September 12, 2024

Odia Express

Leading Odia News Portal of Odisha

ବବିଙ୍କ ସରକାରୀ ଘରେ ଭଙ୍ଗାରୁଜା ତେବେ କାହିଁକି ଭଙ୍ଗାରୁଜା ଚାଲିଛି ଏବଂ ଅଣ୍ଡରଗ୍ରାଉଣ୍ଡରେ କ’ଣ ଚାଲିଥିଲା ! ବବି ଦାସ କହିଲେ ତମକୁ ସଦ୍ ବୁଦ୍ଧି ମିଳୁ !

ଭଙ୍ଗା ଚାଲିଛି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ସରକାରୀ କ୍ବାର୍ଟର୍ସ । ଭୁବନେଶ୍ବର ସ୍ଥିତ ସରକାରୀ ଆବାସ ଭିତରେ ଥିଲା ବିଶାଳ ଆଲିଶାନ୍ ବଙ୍ଗଳା। ବବି ଦାସଙ୍କ ସରକାରୀ ବାସଭବନରୁ ଏକ୍ସକ୍ଲୁସିଭ୍ ଚିତ୍ର । ସରକାରୀ କ୍ବାର୍ଟର ଅଣ୍ଡରଗ୍ରାଉଣ୍ଡରେ ବବି ଦାସଙ୍କ ଆଲିସାନ ବଙ୍ଗଳା । ବଙ୍ଗଳା ଭିତରେ ଅତ୍ୟଧୁନିକ ସୁବିଧା ସହ ରହିଛି ପଞ୍ଚତାରକା ହୋଟେଲ ଭଳି ସୁବିଧା ।

କୋଟି କୋଟି ଟଙ୍କାରେ ତିଆରି ହୋଇଥିଲା ବଙ୍ଗଲାବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । କହିଲେ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି କିଛି ଗଣମାଧ୍ୟମ । ବଙ୍କର କରାଯାଇଥିବା ନେଇ ଖବର ପ୍ରକାଶ ପାଉଛି । ଯାହା ସଂପୂର୍ଣ୍ଣ ଭାବେ ମିଥ୍ୟା ବୋଲି କହିଛନ୍ତି ପ୍ରଣବ। ସେହିଭଳି କିଛି ଗଣମାଧ୍ୟମକୁ ସଦବୁଦ୍ଧି ମିଳୁ।

ମୋତେ କ୍ବାର୍ଟର ଛାଡ଼ିବା ପାଇଁ ୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି ଓ ୧୫ ତାରିଖ ଯାଏଁ ହାତରେ ସମୟ ଅଛି । ସରକାରୀ କ୍ବାର୍ଟର ଯେଉଁଭଳି ନିଆଯାଇଥାଏ ସେଭଳି ଫେରାଯାଏ । ମୁଁ କିଛି ଅସ୍ଥାୟୀ ନିର୍ମାଣ କରିଥିଲି, ଲୋକଙ୍କ ଅଭିଯୋଗ ଶୁଣାଣି ଓ ସୁବିଧା ପାଇଁ ।’ ସେଗୁଡିକୁ ଭାଙ୍ଗିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ

 

Leave a Reply

Your email address will not be published. Required fields are marked *