September 11, 2024

Odia Express

Leading Odia News Portal of Odisha

ପୁଣି ଚର୍ଚ୍ଚାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ,ରେଭେନ୍ସା ୟୁନିଭର୍ସିଟି ନାଁ ପରିବର୍ତ୍ତନ ନେଇ ଯୁକ୍ତି ବାଢ଼ିଲେ ଧର୍ମେନ୍ଦ୍ର

The Minister of State for Petroleum and Natural Gas (Independent Charge), Shri Dharmendra Pradhan addressing a press conference, in New Delhi on November 09, 2016.

ବଦଳିବା ଦରକାର କି ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ? ଓଡ଼ିଆ ଅସ୍ମିତାକୁ ଆହତ କରୁଛି କି ବ୍ରିଟିଶ ଅଧିକାରୀଙ୍କ ନାଁ ? କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମତକୁ ନେଇ ତେଜିଲା ବିବାଦ । ରେଭେନ୍ସା। ଓଡ଼ିଶାରେ ଉଚ୍ଚଶିକ୍ଷାର ଅନ୍ତୁଡ଼ିଶାଳ । ୧୮୬୮ରେ କଟକରେ ସ୍ଥାପିତ ରେଭେନ୍ସା କଲେଜ ନାମିତ ହୋଇଥିଲା ତତ୍କାଳୀନ ବ୍ରିଟିଶ କମିଶନର ଥୋମାସ୍ ଏଡୱାର୍ଡ ରେଭେନ୍ସାଙ୍କ ନାଁ ଅନୁସାରେ । ଇଏ ସେଇ ଟି.ଇ. ରେଭେନ୍ସା, ଯାହାଙ୍କ ସମୟରେ ୧୮୬୬ରେ ଓଡ଼ିଶାରେ ପଡ଼ିଥିଲା କୁଖ୍ୟାତ ୯ ଅଙ୍କ ଦୁର୍ଭିକ୍ଷ

ତେବେ ଏହା ମଧ୍ୟରେ କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ଜରୁରୀ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଯେଉଁ ରେଭେନ୍ସା ସାହେବଙ୍କ ସମୟରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା ତାଙ୍କ ନାମରେ ରେଭେନ୍ସା ରହିବା ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ । ବୁଦ୍ଧିଜୀବୀମାନେ ଏନେଇ ପ୍ରଶ୍ନ ଉଠାଇବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟ ପରେ ଏବେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ସାମନାକୁ ଆସିଛି। ରେଭେନ୍‌ସାର ପୁରାତନ ଛାତ୍ରୀ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡକ୍ଟର ସଂଗୀତା ରଥ କହିଛନ୍ତି ଯେ ରେଭେନ୍‌ସାଙ୍କ ସମୟରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା। ସେଥିପାଇଁ ସେ ପରବର୍ତ୍ତୀ ସମୟରେ ଅନୁତାପ କରି ବହୁ ଶିକ୍ଷାନୁଷ୍ଠାନ ନିର୍ମାଣର ପଦକ୍ଷେପ ନେଇଥିଲେ। କିନ୍ତୁ ରେଭେନ୍‌ସା ନାମ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ। ଯଦି ଅସ୍ମିତାର କଥା କହି ନାମ ପରିବର୍ତ୍ତନ କରାଯିବା ପ୍ରସଙ୍ଗ ଉଠୁଛି ତେବେ ରେଭେନ୍‌ସା ଦ୍ବିତୀୟ କ୍ୟାମ୍ପସର ନାମ କୌଣସି ବରପୁତ୍ରଙ୍କ ନାମରେ ନାମିତ କରାଯାଉ।