September 8, 2024

Odia Express

Leading Odia News Portal of Odisha

କାନ୍ଧ ଯନ୍ତ୍ରଣା ହେଉଛି କି? ଜାଣିରଖନ୍ତୁ କଣ କରିବେ ଏବଂ କଣ କରିବେ ନାହିଁ

ଦିନକୁ ଦିନ ଜୀବନ ଆଗକୁ ଯିବା ସହିତ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଭାବେ ଆବଶ୍ୟକ ଅଟେ। ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବା ଭୁଲ ଅଟେ। ଶରୀର ଭଲ ରହିଲେ ଆକ୍ଟିଭନେସ ରୁହେ, କାର୍ଯ୍ୟ କରିବା ପାଇଁ ଆଗ୍ରହ ହୁଏ। ତେବେ ଆଜି ଏକ ଏମିତି ବିଷୟ ଆମେ ଆଣିକି ଆସିଛୁ ଯାହାକୁ ଜାଣିବା ଦରକାର ଅଟେ। ସେହି ବିଷୟଟି ହେଉଚି କାନ୍ଧ ଯନ୍ତ୍ରଣା। କାନ୍ଧ ଯନ୍ତ୍ରଣା ଏକ ବଡ଼ ସମସ୍ୟା ଅଟେ। ଏହାକୁ ସମୟ ଥାଉ ଥାଉ ସତର୍କତା ସହିତ ଉଚିତ ଭାବେ ଭଲ କରିବା ଆବଶ୍ୟକ। ତେବେ ଠିକ ଫିଜିଓଥେରାପି ଓ ଉଚିତ ଖାଦ୍ୟପେୟ ଦ୍ଵାରା କାନ୍ଧ ଯନ୍ତ୍ରଣାକୁ ନିୟନ୍ତ୍ରଣ କରାଯାଇପାରିବ।

ଅନେକ ଗୁଡିଏ କାରଣ ପାଇଁ କାନ୍ଧରେ ଯନ୍ତ୍ରଣା ଅଥବା ସମସ୍ୟା ସୃଷ୍ଟି ହୋଇଥାଏ। ଯଦି ଆପଣ ଠିକ ଭାବେ ସତର୍କ ସହିତ କାର୍ଯ୍ୟ କରୁନାହାନ୍ତି କି ବଜାରରେ ମିଳୁଥିବା ଥଣ୍ଡା ପାନୀୟ ଆଦି ପିଉଛନ୍ତି ତେବେ ଏହାବି କାନ୍ଧ ଯନ୍ତ୍ରଣାର ମୁଖ୍ୟ କାରଣ ହୋଇପାରେ।

ଡାକ୍ତରଙ୍କ ଅନୁସାରେ ସୁପ୍ରାସ୍ପାଇଟିସ ଟେଣ୍ଡିନାଇଟିସର ଅର୍ଥ କାନ୍ଧ ଯନ୍ତ୍ରଣା ଅଧିକ ଭାବେ ହେବ। ଅଧିକ ସମୟ ପର୍ଯ୍ୟନ୍ତ ହାତ ଉଠାଇ କାମ କରୁଥିଲେ, ଯେମିତିକି ଘରର ରଙ୍ଗ ଯେଉଁମାନେ କରନ୍ତି, ଖେଳାଳିମାନେ ଇତ୍ୟାଦି। ଓଭର ହେଡ ଆକ୍ଟିଭିଟି ଯେଉଁମାନେ କରନ୍ତି ସେମାନଙ୍କୁ ଏହି ଯନ୍ତ୍ରଣା ହୋଇପାରେ। ସୁପ୍ରାସ୍ପାଇଟିସ ଟେଣ୍ଡିନାଇଟିସରେ ହାତ ଉପରକୁ ଉଠାଇଲେ କାନ୍ଧରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ। ଏପରି ସମସ୍ୟାକୁ ଫିଜିଓଥେରାପି ଦ୍ଵାରା ହିଁ ଠିକ କରିବା ଦରକାର ଅଟେ। ସାଧାରଣ ବ୍ୟାୟମ ଦ୍ଵାରା ଏହା ଠିକ ହେବାର ସମ୍ଭାବନା କମ ଅଟେ।

ଏପରି ଯନ୍ତ୍ରଣା ୪ ରୁ ୬ ସପ୍ତାହ ପର୍ଯ୍ୟନ୍ତ ରହିଥାଏ। ଡାକ୍ତରଙ୍କ ପରାମର୍ଶ ନେଇ ତାଙ୍କ କହିବା ଅନୁସାରେ କାନ୍ଧରେ ଧୀରେ ଧୀରେ ଏକ୍ସରସାଇଜ ପ୍ରତିଦିନ ଧୀରେ ଧୀରେ କରିବା ଦରକାର। ନିଜର ଲାଇଫଷ୍ଟାଇଲରେ ପରିବର୍ତ୍ତନ କରି ଏହା ଠିକ କରାଯାଇପାରିବ। ଡାକ୍ତରଙ୍କ ପରାମର୍ଶ ନେଇ ଭଲ ଫିଜିଓଥେରାପି ଏହାପାଇଁ ଦରକାର ଅଟେ।

ଯଦି ଏପରି ଯନ୍ତ୍ରଣା ଆପଣଙ୍କୁ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ଯଥାଶୀଘ୍ର ପାରିବେ କରନ୍ତୁ ଏବଂ ଅଧିକ ସମୟ ବିଶ୍ରାମ ନିଅନ୍ତୁ। ଗ୍ରେଡ ୧, ଗ୍ରେଡ ୨, ଗ୍ରେଡ ୩ ଏହି ୩ଟି ଷ୍ଟେଜର ଏହି ଟିଅର ହୋଇଥାଏ।

Leave a Reply

Your email address will not be published. Required fields are marked *