September 11, 2024

Odia Express

Leading Odia News Portal of Odisha

ଓଡ଼ିଶା ଉପରେ ସିରିଜ ଘୂର୍ଣ୍ଣିବଳୟ ଆଗାମୀ ୫ଦିନ ପ୍ରବଳ ବର୍ଷା,ଏହି ସବୁ ଜିଲ୍ଲା ପାଇଁ ଆର୍ଲଟ ଜାରି

ଓଡ଼ିଶା ଉପରେ ସିରିଜ ଘୂର୍ଣ୍ଣିବଳୟ । ଦକ୍ଷିଣ ବାଂଲାଦେଶ ଓ ତତସଲଗ୍ନ ଅଂଚଳରେ ସକ୍ରିୟ ରହିଛି ସଦୃଶ ଲଘୁଚାପ ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ବାଲେଶ୍ୱର,ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଏହି ଘୂର୍ଣ୍ଣିବଳୟ ରହିବ। ଏହା ପ୍ରଭାବରେ ୨୩ରୁ ଉତ୍ତର ଓଡ଼ିଶାରେ ବର୍ଷା ହେବ। ଦିନବେଳା ଖରା ହେଉଥିବାରୁ ଅପରାହ୍ନରେ ଘଡ଼ଘଡ଼ି ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି । ରାଜ୍ୟରେ ଆହୁରି ୪ ଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହ ୨୩ ତାରିଖ ଦିନ ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ୭ରୁ ୧୧ ସେମି ଯାଏଁ ବର୍ଷା ସମ୍ଭାବନ ଜାରି ରହିଛି। ୨୪,୨୫ ଓ ୨୬ ତାରିଖରେ ପ୍ରବଳ ବର୍ଷିବ।

ଓଡ଼ିଶା ଉପରେ ସିରିଜ ଘୂର୍ଣ୍ଣିବଳୟ । ବର୍ତ୍ତମାନ ଦକ୍ଷିଣ ବାଂଲାଦେଶ ଓ ତତସଲଗ୍ନ ଅଂଚଳରେ ସକ୍ରିୟ ରହିଛି ସଦୃଶ ଲଘୁଚାପ । ଏହା ଉତ୍ତର ଦିଗକୁ ଗତି କରୁଥିବା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇପାରେ,ମୌସୁମୀ ସକ୍ରିୟ ସହ ଝାଡ଼ଖଣ୍ଡ ଓ ତାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହା ଆଗକୁ ଘନୀଭୂତ ହୋଇପାରେ ବୋଲି ଆକଳନ କରିଛି ବିଭାଗ

ଆସନ୍ତା ୨୪ ଘଣ୍ଟାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ବରଗଡ଼, ସମ୍ବଲପୁର, ଦେବଗଡ ,ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା ,ଭଦ୍ରକ, ମୟୁରଭଞ୍ଜ , ଯାଜପୁର, କଟକ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଓ ବାଲେଶ୍ୱରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