September 8, 2024

Odia Express

Leading Odia News Portal of Odisha

ବଡ଼ ଅପଡେଟ: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ପୁଣି ବଦଳିପାରେ ସ୍କୁଲ ୟୁନିଫର୍ମ!

ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ବିଶେଷ ରିପୋର୍ଟକୁ ଆଧାର କରି ଯାହା ପରିଲକ୍ଷିତ କରାଯାଇଛି କି ବଦଳିପାରେ ସ୍କୁଲର ଛାତ୍ରଛାତ୍ରୀଙ୍କ ୟୁନିଫର୍ମ। ସବୁଜ ରଙ୍ଗର ପରିବର୍ତ୍ତନ କରାଯିବ ଓ ଲାଗୁ ହୋଇପାରେ ନୂଆ ଢଙ୍ଗର ୟୁନିଫର୍ମ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସାରାକୁ ଆଧାର କରି କରାଯାଉଛି ଅନୁମାନ।

ଗତ ବର୍ଷ ବଦଳିଥିଲା ନବମ ଓ ଦଶମ ପିଲାଙ୍କ ୟୁନିଫର୍ମ, କଣ ପୁଣି ବଦଳିବ ୟୁନିଫର୍ମ? ଗାଢ଼ ନୀଳ ରଙ୍ଗକୁ ଚେଞ୍ଜ କରାଯାଇ ନୂଆ ରଙ୍ଗର ଅଥବା ସବୁଜ ପ୍ୟାଣ୍ଟ ସହିତ ସବୁଜ ଓ ଧଳା ରଙ୍ଗର ଚେକ ସାର୍ଟ କରାଯାଇଥିଲା। ତେବେ ଏହି ୟୁନିଫର୍ମରେ ଲେଖାହୋଇଥିଲା “ଆମେ ଗଢ଼ିବୁ ନୂଆ ଓଡିଶା”। ଆପଣଙ୍କୁ କହିରଖିବୁ କି ଇଲେକ୍ସନ୍ସରେ ବିଜେପି ଜିତିଯାଇଛି। ତେବେ ସ୍କୁଲ ୟୁନିଫର୍ମକୁ ନେଇ ସୃଷ୍ଟି ହେଉଚି ଆଲୋଚନା।

କହିରଖିବୁ କି ୨୦୨୩ ମସିହାରେ ୯ମ ଓ ୧୦ମ ଶ୍ରେଣୀର ପିଲାମାନଙ୍କର ୟୁନିଫର୍ମର ଢାଞ୍ଚା ବଦଳିଥିଲା ନୂଆ ରଙ୍ଗରେ ପରିଲକ୍ଷିତ ହୋଇଥିଲା ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ। ତେବେ ଜଣାଇଦେବୁ କି ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପୋଷାକ ସ୍କୁଲରେ ଯୋଗାଇ ଦିଆଯାଏ।

ନିର୍ବାଚନ ପରେ ପୁଣି ଥରେ ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କର ୟୁନିଫର୍ମ ଚେଞ୍ଜକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ମତାନୁସାରେ ଯଦି ଦଳୀୟ ସ୍ୱାର୍ଥକୁ ଲକ୍ଷ୍ୟ ରଖି ୟୁନିଫର୍ମର ରଙ୍ଗ କରାଯାଇଥାଏ ତେବେ ଏହା ଚେଞ୍ଜ କରାଯିବା ଆବଶ୍ୟକ ଅଟେ। ତେବେ ଏହି କଥାରୁ ଯାହା ଅନୁମାନ କରାଯାଉଛି କି ପୁଣି ଥରେ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ଡ୍ରେସ କୋର୍ଡ଼ର ଢାଞ୍ଚା ବଦଳିପାରେ।

ତେବେ ଆହୁରି ମଧ୍ୟ ଏକ ତଥ୍ୟରୁ ଜଣାଯାଉଛି କି ପ୍ରାଇମେରୀ ସ୍କୁଲ ପିଲାଙ୍କ ଡ୍ରେସ କୋର୍ଡ଼ ଯେମିତି ଥିଲା ସେପରି ଭାବରେ ରହିବ ହେଲେ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ୟୁନିଫର୍ମରେ ବଡ଼ ଅଦଳ ବଦଳ ହେବାର ରହିଚି ସମ୍ଭାବନା। ତେବେ ଏହାକୁ ନେଇ କଣ ନିଷ୍ପତ୍ତି ଆସୁଛି ତାହା ଆଗକୁ ଜଣାଯିବାର ଅଛି।

Leave a Reply

Your email address will not be published. Required fields are marked *