September 11, 2024

Odia Express

Leading Odia News Portal of Odisha

ବିମାନବନ୍ଦରରୁ ୮୭ କେଜି ସୁନା, ୨ କ୍ୱିଣ୍ଟାଲ ରୁପା ଜବତ କଲା ସିଟି-ଜିଏସ୍‌ଟି ସ୍କ୍ୱାଡ୍‌

ଭୁବନେଶ୍ୱର ଏୟାରପୋର୍ଟ ନିକଟରୁ ଜବତ ହେଲା ୮୦ କେଜି ସୁନା, ୧ କ୍ୱିଣ୍ଟାଲ ରୁପା । ସୂଚନା ଅନୁସାରେ ଏକ ଟଙ୍କା ବୁହା ଗାଡ଼ିରୁ ୮୦ କେଜି ସୁନା, ୧ କ୍ୱିଣ୍ଟାଲ ରୁପା ଜବତ ହୋଇଛି । ଦୁଇଟି ଗାଡ଼ିରେ ଆସୁଥିବା ବେଳେ ଧରିଲେ ସିଟି-ଜିଏସ୍‌ଟି ସ୍କ୍ୱାଡ୍‌!ଜବତ ସୁନା ରୁପାର ଆନୁମାନିକ ମୂଲ୍ୟ ୬୦ କୋଟି ଟଙ୍କାରୁ ଅଧିକ ହେବ । ବିମାନବନ୍ଦର ବାହାରେ ବିଭିସି ଲଜିଷ୍ଟିକସ୍ ଓ ନିୟୁଜ୍ ଏୟାର ସର୍ଭିସ ଲଜିଷ୍ଟିକସ୍ ର ୨ଟି ଗାଡ଼ିରେ ୧୦ଟି ଟ୍ରଙ୍କ୍ ରେ ଏହି ସବୁ ସୁନା ଓ ରୁପା ଚାଲାଣ ହେଉଥିବା ବେଳେ ଚଢଉ ହୋଇଥିଲା ।

ଜବତ ସୁନା ରୁପାକୁ ବାଣୀବିହାର ସ୍ଥିତ ସିଟି ଆଣ୍ଟ GST କାର୍ଯ୍ୟାଳୟକୁ ନିଆଯାଇଥିଲା । ସୁରକ୍ଷା ଦୃଷ୍ଟି କୋଣରୁ ଜବତ ସୁନା ଓ ରୁପାକୁ ସରକାରୀ ଟ୍ରେଜେରିରେ ରଖାଯିବ ବୋଲି ଜଣାପଡ଼ିଛି । ତଦନ୍ତ ବେଳେ ସୁନା ରୁପା କିଣାବିକାର ବିଲ ଦେଖେଇ ପାରିନଥିଲେ । କିଏ କେଉଁଠୁ କଣ ପାଇଁ ସୁନା ଆଣିଛି ସେ ନେଇ ତଦନ୍ତ ଚାଲିଛି!ତେବେ କେଉଁଠାରୁ ଏହି ସୁନା ଆସୁଥିଲା ? ଏତେ ପରିମାଣର ସୁନା, ରୁପା କାହାର ସ୍ପଷ୍ଟ ହୋଇପାରି ନାହିଁ । ୨ଟି ଗାଡ଼ିରେ ଥିବା ୪ ଜଣଙ୍କୁ ସିଟି-ଜିଏସଟି ଟିମ୍ ପଚରାଉଚରା ଚଳାଇଛି ।

ବ୍ୟାଙ୍କରେ ଟଙ୍କା  ଲୋଡ୍ ହେଉଥିବା ଗାଡିରେ  ସୁନା ଚାଲାଣ ନେଇ ସୂଚନା ମିଳିଥିଲା। ସୂଚନା ଅନୁସାରେ, ୧୨ରୁ ଅଧିକ ଦୋକାନକୁ ଯାଉଥିଲା। ପ୍ୟାକେଟ ଭିତରେ ସୁନା ଅଳଙ୍କାର ଥିଲା । ଆବଶ୍ୟକୀୟ ଡକୁମେଣ୍ଟ ଦେଖାଇ ନ ପାରିବାରୁ  ଜିଏସଟି ଅଟକ ରଖିଛି। ସୁନା ଓ ରୂପା କାରବାରକୁ ଧରିବା ପାଇଁ ସିଜିଏସଟି ଟିମ୍  ସକାଳ ୬ଟାରୁ ଜଗିଥିଲା । ଡେଲିଭରି କାର୍ଟୁନଗୁଡିକୁ  ପୁଲିସ ହେପାଜତରେ ଆଣି ରଖାଯାଇଛି। ଲଜିଷ୍ଟିକର  ଓଜନ ହିସାବରେ ସୁନା ୧୦ଟି ଟ୍ରଙ୍କରେ ରଖାଯାଇଛି । ଏଥିରେ ୮୭ କିଲୋ ସୁନା ବୋଲି ଉଲ୍ଲେଖ ଅଛି