September 12, 2024

Odia Express

Leading Odia News Portal of Odisha

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ,ରେଞ୍ଜରଙ୍କ ପାଇଖାନା ଫ୍ଲସ୍ ଭିତରେ ବିଡା ବିଡା ଟଙ୍କା

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର । ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ଢେଙ୍କାନାଳ କାଲଟାକ୍ସ ବାସ ଭବନରେ ଚାଲିଛି ଚଢାଉ ।ଟଏଲେଟ ଫ୍ଲସରୁ ୨ ବିଡ଼ା ନୋଟ୍ ଜବତ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଟିମ୍ ଦେଖି ଟଏଲେଟ୍ ଫ୍ଲସ୍ କୁ ଫିଙ୍ଗି ଥିଲେ ଟଙ୍କା ବିଡ଼ା । ବିଭୁଦାନନ୍ଦ ଭାଇଙ୍କ ବାସଭବନରେ ମଧ୍ୟ ଚାଲିଛି ଚଢ଼ାଉ !

ଆଜି ସକାଳୁ ସକାଳୁ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଚଢଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଢେଙ୍କାନାଳ ବାସଭବନ ସହ ଅନ୍ୟ ୭ଟି ସ୍ଥାନରେ ଚଢଉ କରିଛି ଭିଜିଲାନ୍ସର ଏକାଧିକ ଟିମ୍ । ତେବେ ଢେଙ୍କାନାଳ ସ୍ଥିତ ଘରେ ଚଢଉ ସମୟରେ ଭିଜିଲାନ୍ସ ଟିମକୁ ଏଭଳି ଏକ ଜାଗାରୁ ଟଙ୍କା ମିଳିଲା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ପୂର୍ବରୁ ଅଭିଯୋଗ ଥିଲା । କଟକ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଉଛି। ଏହି ଚଢ଼ାଉରେ ୭ ଜଣ DSP, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ ଜଣ ଇନ୍ସପେକ୍ଟର ସମେତ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ଚଢ଼ାଉ ବେଳେ ରେଞ୍ଜର ବିଭୁଦାନନ୍ଦଙ୍କର ଆଠଗଡ଼ରେ ଏକ ଫାର୍ମ ହାଉସ ଥିବା ଜଣାପଡ଼ିଛି ।

୮ ଏକର ବିଶିଷ୍ଟ ଏହି ଫାର୍ମ ହାଉସକୁ ପାର୍କ ଭଳି ସଜାଇଛନ୍ତି ରେଂଜର । ସେଠାରେ ରହିଛନ୍ତି ବହୁ ପରିମାଣର ଠେକୁଆ । ଢେଙ୍କାନାଳର ଏହା ବ୍ୟତୀତ ରତ୍ନବଜାରର ୨ଟିସ୍ଥାନ, ଆଠଗଡ଼ର ୨ଟିସ୍ଥାନ, ରସୁଲଗଡ଼ର ଗୋଟିଏ ସ୍ଥାନ, ଢେଙ୍କାନାଳ ସହରର ହାଟ ରୋଡ୍ ସ୍ଥିତ ଘର, ପୈତୃକ ଗାଁ ଖୁଣ୍ଟୁଣି ଓ କୁଞ୍ଜକଣ୍ଟ ସ୍ଥିତ ଅଫିସ ରହିଛିସବୁ ଘର ତନଖି କରୁଥିବାବେଳେ ୱାସ୍ ରୁମରେ ବି ଖୋଜାଖୋଜି କରିଥିଲେ ଅଧିକାରୀ ।

ତାଙ୍କୁ ପାଇଖାନା ଫ୍ଲସ୍ ଭିତରୁ ୫୦୦ଟଙ୍କିଆ ବିଡା ସବୁ ବାହାରିଥିଲା । ଚଢଉ ଭୟରେ ରେଞ୍ଜର ପାଇଖାନା ଫ୍ଲସରେ ଟଙ୍କା ଫିଙ୍ଗିଦେଇଥିବା କୁହାଯାଇଛି