December 22, 2024

Odia Express

Leading Odia News Portal of Odisha

ଭାରତୀୟ ଦଳର ଏହି ବଡ ଖେଳାଳି ହଟାତ କ୍ରିକେଟ ଖେଳରୁ ସନ୍ୟାସ ନେଇଗଲେ – ସାରା ଦେଶ କ୍ରିକେଟ ପ୍ରେମୀଙ୍କ ଆଖିରେ ଭରିଗଲା ଲୁହ – ଦେଖନ୍ତୁ କିଏ ସେ ମହାନ ଖେଳାଳି…

ଭାରତୀୟ କ୍ରିକେଟ୍ ଟିମ୍ ଅଲରାଉଣ୍ତର ଇରଫାନ୍ ପଠାନ୍ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରୁ ସନ୍ୟାସ ନେବାର ଘୋଷଣା କରିସାରିଛନ୍ତି , ଇରଫାନ୍ ପଠାନ୍ ନିଳ ଜର୍ସିରେ ଥାଇ ଭାରତ ପାଇଁ ଶେଷଥର ୨ ଅକ୍ଟୋବର ୨୦୧୨ କୁ ଖେଲିଥିଲେ,  ଗତ ସାତ ବର୍ଷରୁ ସେ ଟିମ୍ ଇଣ୍ତିଆରୁ ବାହାର ଅଛନ୍ତି , ଏବେ ଯାଇକରି ସେ ୩୫ ବର୍ଷର ବୟସରେ ସେ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରୁ ଅଲବିଦା କହିବାକୁ ଘୋଷଣା କଲେ , ଏହି ଫଇସଲା ପରେ ତାଙ୍କର ୧୬ ବର୍ଷର ଅନ୍ତରାଷ୍ଟ୍ରିୟ କ୍ୟାରିୟର ଏଠାରେ ସମାପନ ହୋଇଗଲା ,ଇରଫାନ୍ ପଠାନ୍ ଷ୍ଟାର୍ ସ୍ପୋର୍ଟ୍ସ ଚ୍ୟାନେଲ୍ ଉପରେ ଆଧିକାରିକ ହିସାବରେ ନିଜର ଅବସର ନେବାର ଘୋଷଣା କରିଥିଲେ,  ସେ କହିଲେ କି ବଡୋଦାରେ ଏକ ଜାଗାରୁ ଆସି ସେ ଏହି ସଫଲତା ପାଇବା ତାଙ୍କ ପାଇଁ ବହୁତ ବଡ କଥା ,

ସେ କହିଲେ କି ସଚିନ୍ ତେନ୍ଦୁଲକର,  ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେହ୍ୱାଗ, ଗୌତମ ଗାମ୍ଭୀରଙ୍କ ସହ ସେ ଡ୍ରେସିଙ୍ଗ୍ ରୁମ୍ ସେୟାର୍ କରିପାରିଛନ୍ତି ,ଯାହାକି ତାଙ୍କର ଏହା ଭାଗ୍ୟରେ ଥିଲା,  ନିଜ କ୍ରିକେଟ୍ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ , ଓ କହିଲେ କି କିଛି ବି ଯାହା ମିଳିଲା ସେ ନିଜ ଫ୍ୟାନ୍ସଙ୍କ ପାଇଁ ମିଳିଲା,  ଏହି ଫ୍ୟାନ୍ସ ଯିଏକି କେଉଁ ବି ପରିସ୍ଥିତିରେ ମୋର ସାଥ୍ ଛାଡିନାହାନ୍ତି , ତାଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି । ଭାରତୀୟ ଟୀମ୍ ଧୋନୀଙ୍କ ଅଧିନାୟକତ୍ୱରେ ଏକ ମାତ୍ର ଟି ଟ୍ୱେଣ୍ଟି ବିଶକପ୍ ୨୦୦୭ ରେ ଜିତିଥିଲା, ଭାରତ ଫାଇନାଲ୍ ମ୍ୟାଚରେ ପାକିସ୍ଥାନକୁ ହରାଇକରି ଏହି ଜିତ୍ ହାସିଲ୍ କରିଥିଲା,  ଏହି ଫାଈନାଲ୍ ମ୍ୟାଚରେ ଇରଫାନ୍ ନିଜର ଘାତକ ବୋଲିଙ୍ଗ୍ ପ୍ରଦର୍ଶନ କରି ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ,

ସେ ଫାଈନାଲ୍ ମ୍ୟାଚରେ ୪ ଓଭରରେ ୧୬ ରନ୍ ଦେଇକରି ୩ ଟି ମୁଖ୍ୟ ୱିକେଟ୍ ନେଇଥିଲେ,  ଇରଫାନ୍ ପଠାନ୍ କହିଲେ କି ତିନୋଟି ୱିକେଟ୍ ନେଲେ , କିନ୍ତୁ ସବୁଠାରୁ ବଡ ୱିକେଟ୍ ସାହିଦ୍ ଆଫ୍ରିଦିଙ୍କର ଥିଲା,  ତାଙ୍କୁ ଆଉଟ୍ କରିବାପରେ ମୋର ଟାର୍ଗେଟ୍ ରେ ସବୁ ଖେଳାଳୀ ଆସିଗଲେ,  ମୁଁ ସମସ୍ତଙ୍କୁ କହିଲି ହଟୀଯାଓ ମୋତେ ନିଶ୍ୱାସ ଆସୁନାହିଁ , ବିଶ୍ୱକପ୍ ଜିତିବା ମୋର ଜୀବନର ସବୁଠାରୁ ସ୍ମରଣୀୟ ମୁହୁର୍ତ୍ତ ଥିଲା , ଭାରତ ପାଇଁ ଇରଫାନ୍ ପଠାନ୍ ୨୯ ଟୀ ଟେଷ୍ଟ ୧୨୦ ଟି ୱାନ୍ ଡେ , ୨୪ ଟି ଟିଟ୍ୱେଣ୍ଟି ମୁକାବଲା ଖେଳିଛନ୍ତି ,

