September 12, 2024

Odia Express

Leading Odia News Portal of Odisha

୩୦ ଏପ୍ରିଲ ୨୦୨୩ ରବିବାର,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ବଡ ଖୁସି ର ଖବର ଆସୁଛି

ମେଷ ରାଶି:- ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ହୋଇପାରେ।ସେଥିପ୍ରତି ସାବଧାନ ରୁହନ୍ତୁ। ବାଣିଜ୍ୟ ବ୍ୟବସାୟରେ ଲାଭ ହେବ। ସମାଜ ସେବା କିମ୍ବା ରାଜନୀତି ପାଇଁ ସମୟ ଉତ୍ତମ ଓ ଅନୁକୂଳ ରହିବ। ସ୍ବାସ୍ଥ୍ୟ ସମସ୍ୟା ଉତ୍ପନ ହୋଇପାରେ।

ବୃଷ ରାଶିର ଲୋକଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। ପରିବାରରେ ହସଖୁସି ଲାଗି ରହିବ। ମନ ପ୍ରସନ୍ନ ରହିବ। ଭଗବାନଙ୍କ ନାମ ଜପ କରନ୍ତୁ, ତାଙ୍କ ଦୟାରୁ ଆୟ ବୃଦ୍ଧି ହେବ।

ମିଥୁନ ରାଶିର ବ୍ୟକ୍ତିମାନେ ସମସ୍ତଙ୍କ ପ୍ରିୟ ହେବେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ଭାଇ ଭଉଣୀଙ୍କ ସହିତ ଆପଣ ସମୟ ବ୍ୟତୀତ କରିବେ। ଜୀବନସାଥିଙ୍କ ସହିତ ସମ୍ପର୍କ ସୁଦୃଢ ହେବ। ପରିବାରରେ ହସ ଖୁସିର ବାତାବରଣ ଲାଗି ରହିବ।

କର୍କଟ ରାଶିର ବ୍ୟକ୍ତିଙ୍କ କାର୍ଯ୍ୟକ୍ଷେତ୍ର ଓ କାର୍ଯ୍ୟ ଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ। ଆପଣଙ୍କ ମାନସମ୍ମାନରେ ମଧ୍ୟ ବୃଦ୍ଧି ଘଟିବ। ବିଦ୍ୟାର୍ଥୀମାନେ ସଫଳତା ପ୍ରାପ୍ତ କରିବେ।

ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ମାନସିକ ଚିନ୍ତା ଅନୁଭବ କରିବେ। ଭବିଷ୍ୟତ ତଥା ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାଶୀଳ ରହିବେ।ପରିବାରରେ ଖର୍ଚ୍ଚକୁ ନେଇ କିଛି ସମସ୍ୟା ଦେଖାଦେଇପାରେ।

କନ୍ୟା ରାଶିର ବ୍ୟକ୍ତିଙ୍କ କାର୍ଯ୍ୟରେ ଉନ୍ନତି ହେବ। ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିବେ। ଅଟକିଥିବା କାର୍ଯ୍ୟରେ ଗତି ଆସିବ। ପାରିବାରିକ ବାତାବରଣ ସୃଷ୍ଟି ହେବ।

ତୁଳା ରାଶିର ଲୋକଙ୍କ କାର୍ଯ୍ୟ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆସିବ। ନୂଆ ଉଦ୍ୟୋଗରୁ ଆପଣ ଲାଭବାନ ହେବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଖ୍ୟାତିର ବିସ୍ତାର ହେବ।

ବିଛା ରାଶିର ବ୍ୟକ୍ତିଙ୍କ ମନୋବଳରେ ବୃଦ୍ଧି ଘଟିବ। ଆପଣଙ୍କ ସମସ୍ତ କାର୍ଯ୍ୟ ସମୟରେ ପୂରଣ ହେବ। ଅଧିକାରୀ ବର୍ଗ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ। ପରିବାର ଲୋକଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ। ପ୍ରେମ ଜୀବନରେ ନୂଆ ଉତ୍ସାହ ଦେଖାଦେବ।

ଧନୁ ରାଶିର ବ୍ୟକ୍ତିମାନେ କାର୍ଯ୍ୟ କ୍ଷେତ୍ରରେ ବୁଝି ବିଚାରି କାର୍ଯ୍ୟ କରିବା ଆବଶ୍ୟକ। ଗୁପ୍ତ ଶତ୍ରୁ ଓ ବିରୋଧୀ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିପାରନ୍ତି।

ମକର ରାଶିର ବ୍ୟକ୍ତିମାନେ ବନ୍ଧୁଙ୍କ ସହ ମିଶି ଭବିଷ୍ୟତ ବିଷୟରେ ବିଚାର କରିବେ। ପାରିବାରିକ ଜୀବନରେ ହସଖୁସି ଲାଗି ରହିବ। ପରସ୍ପର ମଧ୍ୟରେ ସହଯୋଗ ପ୍ରେମ ଭାବ ବୃଦ୍ଧି ପାଇବ।

କୁମ୍ଭ ରାଶିର ବ୍ୟକ୍ତିଙ୍କ ବ୍ୟବସାୟରେ ଥିବା ସମସ୍ୟା ଦୂର ହେବ।ଜୀବନସାଥିଙ୍କ ସହଯୋଗ ପ୍ରାପ୍ତ ହେବ। ପିତାଙ୍କ ସହଯୋଗରୁ ଆପଣ ଲାଭବାନ ହେବେ।

ମୀନ ରାଶିର ବ୍ୟକ୍ତିମାନଙ୍କୁ ଉତ୍ତମ ଫଳ ପ୍ରାପ୍ତି ହେବ। ଆପଣଙ୍କ ଆତ୍ମବିଶ୍ବାସରେ ମଧ୍ୟ ବୃଦ୍ଧି ଘଟିବ। ପରିବାର ସହଯୋଗରୁ ନୂଆ ଯୋଜନା ଆପଣ ଆରମ୍ଭ କରିବେ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *