୱିକେଟ ମଧ୍ୟ ନେଇଛନ୍ତି ।ମୁମ୍ବାଇ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଶିବମ ଦୁବେ ନିକଟରେ ବିଜୟ ହଜାରେ ଟ୍ରଫିରେ ଜଣେ ଫିନିଶର ଭୂମିକା ରେ ନଜର ଆସିଥିଲେ । ଶିବମ ମଧ୍ୟ ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ସହଜରେ ଲମ୍ବାଛକା ସହଜରେ ମାରିପାରନ୍ତି। ଯାହା ସେ ଅନେକଥର କରି ଦେଖେଇଛନ୍ତି । ଶିବମ ଦୁବେଙ୍କ ବୋଲିଂରେ ମଧ୍ୟ ବିବିଧତା ନଜର ଆସେ ।

କମଲେଶ ନାଗରକୋଟି: ପୃଥ୍ଵୀ ଶ ଙ୍କର ଅଧିନାୟକତ୍ଵରେ ଅଣ୍ଡର19 ଦଳ ବିଶ୍ଵକପ ନିଜ ନାମରେ କରିଥିଲେ ସେହି ଦଳରେ ଏହି ଖେଳାଳିଙ୍କର ଯୋଗଦାନ ବହୁତ ଭଲ ଥିଲା । ନିଜର ଚମକପ୍ରଦ ଗତି କାରଣରୁ ଏହି ବାମହାତି ଦ୍ରୁତ ବୋଲରଙ୍କୁ ଭାରତୀୟ ଦଳର ଭବିଷ୍ୟ କୁହାଯାଉଛି । କମଲେଶ ମଧ୍ୟ ଶେଷ ଓଭର ମାନଙ୍କରେ ଦ୍ରୁତ ଗତିରେ ରନ କରିବାର କ୍ଷମତା ରଖନ୍ତି ।କମଲେଶ ନାଗରକୋଟି ଆଜି ପର୍ଯ୍ୟନ୍ତ ଘରୋଇ କ୍ରିକେଟରେ ମାତ୍ର ଲିଷ୍ଟ ଏ କ୍ରିକେଟ ଖେଳିଛନ୍ତି । କମଲେଶ ଆଜିଯାଏଁ 9ମ୍ୟାଚରେ 26.20ଆଭରେଜରେ 131ରନ କରିଛନ୍ତି ଓ ବୋଲିଂରେ 25ଆଭରେଜରେ 11ୱିକେଟ ମଧ୍ୟ ନେଇଛନ୍ତି । ଏଥିରେ ତାଙ୍କର ଇକୋନୋମି ରେଟ ମାତ୍ର 4.76 ରହିଛି ।

ନାଗରକୋଟିଙ୍କ କ୍ୟାରିଅର ଆଘାତ କାରଣରୁ କିଛି ପ୍ରଭାବିତ ହୋଇଛି କିନ୍ତୁ ଏବେ ସେ ନିଜର ପ୍ରତ୍ୟାବର୍ତ୍ତନ କରିଛନ୍ତି । ନିକଟରେ ସେ ଅଣ୍ଡର 23 ଏସିଆ କପ ପାଇଁ ଦଳରେ ସ୍ଥାନ ପାଇଛନ୍ତି । ଏବେ ଭାରତୀୟ ଦଳରେ ମଧ୍ୟ ଏହି ଖେଳାଳି ଶୀଘ୍ର ଖେଳି ପାରନ୍ତି । ଜଣେ ବୋଲର ହିସାବରେ ଏହି ଖେଳାଳି ଶୀଘ୍ର ଦଳରେ ସ୍ଥାନ ପାଇ ପାରନ୍ତି ।

