September 12, 2024

Odia Express

Leading Odia News Portal of Odisha

ସୁଭଦ୍ରା ଯୋଜନାରେ ମିଳିବ ୧୦ ହଜାର ଟଙ୍କା ! ଆସିଲା SOP କାହାକୁ ମିଳିବ , କାହାକୁ ମିଳିବନି ସୁଭଦ୍ରା ଯୋଜନା

ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟର ପ୍ରତି ମହିଳାମାନଙ୍କୁ ଏକ ବଡ଼ ଖୁସି ଖବର ଦିଆଯାଇଛି । ବିଧାନସଭାରେ ଆଜି ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାର ଯୁବତୀ ତଥା ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଏସଓପି ଜାରି କରାଯାଇଛି । ଏହି ଯୋଜନାରେ ରାଜ୍ୟର ପ୍ରାୟ ୧ କୋଟିରୁ ଅଧିକ ମହିଳା ଲାଭବାନ୍ ହୋଇପାରିବେ । ତେବେ କେଉଁମାନଙ୍କୁ ମିଳିବ ଏହି ଯୋଜନାର ଫାଇଦା? କେଉଁମାନଙ୍କୁ ଯୋଜନାରୁ ବାଦ୍ ଦେବେ ସରକାର? କେବେଠାରୁ ଆରମ୍ଭ ହେବ ଏହି ଯୋଜନା?

ବିଧାନସଭାରେ ଆସିଲା ‘ସୁଭଦ୍ରା’ ଯୋଜନାର SOP । ଏସ୍ଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲି କ୍ୟାବିନେଟ୍‌ରେ ସୁଭଦ୍ରା ଯୋଜନାର SOP ପାରିତ ହେବା ପରେ ଆଜି ଗୃହରେ ଆସିଲା ଏସ୍‌ଓପି । ମୋହନଙ୍କ ସୂଚନା ଅନୁସାରେ, ୨୧ରୁ ୬୦ ବର୍ଷର ମହିଳାଙ୍କୁ ଏହି ଯୋଜନା ମିଳିବ । ଖାସ୍‌ କରି ୨୧ ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ ଦଫାରେ ୫ ହଜାର ଟଙ୍କା ଯିବ । ତେବେ ଏହି ଟଙ୍କା ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ବୋଲି କୁହାଯାଇଛି । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ସୁଭଦ୍ରା ଯୋଜନାରେ ଟଙ୍କା ଦିଆଯିବ

ସୁଭଦ୍ରା ଯୋଜନା ପାଇଁ କିଭଳି ଆବେଦନ କରିବେ କହିଲେ ସରକାର । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିହେବ । ସେହିପରି ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ରରେ ମଧ୍ୟ ମହିଳାମାନେ ଆବେଦନ କରିପାରିବେ । ଏସବୁ ଜାଗାରେ ମାଗଣାରେ ଫର୍ମ ମିଳିବ। ସୁଭଦ୍ରା ପାଇଁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି

ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା ପାଇବେନି ସୁଭଦ୍ରା ସହାୟତା । ସେହିପରି ସରକାରୀ ଚାକିରି କରୁଥିବା ମହିଳା, ଆୟକର ପ୍ରଦାନ କରୁଥିବା ମହିଳା, ଅନ୍ୟ ସରକାରୀ ଯୋଜନାରେ ସହାୟତା ପାଉଥିବା ମହିଳାମାନଙ୍କୁ ମିଳିବନି ସୁଭଦ୍ରା ସହାୟତା । ମାସିକ ୧୫ଶହ ବା ବାର୍ଷିକ ୧୮ ହଜାର ପାଉଥିଲେ ବି ମିଳିବନି ‘ସୁଭଦ୍ରା’ ଟଙ୍କା ।