September 8, 2024

Odia Express

Leading Odia News Portal of Odisha

ବନ୍ଦ ହେବ ମଦ, ଓଡିଶା ହେବ ମଦ ମୁକ୍ତ ରାଜ୍ୟ ?ବିଭାଗୀୟ ମନ୍ତ୍ରୀଙ୍କ ଏହି ବୟାନ ପାଲଟିଛି ଚର୍ଚ୍ଚାର ବିଷୟ

ଭାରତ ବର୍ଷରେ ସରିଯାଇଛି ଇଲେକେସନ। ଓଡ଼ିଶାରେ ଅନେକ ବର୍ଷ ହେବ ବିଜେଡି ପରେ ବିଜେପି ଆଗକୁ ଆସିଛି। ତେବେ ଏକ ବିଶେଷ ରିପୋର୍ଟକୁ ଆଧାର କରି ଯାହା ଜଣାଯାଉଛି କି ଓଡ଼ିଶାରେ ବନ୍ଦ ହେବ କି ମଦ? କଣ ଓଡିଶା ହେବ ମଦ ମୁକ୍ତ ରାଜ୍ୟ? ପଢ଼ନ୍ତୁ ଆମର ଏହି ସ୍ପେଶାଲ ରିପୋର୍ଟ।

ବନ୍ଦ ହେବ ନିଶା କାରବାର, ରାଜ୍ୟରେ ହେବ ନୋ ଆଲକୋହଲ! ଦେଶରେ ଅନେକ ରାଜ୍ୟରେ ମଦକୁ ନେଇ ରୋକ ଲଗାଇବା ପାଇଁ ବିତର୍କ ଚାଲିଛି ଓଡିଶା ମଧ୍ୟ ପଛରେ ନାହିଁ। ତେବେ ମନ୍ତ୍ରୀ ନିତ୍ୟାନନ୍ଦ ଯିଏକି ସାମାଜିକ ଓ ସୁରକ୍ଷା ମନ୍ତ୍ରୀ ତାଙ୍କ ବୟାନରେ ହଲଚଲ ହୋଇଛି “ମଦ ବନ୍ଦ ନ୍ୟୁଜ”। ଓଡିଶାକୁ ମଦ ମୁକ୍ତ କରିବା ପାଇଁ ଆଗେଇ ଆସିଛନ୍ତି ମନ୍ତ୍ରୀ।

ବିଭାଗୀୟ ମନ୍ତ୍ରୀଙ୍କ ଏହି ବୟାନ ପାଲଟିଛି ଚର୍ଚ୍ଚାର ବିଷୟ। ଆନ୍ତର୍ଜାତୀୟ ନିଶା ନିବାରଣ ଦିବସରେ ଏପରି ବୟାନ ଦେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ। ମନ୍ତ୍ରୀଙ୍କ ବୟାନକୁ ଆଧାର କଲେ ଜଣାଯାଉଛି ଯେ ସେ ଉଚିତ କଥା କହିଛନ୍ତି।

ତାଙ୍କ ମତାନୁସାରେ ନିଶା ଦ୍ଵାରା କଳୁଷିତ ହେଉଛି ସମାଜ। ଅନେକ ରାଜ୍ୟରେ ସରକାରୀ ସ୍ତରରେ ମଦକୁ ରୋକ କରାଯାଇଚି। ମଦ ଉପରେ ରୋକ ଲଗାଇବା ପାଇଁ ବି ଓଡିଶା ସରକାର ପ୍ରୟାସ କରିବେ। ତେବେ ଏକ ବିଶେଷ ରିପୋର୍ଟକୁ ଆଧାର କରି ଜଣାଯାଇଛି ଯେ ମନ୍ତ୍ରୀ କହିଛନ୍ତି କି ଅବକାରୀ ସମେତ ଅନେକ ବିଭାଗ ସହ ଆଲୋଚନା କରିବା ପରେ ପରେ ଧୀରେ ଧୀରେ ଆକ୍ସନ ନିଆଯିବ।

ମନ୍ତ୍ରୀ ଆଗକୁ କହିଲେ କି ଓଡିଶା ରାଜ୍ୟରେ ଯେଉଁପରି ଭାବରେ ନିଶାର ବ୍ୟବହାର କରାଯାଉଛି ତାହାକୁ ଆଗାମୀ ଦିନମାନଙ୍କରେ କିପରି ଭାବରେ କମାଯାଇପାରିବ ତାହାପାଇଁ ସରକାର ଆକ୍ସନ ନେବେ। ଓଡିଶା ରାଜ୍ୟର କିପରି ଭାବେ ମଦ ବନ୍ଦ କରାଯିବ ତାହାପାଇଁ ସରକାର କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ କହିଥିଲେ। ଗୁଜରାଟ ଓ ବିହାର ପରି ଓଡିଶାରେ ଲାଗିବ କି ମଦ ଉପରେ ରୋକ?

ତେବେ ବାସ୍ତବରେ ମନ୍ତ୍ରୀଙ୍କ ବୟାନ ଉଚ୍ଚକୋଟୀର ଅଟେ। ନିଶା ଯୋଗୁଁ ଅନେକ ପରିବାର ଭିତରେ ଝଗଡା ଆଦି ସୃଷ୍ଟି ହେଉଛି। ନିଶା ବନ୍ଦ ନିମନ୍ତେ ମନ୍ତ୍ରୀଙ୍କ ପ୍ରସ୍ତାବ ଗ୍ରହଣୀୟ ଅଟେ ।

Leave a Reply

Your email address will not be published. Required fields are marked *