December 23, 2024

Odia Express

Leading Odia News Portal of Odisha

୯୦ ହଜାର ଟଙ୍କାର ସରକାରୀ ଚାକିରି ଛାଡି ପୁଅ ସହ ଗାଁ କୁ ଚାଲି ଆସିଲେ ମା , କାରଣ ଜାଣିଲେ ଗର୍ବ କରିବେ ନିଶ୍ଚୟ – ସମସ୍ତେ ପଢିବା ଦରକାର ତାଙ୍କ କାହାଣୀ..

ଆଜିର ସମୟରେ ଗାଁରେ ରହିବାକୁ କେହି ବି ପସନ୍ଦ କରନ୍ତି ନାହିଁ । ସମସ୍ତେ ସହରରେ ରହିବାକୁ ପଲାଉଛନ୍ତି । ଆଜିର ଯୁବାପିଢି କ୍ଷେତି ବାଡି କରିବାକୁ ବି ପସନ୍ଦ କରୁନାହାନ୍ତି । ସେପଟେ ଚାଷୀ କରିବା ପସନ୍ଦ କରୁନାହାନ୍ତି । ଏମିତିରେ ବହୁତ ଆର୍ଥିକ ଅସୁବିଧାକୁ ନେଇ ସେମାନେ ଆତ୍ମହତ୍ୟା କରିବାକୁ ଯାଇଥାନ୍ତି । ଏମିତିରେ ଆମ ସମସ୍ତଙ୍କ ମଧ୍ୟରେ ଗୋଟିଏ ଦମ୍ପତି ଏପରି ଅଛନ୍ତି ଯିଏ ନିଜ ସହରି ଜୀବନଶୈଳୀ ଛାଡିକରି କ୍ଷେତି କରିବା ଶିଖୁଛି , ଯାହା ଦ୍ୱାରା ସେ ବଡ ହୋଇକରି ଗୋଟେ ଭଲ ଚାଷୀ ହୋଇପାରିବେ , ଏବେ ଏହି ଦମ୍ପତି ଏମିତି କଣ ପାଇଁ କରିଥିଲେ , ଏହାର ପଛରେ ଏକ କାରଣ ଅଛି ଯାହା ବିଷୟରେ ଜାଣିଲେ ଆପଣଙ୍କ ଛାତି ଗର୍ବରେ ଫୁଲି ଉଠିବ ।

ରାଜେନ୍ଦ୍ର ସିଂ ଓ ତାଙ୍କ ସ୍ତ୍ରୀ ଚଞ୍ଚଳ କୌର ୧୧ ବର୍ଷର ପୁଅ ଅଛି , ଯାହାର ନାଁ ଗୁରୁବକ୍ଷ ସିଂ ଅଟେ । ରାଜେନ୍ଦ୍ର ଇଣ୍ତିଆନ୍ ରେଲୱେରେ କାମ କରନ୍ତି । ଯେବେ କି ତାଙ୍କର ସ୍ତ୍ରୀ ଚଞ୍ଚଳ ସରକାରୀ କର୍ମଚାରୀ ନର୍ସ ଅଟନ୍ତି । ଏହି ଦୁହେଁ ମୂଳ ରୂପରେ ରାଜସ୍ଥାନରେ ବାସିନ୍ଦା ଅଟନ୍ତି , କିନ୍ତୁ ଏବେ ଦୁହେଁ ଇନ୍ଦୋର ପାଖରେ ଏକ ଦେଢ ଏକର ଜାଗା ନେଇଛନ୍ତି , ଯେଉଁଠି ସେ ନିଜ ୧୧ ବର୍ଷର ପୁଅ ସହ କ୍ଷେତି କରିବାର ଶିକ୍ଷା ଦେଉଛନ୍ତି , ନିଜର ଏହି ସ୍ୱପ୍ନକୁ ପୁରା କରିବାକୁ ଚଞ୍ଚଳ ୨୦୧୬ ରେ ନିଜ ୯୦ ହଜାର ଟଙ୍କା ବାଲା ସରକାରୀ ଛାଡିଦେଇଥିଲେ , ସେ ଏହି ଫଇସଲାରୁ ସଂମ୍ପର୍କୀୟ ଏହାକୁ ଭୁଲ୍ କହିଲେ କିନ୍ତୁ ଚଞ୍ଚଳ ନିଜ ମନରେ ଏହା ନିଷ୍ପତ୍ତି ନେଇଥିଲେ ।

