September 8, 2024

Odia Express

Leading Odia News Portal of Odisha

ସ୍ବଭାବିକ ଠାରୁ କମ ବର୍ଷା, ରୁଆଁ ଜାଗାରେ ପକାଯାଉଛି ତଳି

ଚାଷ ପାଇଁ ଉଚିତ ପରିମାଣରେ ବର୍ଷା ନିହାତି ଭାବରେ ଆବଶ୍ୟକ ଅଟେ। ହେଲେ ଚାଷ କାମ ବାଲେଶ୍ବର ଜିଲ୍ଲାରେ ଡେରିରେ ହେଉଛି ବୋଲି ଏକ ରିପୋର୍ଟରୁ ଜଣା ଯାଇଛି। କେତେକ ଜାଗାରେ ବର୍ଷା ହେବା ସହ ଆଉ କେତେକ ଜାଗାରେ ଉଚିତ ପରିମାଣରେ ବର୍ଷା ନ ହେବା କାରଣରୁ ଚାଷୀ ଏଯାଏ ତଳି ପକେଇବା କାମ ଠିକ ଭାବରେ ଶେଷ କରିପାରିନାହାନ୍ତି। ପୂର୍ବ କିଛି ଦିନ ହେବ ବର୍ଷା ହେଉଥିଲା ହେଲେ ଏବେ ବର୍ଷା ପ୍ରାୟ କମ।

ତେବେ ଏକ ସ୍ପେଶାଲ ରିପୋର୍ଟକୁ ଆଧାର କଲେ ଯାହା ଜଣାଯାଇଛି କି ସ୍ବଭାବିକ ଠାରୁ ୫୮ ପ୍ରତିଶତ କମ ବର୍ଷା ଏହି ବର୍ଷ ରେକର୍ଡ କରାଯାଇଛି। ତେବେ ବାଲେଶ୍ବରରେ ଏହି ବର୍ଷ କମ ବର୍ଷା ହେଇଛି ବୋଲି ରେକର୍ଡ କରାଯାଇଛି। ୫୮ ପ୍ରତିଶତ ବର୍ଷା କମ ହେବା କାରଣରୁ ଚାଷ କାର୍ଯ୍ୟରେ ବିଳମ୍ବ ହେଉଛି।

ଚାଷୀଙ୍କ ମତାନୁସାରେ ଏବେ ରୁଆଁ ପ୍ରାୟ ଆରମ୍ଭ ହୋଇଯିବା କଥା ହେଲେ ଏବେ ତଳି ପଡୁଛି। ଚାଷୀ ହଇରାଣ ହେଉଛନ୍ତି ବୋଲି ସେ କହିଛନ୍ତି। ତେବେ ଆପଣଙ୍କୁ ଜଣାଇଦେବୁ କି କିଛି ଦିନ ହେବ ରାଜ୍ୟରେ କେତେକ ସ୍ଥାନମାନଙ୍କରେ ବର୍ଷା ହେଉଥିଲା ହେଲେ ବାଲେଶ୍ବର ଜିଲ୍ଲାରେ ସ୍ବଭାବିକ ଠାରୁ ୫୮ ପ୍ରତିଶତ କମ ବର୍ଷା ହେବା କାରଣ ପାଇଁ ଚାଷ କାର୍ଯ୍ୟରେ ବିଳମ୍ବ ହେଉଛି ବୋଲି ଜଣାଯାଉଛି।

ଚାଷୀ ଭାଇଙ୍କ କଥାକୁ ଆଧାର କଲେ ବର୍ଷା ଠିକ ଭାବେ ନ ହେବା କାରଣରୁ ଚାଷ କାର୍ଯ୍ୟରେ ଡେରି ହେଇଚି। ତଳି ପକାଇ ସାରି ଏବେ ପ୍ରାୟ ରୁଆଁ କାର୍ଯ୍ୟ ପାଇଁ ପ୍ରସ୍ତୁତି ହେବା କଥା ହେଲେ ତଳି ପକା କାର୍ଯ୍ୟ ପ୍ରାୟ ସମାପ୍ତ ହୋଇପାରିନାହିଁ। ତେବେ ଯାହା ଜଣାଯାଉଛି ଆଗାମୀ ୬ ତାରିଖ ପରେ ବର୍ଷା ହେବାର ସମ୍ଭାବନା ଅଛି।