September 12, 2024

Odia Express

Leading Odia News Portal of Odisha

ଟି୨୦ ବିଶ୍ୱକପ ରେ କିଏ ପିନ୍ଧିବି ବିଜୟ ର ମହାମୁକୁଟ ! ଇଂଲଣ୍ଡ କୁ ଧୂଳି ଚଟେଇବାକୁ ଇଣ୍ଡିଆ ର ଜୋରଦାର ପ୍ରୟାସ

ଟି-୨୦ ବିଶ୍ୱକପରେ ଆଉ ଏକ ରୋମାଞ୍ଚକ ମ୍ୟାଚ ଭାରତ ଓ ଇଂଲଣ୍ଡ ଭିତରେ, ୱେଷ୍ଟଇଣ୍ଡିଜରେ ଖେଳାଯାଇଥିଲା। ଦୁଇ ଦଳ ପକ୍ଷରୁ ଜବରଦସ୍ତ ଖେଳର ପ୍ରଦର୍ଶନ ହୋଇଥିଲା ହେଲେ ଶେଷରେ ଭାରତୀୟ ଦଳ ଏହି ମ୍ୟାଚରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଯାଇଛି। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବ ଟିମ ଇଣ୍ଡିଆ।

ଭାରତ ଓ ଇଂଲଣ୍ଡ ଭିତରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ଆଗ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୧ ରନ କରିବାରେ ସଫଳ ରହିଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୫୭ ରନର ପାରି ଖେଳିଥିଲେ। ସେ ୩୯ ବଲରେ ୬ଟି ଚଉକା ଓ ୨ଟି ଛକା ଲଗାଇଥିଲେ।

ବିରାଟ କୋହଲି ଗୋଟିଏ ଛକା ସହ ୯ ରନ କରି ଆଉଟ ହେବା ପରେ ରୋହିତ ଓ ପନ୍ତ ଦଳର ରନ ଗତିକୁ ଆଗକୁ ନେଇଥିଲା। ରୋହିତ ଗୋଟିଏ ପଟୁ ଆକର୍ଷଣୀୟ ସର୍ଟସ ଖେଳୁଥିଲେ। ଫ୍ଲିକ କରିବାକୁ ଯାଇ ପନ୍ତ ୪ ରନ କରି ସାମ କରନଙ୍କ ବଳରେ ଆଉଟ ହୋଇଯାଇଥିଲେ।

ପନ୍ତଙ୍କ ପରେ ସୂର୍ଯ୍ୟ କୁମାର ବ୍ୟାଟିଂ ଆସି ରୋହିତଙ୍କ ସହ ମିଶି ଦଳର ସ୍କୋରକୁ ବଢ଼ାଇଥିଲେ। ଦୁହେଁ ଇଂଲଣ୍ଡ ବୋଲରଙ୍କୁ ସାମ୍ନା କରି ଦଳକୁ ଆଗେଇ ନେଇଥିଲେ। ସୂର୍ଯ୍ୟ କୁମାର ୩୬ ବଲରେ ୪୭ ରନ କରି ଆଉଟ ହୋଇଯାଇଥିଲେ।

ହାର୍ଦିକ ପାଣ୍ଡ୍ୟା ଛୋଟ ହେଲେ ବି ଗୁରୁତ୍ୱପୂର୍ଣ୍ଣ ପାରି ଖେଳିଥିଲେ। ସେ ୧୩ ଟି ବଲରେ ୨ଟି ଛକା ଓ ଗୋଟିଏ ଚଉକା ଲଗାଇ ୨୩ ରନର ପାରି ଖେଳିଥିଲେ। ଦୁବେ ପ୍ରଥମ ବଲରେ ଆଉଟ ହୋଇଯାଇଥିଲେ। ନିର୍ଧାରିତ ୨୦ ଓଭରରେ ଟିମ ଇଣ୍ଡିଆ ୧୭୨ ରନର ଲକ୍ଷ୍ୟ ଇଂଲଣ୍ଡ ଦଳକୁ ଦେଇଥିଲା।

ଇଂଲଣ୍ଡ ଦଳ ପକ୍ଷରୁ ଜୋସ ବଟଲର ୨୩, ହ୍ୟାରି ବୃକ୍ସ ୨୫, ଆର୍ଚ୍ଚର ୨୧ , ଲିଆମ ଲିଭିଙ୍ଗଷ୍ଟନ ୧୧ ରନ କରିଥିଲେ। ଆଉ କେହି ବ୍ୟାଟ୍ସମାନ ଦୁଇ ଅଙ୍କ ବିଶିଷ୍ଟ ରନ କରିବାରେ ସଫଳ ହୋଇପାରିନଥିଲେ।

ଟିମ ଇଣ୍ଡିଆର ବୋଲର ଦୃଢ଼ତାର ସହ ବୋଲିଂ କରିଥିଲେ, ଯାହାଫଳରେ ଇଂଲଣ୍ଡ ଦଳ ୧୦୩ ରନରେ ଅଲଆଉଟ ହୋଇଯାଇଥିଲା। ଭାରତୀୟ ଦଳର ବୋଲରଙ୍କ ପକ୍ଷରୁ କୁଲଦୀପ ଯାଦବ ଓ ଅକ୍ଷର ପଟେଲ ୩ଟି ଲେଖାଏଁ ୱିକେଟ ନେଇ ଦଳକୁ ଫାଇନାଲକୁ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଜବରଦସ୍ତ ବୋଲିଂ ଓ ବ୍ୟାଟିଂ ପାଇଁ ଅକ୍ଷର ପଟେଲ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *