September 12, 2024

Odia Express

Leading Odia News Portal of Odisha

ପିଆଜ କିଲୋ ୫୦୦ ଟଙ୍କା ହେଲେ ମଧ୍ୟ ଏ ଗାଁ ଲୋକଙ୍କର ଅସୁବିଧା ନାହିଁ ,୪୫ ବର୍ଷରୁ ଅଧିକ ହେଲାଣି ଏହି ଗାଁରେ ପଶିନି ରସୁଣ ପିଆଜ

ପିଆଜ ଓ ରସୁଣର ମୂଲ୍ୟ ବୃଦ୍ଧି ଏବଂ ହ୍ରାସ ନେଇ ସବୁବେଳେ ଚର୍ଚ୍ଚା । କୁହାଯାଏ, ଗରିବଙ୍କ ଘରେ ପ୍ରତ୍ୟେକ ଦିନ ପିଆଜ ଦରକାର ପଡ଼ିଥାଏ । ପିଆଜ ଓ ରସୁଣ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ତଥାପି ଏମିତି ଏକ ଗାଁ ଅଛି ଯେଉଁଠି ବର୍ଷ କି ଦୁଇ ବର୍ଷ ନୁହେଁ ୪୫ ବର୍ଷରୁ ଅଧିକ ଦିନ ହେଲାଣି ଲୋକେ ପିଆଜ ରସୁଣ ଖାଇନାହାନ୍ତି । ଏମିତି କି ଏହାକୁ ଘରକୁ କିଣି ଆଣିବାକୁ ବି ଭୟ କରିଥାନ୍ତି ।

ପିଆଜ ରସୁଣ ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇଥାଏ । ଏହାର ମୂଲ୍ୟ ବଢିବା ଓ କମିବା ହେତୁ ସବୁବେଳେ ବେଶ୍ ଚାହିଦା ରହିଥାଏ । ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଗତ ୪୦ ରୁ ୪୫ବର୍ଷ ମଧ୍ୟରେ ରସୁଣ ଏବଂ ପିଆଜ ବ୍ୟବହାର କରାଯାଇ ନାହିଁ । ଲୋକମାନେ ଗାଁରେ ଉପସ୍ଥିତ ଥିବା ସମସ୍ତ ଘରେ ରସୁଣ–ପିଆଜ ଖାଇବା ଠାରୁ ଦୂରତା ରଖନ୍ତି । ଏହାର ଏତେ ଭୟ ଅଛି ଯେ ସେମାନେ ଏହାକୁ ବଜାରରୁ କିଣନ୍ତି ନାହିଁ ।

ଗାଁର ଲୋକମାନେ କୁହନ୍ତି ଯେ, ପ୍ରାୟ ୪୦ରୁ୫୦ ବର୍ଷ ପୂର୍ବେ ଲୋକମାନେ ଏହି ଗାଁରେ ପିଆଜ–ରସୁଣ ଖାଇବା ବନ୍ଦ କରିଦେଇଥିଲେ । ସେବେଠୁ ଏହାକୁ ପରମ୍ପରା ଭାବେ ଅନୁସରଣ କରିଆସୁଛନ୍ତି ଗାଁ ଲୋକେ । ଗାଁରେ ଠାକୁରବାଡି ମନ୍ଦିର ଅଛି, ଯାହାକି ବହୁ ବର୍ଷ ପୁରୁଣା ଏବଂ ଏହି ମନ୍ଦିର ଯୋଗୁଁ ଲୋକମାନେ ରସୁଣ–ପିଆଜଠାରୁ ଦୂରେଇ ରହିଛନ୍ତି ।

ଯେତେବେଳେ କିଛି ଲୋକ ଏହି ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେମାନଙ୍କ ଘରେ ଅନେକ ଅଘଟଣ ଘଟିଥଲା । ଏହି ଘଟଣା ପରେ ଏଠାକାର ଲୋକମାନେ ରସୁଣ–ପିଆଜ ଖାଇବା ବନ୍ଦ କରିବା ସହ ମାଂସ ଏବଂ ମଦ୍ୟପାନକୁ ମଧ୍ୟ ନିଷେଧ କରିଥିଲେ । ସେବେଠୁ ଗାଁରେ ଏହି ପରମ୍ପରା ଚାଲିଆସୁଛି ।ଏହି ଗାଁରେ ପ୍ରାୟ ୩୦ ରୁ ୩୫ ଟି ଘର ରହିଛି । ଏଠାରେ ବସବାସ କରୁଥିବା ସମସ୍ତଙ୍କ ଘରେ ପିଆଜ ଏବଂ ରସୁଣ ଖାଇବା ପୁରା ନିଷେଧ । ପିଆଜ ଖାଇବା କଥା ଛାଡ଼ନ୍ତୁ, ଏ ଗ୍ରାମର ବାସିନ୍ଦା ନିରୋଳା ନିରାମିଷାଶୀ ହୋଇଥିବାରୁ ରସୁଣ ଓ ମଦ ମଧ୍ୟ ଛୁଅନ୍ତି ନାହିଁ।

ଗ୍ରାମର ବୟସ୍କମାନେ କହନ୍ତି ଅନେକ ଶତାବ୍ଦୀ ହେଲା ଏ ଗାଁର କୌଣସି ବ୍ୟକ୍ତି ପିଆଜ କି, ରସୁଣ ଖାଇ ନାହାନ୍ତି।ଗାଁ ଲୋକ କହିଛନ୍ତି କି ପିଆଜ ମୂଲ୍ୟ କେତେ ତାହା ମଧ୍ୟ ଗ୍ରାମର କୌଣସି ଲୋକ ଜାଣି ନ ଥିବେ।

ପିଆଜ ଖାଇବାରୁ ଅତୀତରେ କେତେକ ଗ୍ରାମବାସୀ ଦୁର୍ଘଟଣାଗ୍ରସ୍ତ ହେଲେ। ଆଉ କୌଣସି ଗ୍ରାମବାସୀ କଦାପି ପିଆଜ ଖାଇବେ ନାହିଁ ବୋଲି ସେବେଠାରୁ ନିଷ୍ପତ୍ତି ନେଇଛନ୍ତି।ଏଥିପାଇଁ ଗ୍ରାମବାସୀମାନେ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ବି ପ୍ରଥା ତେଜନ୍ତି ନାହିଁ। ଯଦି ଗ୍ରାମର କୌଣସି ଲୋକ ବାହାରକୁ ଯାଏ, ପିଆଜ ରସୁଣ ବ୍ୟବହାର କରାଯାଉ ନ ଥିବା ସ୍ଥାନରେ ଖାଦ୍ୟ ଖାଏ।