September 11, 2024

Odia Express

Leading Odia News Portal of Odisha

କିଡନୀ ସୁସ୍ଥ ରଖିବେ କିପରି ,କେଉଁ ଖାଦ୍ୟ ଖାଇଲେ କିଡନୀ ଖରାପ ହେବନାହିଁ

ମନୁଷ୍ୟ ସୁସ୍ଥ ରହିବା ଲାଗି ନିଜ ଶରୀରର ଯତ୍ନ ନେବା ନିହାତି ଆବଶ୍ୟକ। ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ହେଉ କି ବାହ୍ୟ ଅଙ୍ଗ ସବୁର ଯତ୍ନ ନେବା ଦରକାର। ମନୁଷ୍ୟ ଶରୀରର ଏକ ଅଭିନ୍ନ ଏବଂ ଦରକାର ଆଭ୍ୟନ୍ତରୀଣ ଅଙ୍ଗ ହେଉଛି କିଡନୀ। ତେବେ ଏହାର ଭୂମିକା ପ୍ରତ୍ୟେକ ମନୁଷ୍ୟ ଶରୀର ପାଇଁ ଏକାନ୍ତ ଦରକାରୀ ଅଟେ। କିଡନୀକୁ ସର୍ବଦା ପରିଷ୍କାର ରଖିବା ଦରକାର। ତେଣୁ ସବୁବେଳେ ନିଜର ମୂତ୍ରନଳୀକୁ ପରିଷ୍କାର କରିବାକୁ ଚେଷ୍ଟା କରିବା। ଜଣେ ବ୍ୟକ୍ତି ନିଜର ଉତ୍ତମ ସ୍ୱାସ୍ଥ୍ୟ ଲାଗି ୩୫ ଗ୍ରାମ ପ୍ରତି ୧ କେଜି ଶରୀର ଓଜନ ପିଛା କାର୍ବୋହାଇଡ୍ରେଟ୍ ଖାଇବା ଦରକାର ଯାହାକି ରୁଟି,ଭାତ , ଚୁଡା, ସାଗୁ ଆଦିରେ ରହିଛି। ଏହା ବ୍ୟତୀତ ପ୍ରୋଟିନ ପାଇଁ ୧ ଗ୍ରାମ ପ୍ରତି ୧ କେଜି ଶରୀର ଓଜନ ପିଛା ନେବା ଆବଶ୍ୟକ।

ଅଣ୍ଡାର ଧଳା ଅଂଶ ହେଉଛି ଆଲବୁମିନ୍ ପ୍ରୋଟିନ ଯାହାକି ଶରୀରକୁ ପ୍ରୋଟିନ ଦେଇଥାଏ। ଏହାର ଅଭାବରେ ମୁହଁ ,ପାଦ, ଆଖି ଇତ୍ୟାଦି ଫୁଲିଯିବ। ଶରୀରରୁ ପାଣି ଠିକ ଭାବରେ ନିଷ୍କାସିତ ହେବନି ଏବଂ ଏଥିପାଇଁ ଅଣନିଶ୍ୱାସୀ ଲାଗିବ। ତେଣୁ ଯଦି କିଡନୀ ଅସୁବିଧା ଦେଖା ଦେଉଛି ତେବେ ଅଧିକ ୫୦୦ ମିଳିଲିଟର ପାଣି ନେଇ ପାରିବେ ଏବଂ ଲୁଣର ପରିମାଣ ସବୁ ଖାଦ୍ୟରେ କମ୍ ରଖିବା ସହିତ ୨୫୦ ଗ୍ରାମର କ୍ଷୀର ପିଅନ୍ତୁ। ଏହା ବ୍ୟତୀତ କିଛି ପରିବା ଯେପରି ପୋଟଳ, କଲରା, କାଙ୍କଡ଼ ଇତ୍ୟାଦିର ମଞ୍ଜି କାଢି ଦେଇ ଏହାପରେ ରୋଷେଇ କରି ଖାଇବା ଦରକାର। କାହିଁକି ନା ଏହା ଶରୀରରେ ଫସଫରସ୍ ପରିମାଣ ବଢ଼ାଇ ଦେଇଥାଏ।

ଚିକେନ୍ ମଟନ ନ ଖାଇ ଏହା ବଦଳରେ ୩୦ ଗ୍ରାମ (୬ ଚାମଚ) ପ୍ରୋଟିନ ଜାତୀୟ ଚଣା ତରକାରୀ, ରାଜମା କିମ୍ବା ସୋୟାବିନ ବଡି ଖାଇବା ଆବଶ୍ୟକ। ଶରୀରରୁ ପୋଟାସିୟମ ପରିମାଣ କମାଇବା ପାଇଁ ପାଳଙ୍ଗ, ପୋଇ, ସଜନା ଶାଗ ନ ଖାଇବା ଭଲ। ଏହା ବ୍ୟତୀତ ବିଭିନ୍ନ ଫଳ ନ ଖାଇବା ଏବଂ ପିଇଡ଼ ପାଣି ସମ୍ପୂର୍ଣ୍ଣ ଭାବରେ ପିଇବା ଉଚିତ ନୁହେଁ। ଅନ୍ୟପକ୍ଷରେ ମଞ୍ଜି ,ଚୋପା କାଢି ଗରମ ପାଣିରେ ପକାଇ ଏହାପରେ ରନ୍ଧା ଖାଦ୍ୟରେ ବ୍ୟବହାର କଲେ ତାହା ମଧ୍ୟ ଶରୀର ଉପଯୋଗୀ ହୋଇଥାଏ।