କୃଷ୍ଣପ୍ପା ଗୌତମ: ସ୍ପିନର କୃଷ୍ଣପ୍ପା ଗୌତମ ମଧ୍ୟ ଏହି ସ୍ଥାନରେ ନିଜର ଦାବି ଉପସ୍ଥାପନ କରୁଛନ୍ତି । ଗୌତମ ମଧ୍ୟ ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ । ଗୌତମ ନିକଟରେ କର୍ଣ୍ଣାଟକ ପ୍ରିମିଅର ଲିଗରେ ଓ ଏହା ପୂର୍ବରୁ ଆଇପିଏଲ ରେ ରାଜସ୍ଥାନ ରୟାଲ୍ସ ପାଇଁ ଭଲ ପ୍ରଦର୍ଶନ ପୂର୍ବକ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ।କୃଷ୍ଣପ୍ପା ଗୌତମ ଆଜିଯାଏ ଘରୋଇ କ୍ରିକେଟ ରେ ଲିଷ୍ଟ ଏ ରେ 39ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ 19.83 ଆଭରେଜ ରେ 476ରନ କରିଛନ୍ତି । ଏହାସହିତ ସେ 62ୱିକେଟ ମଧ୍ୟ ହାସଲ କରିଛନ୍ତି । ଟି20 କ୍ରିକେଟରେ ସେ 49 ମ୍ୟାଚରେ 14.64 ଆଭରେଜରେ 454ରନ କରିଛନ୍ତି । ଏହାମଧ୍ୟ 163.89ଷ୍ଟ୍ରାଇକ ରେଟ ରେ ।

ବୋଲିଂ ସହିତ ଏହି ଖେଳାଳି ଏପର୍ଯ୍ୟନ୍ତ 32ୱିକେଟ ମଧ୍ୟ ହାସଲ କରିଛନ୍ତି । ଗୌତମ ଆଜିଯାଏ ଇଣ୍ଡିଆ ଏ ପାଇଁ ବହୁତ ଭଲ ଖେଳିଛନ୍ତି । ଆକ୍ରମଣାତ୍ମକ ଖେଳାଳି ହେବାସହ ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଏହି ଅଲରାଉଣ୍ଡରଙ୍କୁ ଦଳରେ ସ୍ଥାନ ମିଳିପାରେ । ବିଜୟ ହଜାରେରେ ମଧ୍ୟ ଏହି ଖେଳାଳି ଭଲ ଖେଳୁଛନ୍ତି ।

ଷ୍ଟୁଆର୍ଟ ବିନ୍ନି: ଗୋଟିଏ ସମୟରେ ଏହି ଖେଳାଳି ଲଗାତାର ସିରିଜରେ ଭାରତୀୟ ଦଳର ଅଂଶ ଥିଲେ । କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି20 ସିରିଜରେ ଖରାପ ପ୍ରଦର୍ଶନ କାରଣରୁ ସେ ଦଳରୁ ବାହାର ହେଲେ । ଏହାପରେ ଦଳରେ ତାଙ୍କର ପ୍ରତ୍ୟାବର୍ତ୍ତନ ହୋଇନାହିଁ। ଏବେ ନିକଟରେ ତାଙ୍କର ଯେଉଁ ପ୍ରକାର ପ୍ରଦର୍ଶନ ଅଛି ତାହା ଦେଖି ସ୍ପଷ୍ଟ ଜଣାପଡୁଛି ଯେ ଦଳରେ ତାଙ୍କର ପ୍ରତ୍ୟାବର୍ତ୍ତନ ହୋଇପାରେ ।ବିନ୍ନି ଆଜିଯାଏଁ ଭାରତୀୟ ଦଳ ପାଇଁ 14ଏକ ଦିବସୀୟ ମ୍ୟାଚରେ 28.75ହାରରେ 230ରନ କରିଛନ୍ତି ଓ ବୋଲିଂରେ ସେ 21.95ହାରରେ 20 ୱିକେଟ ହାସଲ କରିଛନ୍ତି । ଟି20 କ୍ରିକେଟରେ ଏହି ଖେଳାଳି 3ଟି ମ୍ୟାଚ ଖେଳିଛନ୍ତି । ଯେଉଁଥିରୁ ସେ ମାତ୍ର 1ୱିକେଟ ପାଇଛନ୍ତି ଓ 17.5ହାରରେ 35ରନ କରିଛନ୍ତି ।

