September 12, 2024

Odia Express

Leading Odia News Portal of Odisha

ଭାଇରାଲ ଜ୍ୱର ହେଲେ କଣ କରିବେ,କଣ କରିଲେ ଆପଣ ଭାଇର ଜ୍ୱର ରୁ ଦୂର ରେ ରହିବେ

ଭାଇରାଲ ଜ୍ୱର ଏକ ସାଧାରଣ ସମସ୍ୟା। କିନ୍ତୁ ଅନେକାଂଶ ଲୋକଙ୍କ କ୍ଷେତ୍ରରେ ସେମାନେ ଡାକ୍ତରଙ୍କୁ ନ ଦେଖେଇ ନିଜ ମନ ମୁତାବକ ମେଡ଼ିସିନ ଷ୍ଟୋରରୁ ଔଷଧ ଆଣି ସେବନ କରି ଥାଆନ୍ତି। ଔଷଧ ଦୋକାନରୁ ଆଣି ଖାଉଥିବା ଆଣ୍ଟିବାୟୋଟିକ୍ ଦ୍ୱାରା ଆଣ୍ଟିବାୟୋଟିକ୍ ରେଜିଷ୍ଟାଣ୍ଟ ହୋଇଯାଇଥାଏ। କିଛି ଲୋକଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ଜନିତ କିଛି ଅଲଗା ସମସ୍ୟା ଥିଲେ ଭାଇରାଲ ଜ୍ୱର ହେବା ସ୍ବଭାବିକ ଅଟେ। ତାହା ହେଉଛି ଶ୍ବାସ ରୋଗ ଥିଲେ , ଭାଇରାଲ ଜ୍ୱର ହେଉଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ଇତ୍ୟାଦି।

ଭାଇରାଲ ଜ୍ୱର ହେଲେ ଶ୍ବାସନଳୀର ଉପର ଅଂଶରେ ଏହା ସଂକ୍ରମିତ ହୋଇତ୍ଯାଏ। ଯାହାଫଳରେ ଆମେ କାଶିଲେ କି ଛିଙ୍କିଲେ ଏହା ଛୋଟ ଛୋଟ କଣିକା ଭାବରେ ବାହାରକୁ ଆସି ସଂକ୍ରମିତ ହୋଇ ନ ଥିବା ବ୍ୟକ୍ତିର ଶ୍ବାସରେ ଚାଲିଯାଏ। ଫଳରେ ତାଙ୍କୁ ମଧ୍ୟ ଏହି ଭାଇରାଲ ଜ୍ୱର ହୋଇଯାଏ। ଏହି ଭାଇରସ ସଂକ୍ରମିତ ହେଲେ ଏହାର ଲକ୍ଷଣ ଭାବରେ ଜ୍ୱର ହୁଏ। କିଛି ଭାଇରସ ସଂକ୍ରମଣ ବହୁତ ଭୟଙ୍କର ହୋଇଥାଏ ଏବଂ ଆଉ ଅନ୍ୟ ଗୁଡ଼ିକ ସାଧାରଣ ଲକ୍ଷଣ ଦେଖାଇ ଥାଆନ୍ତି। କୋଭିଡ ଭାଇରସ, ଇନଫ୍ଲୁଏଞ୍ଜା ଭାଇରସ , ଡେଙ୍ଗୁ ଭାଇରସ ଆଦି କିଛି ଭାଇରସ ଅତ୍ୟନ୍ତ ମାରାତ୍ମକ ଅଟେ।

ଭାଇରାଲ ଜ୍ୱର ସାଧାରଣତଃ ଗୋଟିଏ ସପ୍ତାହ ପାଇଁ ଶରୀରରେ ରହିଥାଏ। ପ୍ରତି ଭାଇରାଲ ଜ୍ୱର ପାଇଁ ଲକ୍ଷଣଭିତ୍ତିକ ଚିକିତ୍ସା ଆବଶ୍ୟକ। ଡ଼ାକ୍ତରଙ୍କ ପରାମର୍ଶ ସହିତ ଔଷଧ ଖାଇବା ଆବଶ୍ୟକ। ଏଥିରେ ଆଣ୍ଟିବାୟୋଟିକ୍ ଖାଇବା ଉଚିତ ନୁହେଁ। ଆଣ୍ଟିବାୟୋଟିକ୍ ସାଧାରଣତଃ ବ୍ୟାକ୍ଟେରିଆ ଜନିତ ରୋଗ ହେକେ ଡାକ୍ତର ସେବନ କରିବାକୁ ଦେଇ ଥାଆନ୍ତି। ଭାଇରାଲ ଜ୍ୱରରେ ଆଣ୍ଟିବାୟୋଟିକ୍ ଖାଇ ଦେଲେ ଶରୀର ଆଣ୍ଟିବାୟୋଟିକ୍ ରେଜିଷ୍ଟାଣ୍ଟ ହୋଇଯାଏ। ତେବେ ଦରକାର ସମୟରେ ଆମେ ଆଣ୍ଟିବାୟୋଟିକ୍ ଖାଇଲେ କୌଣସି ଲାଭ ହୁଏ ନାହିଁ।

ଡେଙ୍ଗୁରେ ଅତ୍ୟଧିକ ବାନ୍ତି, ଦେହରେ ନାଲି ପଡିଯିବା, କଲା ଝାଡା ହେବା ଇତ୍ୟାଦି ହେଉଛି ଏହାର ଲକ୍ଷଣ। ସେହିପରି କୋଭିଡରେ ଅମ୍ଳଜାନ ପରିମାଣ ମୋଇ ଦେବା ଦ୍ବାରା ରୋଗ ହୋଇଛି କି ନାହିଁ ତାହା ଜଣା ପଡିଯାଏ। ଏହି ସବୁ କ୍ଷେତ୍ରରେ ପାଚନ ଶକ୍ତି କମିଯାଏ। ତେଣୁ ଏହାର ଉପଚାର ପାଇଁ ଔଷଧ ଖାଇବା ସହିତ ଅଧିକରୁ ଅଧିକ ପାଣି କିମ୍ବା ଓଆରଏସ ପାଣି ପିଇବା ଆବଶ୍ୟକ।