September 8, 2024

Odia Express

Leading Odia News Portal of Odisha

IND vs SA: ରୋମାଞ୍ଚକ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଚମ୍ପିୟନ ହେଲା ଟିମ ଇଣ୍ଡିଆ

ଦୀର୍ଘ ଦିନପରେ ଟିମ ଇଣ୍ଡିଆ ହେଲା କ୍ରିକେଟର ବିଶ୍ୱକପ ଚମ୍ପିୟନ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ରଚିଲା ଇତିହାସ। ୨୦୦୭ ପରେ ୨୦୨୪ ରେ ଟି-୨୦ ବିଶ୍ୱକପ ଜିତିଲା ଭାରତୀୟ ଦଳ। ପାଖାପାଖି ୧୩ବର୍ଷ ପରେ ଭାରତୀୟ ଦଳ ବିଶ୍ୱକପ ଜିତିବାର ସ୍ୱାଦ ଚାଖିଲ। ୨୦୦୭ ରେ ଟିମ ଇଣ୍ଡିଆ ଧୋନୀଙ୍କ କ୍ୟାପଟେନସିରେ ଜିତିଥିଲା ଓ ୨୦୨୪ ରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ହୋଇଛି ଚମ୍ପିୟନ।

ଭାରତୀୟ ଦଳ ୭ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଛି। ଏକ ଜବରଦସ୍ତ ମୁକାବିଲା ବାରବାଡୋସରେ ଖେଳାଯାଇଥିଲା। ଆଗ ବ୍ୟାଟିଂ କରି ଟିମ ଇଣ୍ଡିଆ ନିର୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୬ ରନ କରିଥିଲା ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଦଳ ୮ଟି ୱିକେଟ ହରାଇ ୧୬୯ ରନ ହିଁ କରିପାରିଥିଲା।

ଭାରତୀୟ ଦଳ ପକ୍ଷରୁ ବିରାଟ କୋହଲି ତାଙ୍କର ଜବରଦସ୍ତ ପରି ଦଳ ପାଇଁ ଖେଳିଥିଲେ। ସେ ପ୍ଲେୟର ଅଫ ଦି ମ୍ୟାଚ ହୋଇଥିଲେ। କୋହଲି ୫୯ ବଲରେ ୭୬ ରନ କରିଥିଲେ। ସେ ୬ଟି ଚଉକା ଓ ୨ଟି ଛକା ଲଗାଇଥିଲେ। ଯଶପ୍ରୀତ ବୁମରା ପ୍ଲେୟର ଅଫ ଦି ସିରିଜ ହୋଇଥିଲେ। ସେ ଫାଇନାଲ ମ୍ୟାଚରେ ବି ଆକର୍ଷଣୀୟ ବୋଲିଂ କରିଥିଲେ। ସେ ୪ ଓଭରରେ ୧୮ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ଳାସେନ ଜବରଦସ୍ତ ପାରି ଖେଳିଥିଲେ। ସେ ୨୭ ବଲରେ ୫୨ ରନ କରିଥିଲେ। ଡେଭିଡ ମିଲର ୧୭ ବଲରେ ୨୧ ରନ କରିଥିଲେ।

ଭାରତୀୟ ଦଳ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ୩ ଓଭର ବୋଲିଂ କରି ୨୦ ରନ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ। ଅନେକ ବର୍ଷ ପରେ ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ନିଜର ଜଲୱା ଦେଖାଇ ଚମ୍ପିୟନ ହୋଇଛି।

ଫର୍ମରେ ନଥିବା ବିରାଟ ଫାଇନାଲ ମ୍ୟାଚରେ କମାଲ କରିଥିଲେ। ସେ ଦଳ ପାଇଁ ଏକ ସୁନ୍ଦର ଓ ଆକର୍ଷଣୀୟ ପାରି ଖେଳିଥିଲେ। ଶେଷରେ ରୋହିତ ଶର୍ମା ସବୁ ଖେଳାଳିମାନଙ୍କର ଓ ସପୋର୍ଟ ଷ୍ଟାଫ ମାନଙ୍କର ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *