September 8, 2024

Odia Express

Leading Odia News Portal of Odisha

ଅନେକ ରୋଗରୁ ମୁକ୍ତି ଦେବ ଜାମୁକୋଳି,ଜାମୁକୋଳି ମଞ୍ଜି ଭଲ କରିଥାଏ ଏହି ସବୁ ବଡ଼ ବଡ଼ ରୋଗ

ଆମ୍ଭେମାନେ ଆମ ନିଜର ଦୈନନ୍ଦିନ ଜୀବନରେ ଅନେକ ମାତ୍ର ଫଳ ଖାଇଥାଉ। ସମସ୍ତ ଫଳର ଭିନ୍ନ ଭିନ୍ନ ଗୁଣବତ୍ତା ରହିଛି। ସେଥିମଧ୍ୟରୁ ଜାମୁକୋଳି ଏକ ଏପରି ଫଳ ଯାହାରକି ବଜାରରେ ବହୁତ ଚାହିଦା। ଯେତେବେଳେ ଜଣେ ମହିଳା ଗର୍ଭାବସ୍ଥାରେ ଥାଏ ସେତେବେଳେ ତା ଶରୀରକୁ ଅନେକ ପୁଷ୍ଟିକର ଖାଦ୍ୟ, ଖାଦ୍ୟସାର, ଧାତୁସାର , ଭିଟାମିନ, ଲୌହ , କ୍ୟାଲସିୟମ ଏବଂ ଫଲିକ୍ ଏସିଡ ଆଦି ଆବଶ୍ୟକ ପଡିଥାଏ। ମାତୃ ଶରୀରରେ ଥିବା ଶିଶୁ ଗର୍ଭ ଦେଇ ସମସ୍ତ ପୋଷକ ନିଜ ଶରୀରକୁ ନେଇଥାଏ। ତେଣୁ ଶିଶୁ ପାଇଁ ଏହା ଜରୁରୀ ଅଟେ। ତେବେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇକି ଆସିଛୁ।

ଆଜିକାଲି ସମୟର ମୁଖ୍ୟ ସମସ୍ୟା ଉଚ୍ଚ ରକ୍ତଚାପ, ରକ୍ତହୀନତା ଶିଶୁ ଠାରୁ ଆରମ୍ଭ କରି ଗର୍ଭଧାରଣ କରିଥିବା ମହିଳା ଏବଂ ବୃଦ୍ଧ ବୃଦ୍ଧା ମାନଙ୍କୁ ମଧ୍ୟ ଗ୍ରାସ କରି ସାରିଛି। ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ଲାଗି ଜାମୁକୋଳି ଏକ ପ୍ରମୂଖ ଫଳ ଭିତରୁ ଗୋଟିଏ ଅଟେ।

ଶରୀରରେ ଲୌହ ଜାତୀୟ ପୋଷକ ଲୋହିତ ରକ୍ତ କଣିକା ପ୍ରସ୍ତୁତରେ ସାହାଯ୍ୟ କରେ। କିନ୍ତୁ ଶରୀରରେ ଏହାର ଅଭାବ ଦେଖାଦେଲେ, ତାହା ଶରୀର ଏବଂ ଗର୍ଭାବସ୍ଥାରେ ଥିବା ଶିଶୁ ପାଇଁ କ୍ଷତିକାରକ ଅଟେ।

ଜଣେ ଗର୍ଭବତୀ ମହିଳା କିଛି ମାତ୍ରାରେ ଜାମୁକୋଳି ଖାଇଲେ ଶରୀରରେ ରକ୍ତହୀନତା ଦୂର ହେବା ସହିତ ଶରୀରରେ ଲୌହ ଅଂଶ ବୃଦ୍ଧି ପାଏ। ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଭୋଗୁଥିବା ମହିଳାମାନେ ଯଦି ଏହି ଜାମୁକୋଳି ସେବନ କରନ୍ତି, ତେବେ ତାଙ୍କ ଶରୀରର ରକ୍ତଚାପ ମାତ୍ର କମିବାକୁ ଲାଗେ ଏବଂ ଶରୀରର ସୁସ୍ଥ ରହେ।

ଏହାର ଖରାପ ପ୍ରଭାବ ଶିଶୁ ଉପରେ ପଡେ ନାହିଁ। ଯଦି ଉଚ୍ଚ ରକ୍ତଚାପ କାରଣରୁ ଡାକ୍ତର ସାଧାରଣ ନର୍ମାଲ ପ୍ରଶବ ପାଇଁ ମନା କରନ୍ତି, ତେବେ ଏହାର ପ୍ରତିକାର ସ୍ୱରୂପ ପୋଟାସିୟମ ମାତ୍ରା ଅଧିକ ଥିବା କାରଣରୁ ଜାମୁକୋଳି ଆବଶ୍ୟକ।

ଗର୍ଭବତୀ ମହିଳା ପଡେଲିଭରି ସମୟରେ ସୃଷ୍ଟି ହେଉଥିବା ପାଚକ ଜନିତ ସମସ୍ୟାର ସମାଧାନ ମଧ୍ୟ ଏହି ଜାମୁକୋଳିରେ ରହିଛି। ଫାଇବର ସାଧାରଣତଃ ପାଚନ କ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଗର୍ଭବତୀ ମହିଳାଙ୍କ ପ୍ରଶବ ସମୟର କଷ୍ଟ ଲାଘବ କରିଦିଏ। ଏହା ଗର୍ଭାବସ୍ଥାରେ ଶରୀରର ରୋଗକୁ ମୁକାବିଲା କରିବାର କ୍ଷମତା ବଢ଼ାଇ ଦେଇଥାଏ। କୋଷ୍ଟକାଠିନ୍ୟ ସମସ୍ୟାକୁ ବି ଜାମୁକୋଳି ଭଲ କରିଥାଏ।

ଜାମୁକୋଳି ଶରୀର ଦୃଷ୍ଟିକୁ ଅଧିକ ପ୍ରଖର କରିବା ସହିତ ଶିଶୁକୁ ମଧ୍ୟ ଠିକ କରି ଦେଇଥାଏ। ଗର୍ଭାବସ୍ଥାରେ ଦେଖା ଦେଉଥିବା ଡାଇବେଟିସ ସମସ୍ୟା ମଧ୍ୟ ଜାମୁକୋଳି ଖାଇଲେ ଭଲ ହୋଇଯାଏ। ଡାଇବେଟିସ ରୋଗକୁ ବି ଜାମୁକୋଳି ନିୟନ୍ତ୍ରଣ କରିଥାଏ। ଏହାର ପତ୍ର ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସହାୟକ ହୋଇଥାଏ, ପତ୍ରକୁ ଚୋବାଇ ଖାଇବା ଦ୍ଵାରା ମାଢିର ସଂକ୍ରମଣ, ପାଟିରୁ ଆସୁଥିବା ଗ୍ୟାସ ଆଦି ଭଳି ସମସ୍ୟା ଦୂର ହୋଇଯାଇଥାଏ। ତେବେ ଏହାକୁ ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ଭାବେ ନିଅନ୍ତୁ।