ବିନ୍ନି ଏଥର ବିଜୟ ହଜାରେ ଟ୍ରଫିରେ ନାଗାଲାଣ୍ଡ ପାଇଁ ଖେଳିବାର ନିଷ୍ପତ୍ତି ନେଇଛନ୍ତି। ଯେଉଁଠାରେ ସେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ସେ ଏହି ଟୁର୍ଣ୍ଣାମେଣ୍ଟରେ ଏକ ଶତକ ମଧ୍ୟ କରିଛନ୍ତି । ଏହି କାରଣରୁ ତାଙ୍କର ଫେରିବା ଆଶା ଅଛି ।

ସୁମିତ କୁମାର: ହରିୟାନାର ପ୍ରତିଭା ସୁମିତ କୁମାର ନିକଟରେ ନିଜର ପ୍ରଦର୍ଶନ ଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ନିଜର ବ୍ୟାଟିଂ ଦକ୍ଷତା ଦ୍ଵାରା ଏହି ଖେଳାଳି ନିଜକୁ ସମସ୍ତଙ୍କ ଠାରୁ ଆଗରେ ରଖିଛନ୍ତି । ବୋଲିଂରେ ନିଜର ଗତି ଦ୍ଵାରା ଏହି ଖେଳାଳିଙ୍କ ପାଖରେ ବିବିଧତା ରହିଛି । ଯାହାକି ବର୍ତମାନ ସମୟରେ ସବୁଠାରୁ ମହତ୍ଵପୂର୍ଣ୍ଣ ଅଟେ ।ସୁମିତ କୁମାର ଆଜିଯାଏଁ ଲିଷ୍ଟ ଏ ରେ 6ଟି ମ୍ୟାଚରେ 60.66ହାରରେ 182ରନ କରିଛନ୍ତି । ଯେଉଁଥିରେ ଦୁଇଟି ଅର୍ଦ୍ଧ ଶତକ ସାମିଲ ଅଛି । ବୋଲିଂରେ ଏହି ଖେଳାଳି 6.22ହାରରେ 9ୱିକେଟ ହାସଲ କରିଛନ୍ତି । ଟି20କ୍ରିକେଟରେ ସୁମିତ 7ମ୍ୟାଚରେ 14.16ହାରରେ 12ୱିକେଟ ହାସଲ କରିଛନ୍ତି ।

ବ୍ୟାଟିଂରେ ଏହି ଫର୍ମାଟରେ 35.20ହାରରେ 176ରନ କରିଛନ୍ତି ଯେଉଁଥିରେ ଗୋଟିଏ ଅର୍ଦ୍ଧ ଶତକ ସାମିଲ ଅଛି । ସୁମିତ କୁମାର ଜଣେ ବହୁତ ଉତ୍ତମ କ୍ଷେତ୍ରରକ୍ଷକ ମଧ୍ୟ ଅଟନ୍ତି । ଯେଉଁ କାରଣରୁ ସେ ହାର୍ଦିକ ପାଣ୍ଡ୍ୟାଙ୍କ ଉପଯୁକ୍ତ ବିକଳ୍ପ ବିବେଚିତ ହେଉଛନ୍ତି ।

ଦୀପକ ଚହର: ନିକଟରେ ଭାରତୀୟ ଦଳ ପାଇଁ ଖେଳିଥିବା ଦୀପକ ଚହର ନିଜକୁ ଏପର୍ଯ୍ୟନ୍ତ ଜଣେ ବୋଲର ହିସାବରେ ପ୍ରତିପାଦିତ କରିଛନ୍ତି କିନ୍ତୁ ସେ ଭଲ ବ୍ୟାଟିଂ କରିବାର କ୍ଷମତା ମଧ୍ୟ ରଖନ୍ତି । ଏକଥା ସେ ଘରୋଇ କ୍ରିକେଟରେ ପ୍ରମାଣିତ କରିଛନ୍ତି । ଦୀପକ ଚହର ମଧ୍ୟ ହାର୍ଦିକ ପାଣ୍ଡ୍ୟାଙ୍କର ଏକ ଉତ୍ତମ ବିକଳ୍ପ ହୋଇପାରନ୍ତି ।

