September 12, 2024

Odia Express

Leading Odia News Portal of Odisha

ହାଡ ପାଇଁ ଆବଶ୍ୟକ କ୍ୟାଲସିୟମ,କେଉଁ ଖାଦ୍ୟ ଖାଇଲେ କ୍ୟାଲସିୟମ ଅଭାବ ଦୂର ହୋଇପାରିବ। 

Man with knee pain close up. Pain relief concept

କ୍ୟାଲସିୟମ ଏକ ଏପରି ପୋଷକ ଯାହାକି ମଣିଷ ଶରୀରର ହାଡ଼ ମଜବୁତ କରିବାରେ ଏକ ଭୂମିକା ନିର୍ବାହ କରିଥାଏ। ଯେଉଁ ଲୋକମାନେ କ୍ୟାଲସିୟମ ଅଭାବରେ ଥାଆନ୍ତି, ସେମାନଙ୍କ ଶରୀରରେ ହିମଗ୍ଲୋବିନ, ଭିଟାମିନ- ଡି ୩ ଏବଂ ଭିଟାମିନ – ବି ୧୨ ର ଅଭାବ ରହିଥାଏ।

ଶରୀରର ମଜବୁତ ଦାନ୍ତ ଏବଂ ମଜବୁତ ହାଡ଼ ପାଇଁ କ୍ୟାଲସିୟମ ନିହାତି ଜରୁରୀ ଅଟେ। ଏହା ବ୍ୟତୀତ ଶରୀରର ପ୍ରତ୍ୟେକ କୋଷକୁ ଏହା ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ଯଦି ସଠିକ ଭାବରେ କ୍ୟାଲସିୟମ୍ ଶରୀରରେ ନ ପହଞ୍ଚେ , ତେବେ ସେଲ୍ ଶରୀରରେ ଗଚ୍ଛିତ ଥିବା କ୍ୟାଲସିୟମକୁ ବ୍ୟବହାର କରିବା ଦ୍ୱାରା ଶରୀର ଧୀରେ ଧୀରେ ଦୁର୍ବଳ ହେବା ସହିତ ମଣିଷ ବଙ୍କା ହୋଇଯାଏ। ଫଳରେ ହାଡ଼ରେ କଷ୍ଟ ଅନୁଭବ ହେବା, ଅଷ୍ଟିଓପରୋସିସ୍ ଭଳି କିଛି ରୋଗ ମଧ୍ୟ ହୋଇଥାଏ। ତେଣୁ ଏହାର ଉପଚାର ପାଇଁ କ୍ୟାଲସିୟମ ଜାତ ଖାଦ୍ୟ ଖାଇବା ଏକାନ୍ତ ଆବଶ୍ୟକ।

ଲୋକଙ୍କ ପାଇଁ ଏକ ଉତ୍ତମ ହେଉଛି ଗାଈ କ୍ଷୀର ଏବଂ କ୍ଷୀରରେ ତିଆରି ଖାଦ୍ୟ ଯାହାକି ମଣିଷ ଶରୀରରକୁ ପ୍ରଚୁର ମାତ୍ରାରେ କ୍ୟାଲସିୟମ୍ ଯୋଗାଇଥାଏ ଏବଂ ଶିଶୁମାନଙ୍କ ଶରୀରରେ ଗ୍ରୋଥ କରିଥାଏ। ଏହା ବ୍ୟତୀତ ସବୁଜ ପନିପରିବା, ପାଳଙ୍ଗ ଶାଗ, ଭେଣ୍ଡି, ଲେଉଟିଆ ଶାଗ, ବ୍ରୋକୋଲି, ମୂଳା ଶାଗ ଇତ୍ୟାଦିରୁ ପ୍ରଚୁର ପରିମାଣର କ୍ୟାଲସିୟମ ମିଳିଥାଏ। ସାଧାରଣ ଜୀବନରେ ମଧ୍ୟାହ୍ନ ସମୟରେ ଏହାକୁ ରାନ୍ଧି ଖାଇବା ଏକାନ୍ତ ଆବଶ୍ୟକ।

ଅଁଳା, ଟମାଟୋ ,ପିଜୁଳି, କମଳା, ଅମୃତଭଣ୍ଡା, ଆତ ଇତ୍ୟାଦି ଫଳ ଖାଇବା ଦ୍ୱାର ଶରୀରରେ ମଧ୍ୟ କ୍ୟାଲସିୟମ ମାତ୍ରା ବଢ଼ିଥାଏ। ଟମାଟୋରେ ପ୍ରଚୁର ମାତ୍ରାରେ ଭିଟାମିନ, କ୍ୟାଲସିୟମ ଏବଂ ଲାଇକୋପିନ ରହିଥାଏ ଯାହାକି ଶରୀର ପାଇଁ ବହୁତ ଭଲ ଅଟେ। ଏହା ହାଡ଼ ଶକ୍ତ କରିବା ସହିତ ବିଭିନ୍ନ ରୋଗରୁ ଭଲ କରିଥାଏ।

ଶୁଷ୍କ ଫଳ ମଧ୍ୟରେ ବାଦାମ, ଖଜୁରୀରେ ଅଧିକ ପରିମାଣର କ୍ୟାଲସିୟମ ରହୁଥିବାରୁ ଏହାକୁ ଖାଇବା ଆବଶ୍ୟକ। ଏହାକୁ ଘରେ ଅତି ସହଜରେ ଖାଇବା ପାଇଁ ରାନ୍ଧିବାରେ ପ୍ରସ୍ତୁତ କରାଯାଇ ପାରିବ। କାବୁଲି ବୁଟ, ଖସା, ସୋୟାବିନ ଆଦିରେ ମଧ୍ୟ କ୍ୟାଲସିୟମ ଭରପୁର ମାତ୍ରାରେ ରହିଥାଏ। ଆମିଷ ସେବନ କରନ୍ତୁ ନାହିଁ। ଡାକ୍ତରଙ୍କ ପରାମର୍ଶ ନେଇ ଖାଦ୍ୟ ଖାଆନ୍ତୁ।