ଦମ୍ପତ୍ତିଙ୍କ ଏହି ଫଇସଲା ଦ୍ୱାରା ତାଙ୍କ ପୁଅର ସ୍ୱାସ୍ଥ୍ୟ ଓ ସ୍ୱଚ୍ଚ୍ୟ ଲାଇଫ୍ ମିଳିପାରିବ , ଦମ୍ପତ୍ତି ପୁର୍ବରୁ ପଦ୍ମଶ୍ରୀ ଡାକ୍ତର ଜନକ ପଲଟାଙ୍କ ଠାରୁ ଜୈବିକ ଚାଷ ଟ୍ରେନିଙ୍ଗ୍ ନେଇଥିଲେ । ଏହା ସହ ସେ ସୋଲାର୍ କୁକିଙ୍ଗ୍ , ସୋଲାର୍ ଡ୍ରଇଁଙ୍ଗ୍ , ଓ ଜିରୋ ୱେଷ୍ଟ ଜୀବନଶୈଳୀ କଳା ବି ଶିଖିନେଇଥିଲେ ।

ଚଞ୍ଚଳ କହନ୍ତି କି ଆମର ପୁଅକୁ ଏହି ଲାଇଫ୍ ଷ୍ଟାଇଲ୍ ପସନ୍ଦ ଆସୁଛି , ଗାଁରେ ବହୁତ ସାଙ୍ଗ ବି ବନାଇନେଇଛନ୍ତି , ସେ ସୋଲାର୍ କୁକିଙ୍ଗ୍ ଓ ଜୈବିକ ଚାଷ ଗୁଣ ଶିଖୁଛି , ଚଞ୍ଚଳ କହନ୍ତି କି ଆଜି କାଲିର ଛୁଆ ପଇସା କମାଇବାରେ ରେସ୍ ଏତେ ଅଧିକା ହୋଇଯାଇଛି କି ନିଜକୁ ସମୟ ଦେଇପାରୁନାହାନ୍ତି । ଏଥିପାଇଁ ଆମେ ନିଜ ପୁଅକୁ କହିଦେଲେ କି ସେ କିଛି ରେସ୍ ଲଗାଇବେ ନାହିଁ । ଆଗକୁ କିମ୍ବା ପଛରେ ରହିବାର ଚିନ୍ତା କରନ୍ତୁ ନାହିଁ , ଖାଲି ନିଜ ଗତି ଚଲାଇ ଚାଲନ୍ତୁ ।

କପଲ୍ ନିଜ ଘରେ ବି ସୌର ଉର୍ଜାକୁ ମହତ୍ତ୍ୱ ଦେଇଛନ୍ତି , ତାଙ୍କର ଖାଇବା ଓ ସୌର ଉର୍ଜା ମାଧ୍ୟମରେ ହିଁ ହୋଇଥାଏ , ତାହା ସହ ପରିବା ଏମାନଙ୍କ ଜୈବିକ କ୍ଷେତି ହିଁ ଘରେ ହୋଇଥାଏ , କମାଲ୍ ର କଥା ଏହା କି ରାଜେନ୍ଦ୍ର ଚାକିରି କାରଣରୁ ବାହାରେ ରୁହନ୍ତି , ଏମିତିରେ ଛୁଆମାନଙ୍କର ପାଠ ପଢା ଓ କ୍ଷେତି ଓ ଅନ୍ୟ କାମ ଚଞ୍ଚଳ ଏକା ହିଁ ସମ୍ଭାଳିନିଅନ୍ତି ।

Leave a Reply

Your email address will not be published. Required fields are marked *