ଦୀପକ ଆଜିଯାଏ ଘରୋଇ କ୍ରିକେଟରେ 44ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ ନିଜର ସର୍ବଶ୍ରେଷ୍ଠ ଅପରାଜିତ 63ରନ କରିଛନ୍ତି। ଦୀପକ ଅନ୍ତିମ ଓଭର ମାନଙ୍କରେ ଲମ୍ବା ଛକା ମାରିପାରନ୍ତି । ଏକଥା ସେ ଆଇପିଏଲ ରେ ଦେଖାଇ ସାରିଛନ୍ତି । ବୋଲିଂରେ ଏହି ଖେଳାଳିଙ୍କ କ୍ଷମତା ସମସ୍ତେ ଦେଖିଛନ୍ତି । ଭରତ ପାଇଁ ଦୀପକ ମାତ୍ର 4ଟି ଟି20ମ୍ୟାଚରେ ମାତ୍ର 14ହାରରେ 6ୱିକେଟ ହାସଲ କରିଛନ୍ତି । ଏଥିରେ ତାଙ୍କର ଇକୋନୋମି ମାତ୍ର 6ଥିଲା ଯାହାକି ଏହି ଖେଳାଳିଙ୍କ ପ୍ରତିଭାକୁ ଦର୍ଶାଉଛି । ଦୀପକ ଚହର ଟି20ଫର୍ମାଟରେ ଦଳର ଅଂଶ ଅଟନ୍ତି ।

ଋଷି ଧାବନ: ଏହି ଖେଳାଳି ଜଣକ ମଧ୍ୟ ଭାରତୀୟ ଦଳ ନିମନ୍ତେ ଖେଳିଛନ୍ତି । ଯଦିଓ ଖରାପ ପ୍ରଦର୍ଶନ କାରଣରୁ ଏହି ଖେଳାଳିଙ୍କୁ ଦଳରୁ ବାହାରିବାକୁ ପଡିଛି କିନ୍ତୁ ଏହାବାଦ ଘରୋଇ କ୍ରିକେଟରେ ଆସି ଏହି ଖେଳାଳି ଲଗାତାର ରନ କରିଛନ୍ତି ଓ ୱିକେଟ ମଧ୍ୟ ହାସଲ କରିଛନ୍ତି । ଯେଉଁ କାରଣରୁ ଋଷି ଧାବନ ମଧ୍ୟ ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେଇପାରନ୍ତି ।ଋଷି ଧାବନ ଏବେଯାଏଁ ଲିଷ୍ଟ ଏ କ୍ରିକେଟରେ 94ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ 34.10ହାରରେ 1705ରନ କରିଛନ୍ତି । ଯେଉଁଥିରେ 8ଅର୍ଦ୍ଧ ଶତକ ଓ 1ଶତକ ମଧ୍ୟ ସାମିଲ ଅଛି । ବୋଲିଂରେ ଏହି ଖେଳାଳି 32.72ହାରରେ 124ୱିକେଟ ନିଜ ନାମରେ କରିଛନ୍ତି । ଯାହା ଏହି ଖେଳାଳିଙ୍କ ପ୍ରତିଭାକୁ ଦର୍ଶାଉଛି ।

ଧାବନ ଟି20ରେ ମୋଟ 82ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ 31.61ହାରରେ 1075ରନ କରିଛନ୍ତି ଓ ବୋଲିଂରେ 34.17ହାରରେ ମୋଟ 56ୱିକେଟ ହାସିଲ କରିଛନ୍ତି । ଧାବନ ଆଇପିଏଲରେ ମଧ୍ୟ ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି ।

