September 20, 2024

Odia Express

Leading Odia News Portal of Odisha

ଗୁଳିର ବର୍ଷଣରେ ଛିନବିନ୍ ହୋଇଯାଈଥିଲା ତୁକାରାମଙ୍କ ଛାତି , କିନ୍ତୁ ତାପରେ ବି ଛାଡିନଥିଲେ କସାବର ଗଳା – ପଢନ୍ତୁ କିଭଳି ଭାବେ ଆଜିର ଦିନରେ କସାଵ କୁ ଜୀବନ୍ତ ଧରିଥିଲେ ଏହି ମହାନ ପୋଲିସ…

ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଆଜି ୧୦ତମ ବାର୍ଷିକି ଅଟେ , ଆଜିର ଦିନର ୨୦୦୮ ମସିହାରେ ପାକିସ୍ଥାନର କିଛି ଆତଙ୍କବାଦୀ ମୁମ୍ବାଇ ଧମାକା ଘଟାଇଥିଲେ,  ପ୍ରାୟ ୬୦ ଘଣ୍ଟାରୁ ଅଧିକା ସମୟ ଯାଏଁ ଆତଙ୍କୀମାନଙ୍କ ବିପକ୍ଷୟରେ ଅପରେସନରେ ୧୬୬ ଲୋକଙ୍କ ଜୀବନ ଚାଲିଯାଇଥିଲା। ଆଜିଠୁ ଠିକ୍ ୧୧ ବର୍ଷ ପୁର୍ବରୁ ୨୬ ନଭେମ୍ବରକୁ ହୋଇଥିବା ମୁମ୍ବାଇ ଆକ୍ରମଣ ପରେ ଆତଙ୍କବାଦୀଙ୍କର ବିପକ୍ଷରେ ଭାରତୀୟ ସୁରକ୍ଷା ବଳ ବାହାଦୁରୀ ସହ ଲଢିକରି ୯ ଜଣ ଆତଙ୍କବାଦୀଙ୍କୁ ଦମନ କରିଥିଲେ , ସେମିତି ଏହି ପୁରା ଘଟଣା କ୍ରମରେ ଜଣେ ପାକିସ୍ଥାନୀ ଆତଙ୍କୀ କସାବକୁ ଜୀବିତ ଧରିନେଇଥିଲେ,  କସାବ ଯେଉଁ ବାହାଦୁର୍ ପୋଲିସ୍ କର୍ମୀ ଧରିଥିଲେ , ସେ ମୁମ୍ବାଇ ପୋଲିସ୍ ର ଜଣେ  ସହାୟକ ଇନସପେକ୍ଟର ପଦରେ ନିଯୁକ୍ତ ତୁକାରାମ ଆମ୍ବଲେ ଥିଲେ ।

୨୬/୧୧ ଦିନ ମୁମ୍ବାଇ ଡିବି ମାର୍ଗରେ ପୋଲିସ୍ ରାତି ୧୦ ଟା ବେଳେ ଏହି କଥାର ସୁଚନା ମିଳିଥିଲା , ଦୁଇ ଆତଙ୍କୀ ଭାରି ହତିଆର ସହ ସିଏସ୍ ଟି ରେ ଯାତ୍ରୀମାନଙ୍କ ଉପରେ ଗୁଳି ଚଳାଇଦେଲେ , ଏହାପରେ ୧୫ ଟି ପୋଲିସ୍ କର୍ମୀ ଡିବି ମାର୍ଗର ଚୌପାଟି ଓ ମରିନ୍ ଡ୍ରାଇଭ୍ ରେ ବେରିକୋଡିଙ୍ଗ୍ କରିବାପାଇଁ ପଠାଇଥିଲେ , ଏହି ସମୟରେ ବେରିକୋଡିଙ୍ଗ୍ ରୁ ପ୍ରାୟ ୫୦ ଫୁଟ୍ ଦୁରତାରେ ଆତଙ୍କୀ ଯେଉଁ ଗାଡିରୁ ଆସିଥିଲେ , ସେଠାରେ ଗାଡି ଅଟକିଯାଇଥିଲା , ଓ ପୁଣି ଫେରି ୟୁ ଟର୍ଣ୍ଣ ନେବାପାଇଁ ଚେଷ୍ଟା କରିଥିଲା , କିନ୍ତୁ ପୋଲିସ୍ ତରଫରୁ ହୋଇଥିବା ଫାଈରିଙ୍ଗ୍ ରେ ଜଣେ ଆତଙ୍କିର ମୃତ୍ୟୁ ହୋଇଥିଲା,  ସେମିତି କସାବ ଜାଣିଶୁଣି ନାଟକ କରିବାକୁ ଲାଗିଲା ।

ଏହି ସମୟରେ ତୁକାରାମ ଆମ୍ବଲେ ପାଖରେ କେବଳ ଏକ ଲାଠି ଥିଲା,  ଓ କସାବ ପାଖରେ ଏକେ ୪୭ ଥିଲା , ଆମ୍ବଲେ କସାବ ର ବନ୍ଧୁକ ଧରିନେଇଥିଲେ,  କିନ୍ତୁ ସେହି ସମୟରେ କସାବ ତୁକାରାମ ଆମ୍ବଲେ ପେଟ ଓ ଆତଙ୍କୀ ପାଖରେ ବନ୍ଧୁକର ଟ୍ରିଗର୍ ଦବାଇଦେଲେ , ଓ ଆମ୍ବଲେ ସେଠାରେ ଟଳି ପଡିଲେ ସେମିତି ତୁକାରାମ ଅନ୍ତିମ ନିଶ୍ୱାସ ତ୍ୟାଗ କରିବା ଯାଏଁ କେବଳ ବ୍ୟାରେଲ୍ ଧରିଥିଲେ,  ଯାହା ଦ୍ୱାରା କସାବର ଗୁଳି ନଚଲାଇପାରୁ , ଏହି ପୁରା ଘଟଣା ଆମ୍ବଲେ ସେହି ସମୟରେ ସହିଦ ହୋଇଗଲେ , ଓ ତାଙ୍କର କାରଣରୁ ପୋଲିସ୍ ପାକିସ୍ଥାନୀ ଆତଙ୍କୀ କସାବକୁ ଧରିବାରେ ସଫଳ ହୋଇଥିଲେ ।

Leave a Reply

Your email address will not be published. Required fields are marked *