ଟେଷ୍ଟ ମ୍ୟାଚରେ ୧୦୦ ୱିକେଟ୍ ନେଇଛନ୍ତି , ଓ ଏକ ପାରିରେ ତାଙ୍କର ଭଲ ପ୍ରଦର୍ଶନ ୫୯ ରନ୍ ଦେଇକରି ୭ ଟି ୱିକେଟ୍ ନେବାର ଗୌରବ ରହିଛି , ସେମିତି ଆଉ ଏକ ଭଲ ପ୍ରଦର୍ଶନ ୧୨୬ ରନ୍ ଦେଇକରି ୧୨ ଟି ୱିକେଟ୍ ନେବାର ଥିଲା,  ୱାନ୍ ଡେ କଥା କହିଲେ ସେ ୧୨୦ ଟି ୱାନ୍ ଡେ ମ୍ୟାଚରୁ ୧୭୩ ରନ୍ କରିଥିଲେ,  ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୨୭ ରନ୍ ଦେଇକରି ୫ ଟି ୱିକେଟ୍ ରହିଛି , ୨୪ ଟି ଟିଟ୍ୱେଣ୍ଟିରୁ ସେ ପ୍ରାୟ ୨୮ ଟି ୱିକେଟ୍ ନେଇଛନ୍ତି , ଯାହାକି ତାଙ୍କର ବେଷ୍ଟ ଥିଲା ୧୬ ରନ୍ ଦେଇକରି ୩ ଟି ୱିକେଟ୍ ନେବା ଏକ ଦିବସୀୟ ମ୍ୟଚରେ

ଅନ୍ତରାଷ୍ଟ୍ରିୟ କ୍ୟାରିୟରରେ ତାଙ୍କର୍ ବ୍ୟାଟିଙ୍ଗ୍ କଥା କହିଲେ ସେ ୨୯ ଟି ଟେଷ୍ଟରୁ ୧୧୦୫ ରନ୍ କରିଛନ୍ତି , ଯେଉଁଥିରେ ଗୋଟେ ଶତକ ବି ସାମିଲ୍ ଅଛି , ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର୍ ୧୦୨ ରନ୍  ରହିଥିଲା  ସେମିତି ୧୨୦ ଟି ୱାନ୍ ଡେ ମ୍ୟାଚରୁ ସେ ୧୫୪୪ ରନ୍ କରିଛନ୍ତି , ୱାନ୍ ଡେ ତାଙ୍କର ବେଷ୍ଟ ପାରି ୮୩ ରନ୍ ଥିଲା,  ସେମିତି ୨୪ ଟି ଟେଣ୍ଟିରୁ ୧୭୨ ରନ୍ କରିଛନ୍ତି,  ଟୀଟ୍ୱେଣ୍ଟିରେ ତାଙ୍କର ନାବାଦ୍ ସ୍କୋର୍ ୩୩ ରନ୍ ଥିଲା, ଇରଫାନ୍ ପଠାନ୍ ଭାରତ ପାଇଁ ପ୍ରଥମେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ,  ସେ ଟେଷ୍ଟରେ ୨୦୦୩ ୧୨ ଡିସେମ୍ବରକୁ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ,

ଭାରତ ପାଇଁ ସେ ଶେଷ ଟେଷ୍ଟ ୫ ଅପ୍ରେଲ୍ ୨୦୦୮ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ,  ୱାନ୍ ଡେ କଥା କହିଲେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୯ ଜାନୁୟାରୀକୁ ୨୦୦୪ ରେ ଡେବ୍ୟୁ କଲେ,  ଓ ଭାରତ ପାଇଁ ଶେଷ ୱାନ୍ ଡେ ୪ ଅଗଷ୍ଟ ୨୦୧୨ କୁ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ,  ସେମିତି ଟୀମ୍ ଇଣ୍ତିଆ ପାଇଁ ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚ ଡିସେମ୍ବର ୨୦୦୬ କୁ ସାଉଥ୍ ଆଫ୍ରିକା ବିପକ୍ଷରେ ଥିଲା,  ଯେବେ କି ୨ ଅକ୍ଟୋବର ୨୦୧୨ କୁ ସାଉଥ୍ ଆଫ୍ରିକା ସହ ଖେଳିଥିଲେ, ଇରଫାନ୍ ପଠାନ୍ ୱାସିମ୍ ଅକରମ ଙ୍କୁ ଆଇଡଲ୍ ମାନିଥିଲେ,  ସେ କହିଲେ କି ଛୁଆ ବେଳରୁ ସେ ତାଙ୍କ ଖେଳ ଦେଖିଆସୁଛନ୍ତି , ତାଙ୍କର ବୋଲିଙ୍ଗ୍ କରିବାର୍ ତରିକା , ସ୍ୱିଙ୍ଗ୍ କରିବାର ଦକ୍ଷତା, ରିଭର୍ସ ସ୍ୱିଙ୍ଗ୍ କରିବାର ପ୍ରତିଭା ମୋତେ କ୍ରିକେଟ୍ ଖେଳିବାକୁ ପ୍ରେରିତ୍ କଲା , ତାଙ୍କୁ ମୁଁ ଦେଖିକରି କ୍ରିକେଟ୍ ଖେଳିବାକୁ ଇଚ୍ଛା ପ୍ରକାଶ କଲି ।

Leave a Reply

Your email address will not be published. Required fields are marked *