ୟୁସୁଫ ପଠାଣ: ନିଜର ଆକ୍ରାମକ ଖେଳ କାରଣରୁ ପ୍ରସିଦ୍ଧ ୟୁସୁଫ ପଠାଣ ଲଗାତାର ରନ କରିପାରିନାହାନ୍ତି । ଯେଉଁ କାରଣରୁ ତାଙ୍କୁ ଦଳରୁ ବାହାରକୁ ଯିବାକୁ ହୋଇଛି । ଏହାପରେ ମଧ୍ୟ ଏହି ଖେଳାଳିଙ୍କର ଖରାପ ସମୟ ବହୁତ ଦିନ ପର୍ଯ୍ୟନ୍ତ ଚାଲିଲା କିନ୍ତୁ ଏବେ ଏହି ଖେଳାଳି ରନ କରି ଫର୍ମ ଫେରି ପାଇଛନ୍ତି । ପଠାଣ ବିଗତ ସିଜିନ ରେ ଭଲ ପ୍ରଦର୍ଶନ କରିଛନ୍ତି ।

ୟୁସୁଫ ପଠାଣ ଭାରତୀୟ ଦଳ ପାଇଁ 57ଏକଦିବସୀୟ ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ 27ହାରରେ 810ରନ କରିଛନ୍ତି ଯେଉଁଥିରେ 3ଅର୍ଦ୍ଧ ଶତକ ଓ 2ଶତକ ସାମିଲ ଅଛି । ବୋଲିଂରେ ଏହି ଖେଳାଳି 33ୱିକେଟ ନିଜ ନାମରେ କରିଛନ୍ତି । ଟି20ରେ ପଠାଣ 22ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ପଠାଣ 18.15 ହାରରେ 236ରନ କରିଛନ୍ତି । ଯଦିଓ ଏହାଙ୍କର ଷ୍ଟ୍ରାଇକ ରେଟ 146.58ରହିଛି । ବୋଲିଂରେ ଏହି ଖେଳାଳି 13 ୱିକେଟ ନିଜ ନାମରେ କରିଛନ୍ତି । ବିଜୟ ହଜାରେ ଟ୍ରଫିରେ ରନ କରି ସେ ହାର୍ଦିକ ପାଣ୍ଡ୍ୟାଙ୍କ ପାଇଁ ପ୍ରତିସ୍ପର୍ଦ୍ଦା ହୋଇପାରନ୍ତି ।

ଅକ୍ଷର ପଟେଲ: ବାମହାତି ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ଲଗାତାର ଭଲ ପ୍ରଦର୍ଶନ କରିଛନ୍ତି । ଏହାପରେ ମଧ୍ୟ ତାଙ୍କର ପ୍ରତ୍ୟାବର୍ତ୍ତନ ଦଳକୁ ହୋଇପାରି ନାହିଁ । ଅକ୍ଷର ପଟେଲ ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ସହଜରେ ନେଇ ପାରନ୍ତି। ସେ ଶେଷ ଓଭର ମାନଙ୍କରେ ଲମ୍ବା ଛକା ମଧ୍ୟ ସହଜରେ ମାରି ପାରନ୍ତି । ବୋଲିଂରେ ମଧ୍ୟ ସେ ୱିକେଟ ନେବାର କ୍ଷମତା ରଖନ୍ତି । ଆଇପିଏଲରେ ମଧ୍ୟ ଏହି ଖେଳାଳି ନିଜର କ୍ଷମତା ଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଅକ୍ଷର ପଟେଲ ଏବେ ଯାଏଁ ଭାରତୀୟ ଦଳ ପାଇଁ 38ଏକଦିବସୀୟ ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ 12.92ହାରରେ 181ରନ କରିଛନ୍ତି । ବୋଲିଂରେ ସେ 31.31ହାରରେ 45ୱିକେଟ ନେଇଛନ୍ତି । ଏଥିରେ ତାଙ୍କର ଇକୋନୋମି ରେଟ ମାତ୍ର 4.43 ଅଛି ।

ପଟେଲ ଟି20ଫର୍ମାଟରେ ଏବେ ଯାଏଁ ଭାରତ ପାଇଁ 11ମ୍ୟାଚ ଖେଳିଛନ୍ତି । ଯେଉଁଥିରେ 17ହାରରେ 68ରନ କରିଛନ୍ତି । ବୋଲିଂରେ 29.44ହାରରେ 9ୱିକେଟ ମଧ୍ୟ ହାସଲ କରିଛନ୍ତି । ପଟେଲ ଘରୋଇ

Leave a Reply

Your email address will not be published. Required fields are marked *