September 12, 2024

Odia Express

Leading Odia News Portal of Odisha

ଝାଳ ଦ୍ୱାରା ଶରୀର ରେ କେଉଁ ଆଲର୍ଜି ସବୁ ହୁଏ,ଏଥିରୁ ରକ୍ଷା ପାଇବେ କିପରି

ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଝାଳ ବୋହିବା ଏକ ଏପରି ସମସ୍ୟା ଯାହାକି ତ୍ୱଚାକୁ ଖରାପ କରି ଦେଇଥାଏ। ଲଗତାର ଭାବରେ ମୁହଁରୁ ଝାଳ ବାହାରିଲେ ଏହା ରିଆକ୍ସନ ହୋଇ ମୁହଁରେ ଫଳି ଯାଇଥାଏ। ଏହା ସମସ୍ତଙ୍କ ମୁହଁରେ ଦେଖାଯାଇ ନ ଥାଏ। ମାତ୍ର କିଛି ଲୋକମାନଙ୍କର ଝାଳ ସେମାନଙ୍କ ଶରୀରର ଚର୍ମ ସହିତ ଠିକ ଭାବରେ ଖାପଖୁଆଇ ପାରେ ନାହିଁ।

ସେହି ଲୋକମାନଙ୍କ ଶରୀରରେ କିଛି ଅଲଗା ଅଂଶ ଥିଲେ କିମ୍ବା ଗର୍ଭବତୀ ଅସୁବିଧା ହେଉଥିଲେ ଏହି ଅସୁବିଧା ହୁଏ। ସେମାନଙ୍କର କାଖ ସନ୍ଧି, ଗୋଡ଼ ସନ୍ଧି କିମ୍ବା ଶରୀରରେ ଅନ୍ୟ କିଛି ସ୍ଥାନରେ ଏହି ଆଲର୍ଜି ଦେଖାଯାଏ। ଖରା ଦିନରେ ସେମାନଙ୍କ ଶରୀରରେ ଲାଲ ଲାଲ ପଡ଼ି ଫଳି ଯିବା ସହିତ ପ୍ରବଳ ମାତ୍ରାରେ କୁଣ୍ଡେଇ ହୋଇଥାଏ।

ଏହା ଯେକୌଣସି ବୟସର ଲୋକଙ୍କ କ୍ଷେତ୍ରରେ ଦେଖାଯାଏ। ଯଦି କେଉଁ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ହୁଏ ତେବେ ସେ ଏହା କିପରି ନ ହେବ ସେ ସମ୍ପର୍କରେ ପଦକ୍ଷେପ ନେବା ଜରୁରୀ ଅଟେ। ଏହାର ପ୍ରଥମ ପ୍ରତିକାର ହେଉଛି ନିୟମିତ ଭାବରେ ଧୋଇ ହେବା ଏବଂ ଗାଧୋଇବା ସହିତ ନିଜର ଭିତର ବସ୍ତ୍ରକୁ ଅଧିକ ସମୟ ନ ପିନ୍ଧିବା। ନିଜର ଅନ୍ତ ବସ୍ତ୍ରକୁ ଦିନକୁ ୨ ଥର ପରିବର୍ତ୍ତନ କରନ୍ତୁ। ଯେଉଁ ପୋଷକ ଭଲ ଭାବରେ ଶୁଖି ନାହିଁ, ତାକୁ ବ୍ୟବହାର କରନ୍ତୁ ନାହିଁ।

ଏହା ଦ୍ୱାରା କୌଣସି ଭୟଙ୍କର ଅସୁବିଧା ନ ହେଲେ ମଧ୍ୟ ଏହାକୁ ସିରିୟସ ଭାବରେ ଗ୍ରହଣ କରି ଏହାର ଉପଚାର କରିବା ଦରକାର। ଖରା ବର୍ଷା ଶୀତ ଅଲଗା ଅଲଗା ସମୟରେ ଏହା ଦେଖା ଯାଇଥାଏ। ତେଣୁ ସଫା ଶିଖୁଲା ପୋଷାକ ପିନ୍ଧନ୍ତୁ। ଏହା ବ୍ୟତୀତ ଔଷଧୀୟ ଝାଳକୁ ଶୋଷି ନେଉଥିବା ପାଉଡର ବ୍ୟବହାର କରନ୍ତୁ। ଶରୀରର ସମସ୍ତେ ସ୍ଥାନରେ ଏହାକୁ ଭଲ ଭାବରେ ପକାଇ ଦିଅନ୍ତୁ। ଶରୀରକୁ ଠିକ ରଖନ୍ତୁ, ଧୋଇ ହୋଇ ସାରିଲା ପରେ ଭଲ ଭାବରେ ପୋଛି ହୁଅନ୍ତୁ। ଉପଯୁକ୍ତ ସ୍ଥଳେ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ଭାବେ ନିଅନ୍ତୁ।