September 12, 2024

Odia Express

Leading Odia News Portal of Odisha

୧୫ ଏପ୍ରିଲ ୨୦୨୩ ଶନିବାର,ଆଜିର ରାଶିଫଳ,କେମିତି ରହିବ ଆଜି ଦିନ ଆପଣଙ୍କ ପାଇଁ,କାହା ପାଇଁ ରହିଛି ଭଲ ଖବର

ମେଷ ରାଶି:- ବିଦ୍ୟାର୍ଥୀ ଛାତ୍ରଛାତ୍ରୀ ମାନେ ଭବିଷ୍ୟତର ଆବଶ୍ୟକତା ଅନୁସାରେ କୌଶଳର ଚୟନ କରିବେ। ପାରିବାରିକ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ।ଜୀବନସାଥି ଆପଣଙ୍କ ସମସ୍ତ ପ୍ରୟାସରେ ଆପଣଙ୍କୁ ସମର୍ଥନ କରିବେ। ପ୍ରେମ ସମ୍ପର୍କରେ ଅଧିକ ଉପେକ୍ଷା ରହିବ।

ବୃଷ ରାଶି:- ବିଦ୍ୟାର୍ଥୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ଥିତି ବହୁତ ଭଲ ରହିବ। ଆପଣ କଠିନ ପରିଶ୍ରମ କରି ଉତ୍ତମ ଫଳ ପାଇବେ। ଭାଇ ଓ ଭଉଣୀଙ୍କ ସହିତ ସମ୍ପର୍କ ଦୃଢ଼ ହେବ। ପିତାମାତାଙ୍କ ଆଶୀର୍ବାଦରେ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ।

ମିଥୁନ ରାଶି:- ପାରିବାରିକ ଜୀବନରେ କୌଣସି ମତଭେଦ ହେବାର ସମ୍ଭାବନା ରହିଛି। ଆପଣ ପରିବାର ଓ ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିବେ। ଜୀବନ ସାଥିଙ୍କ ସହିତ ସମ୍ପର୍କ ବହୁତ ମଜଭୂତ ହେବ। ଆର୍ଥିକ ସ୍ଥିତି ଉତ୍ତମ ରହିବ କିନ୍ତୁ ଖରାପ ଉପାୟରେ ପ୍ରାପ୍ତ କରିଥିବା ଧନ ସମସ୍ୟା କରିପାରେ।

କର୍କଟ ରାଶି:- ପ୍ରତିଯୋଗୀ ପରୀକ୍ଷା ସମ୍ପର୍କିତ ଶୁଭ ସମାଚାର ପ୍ରାପ୍ତି ହେବ। ଶାନ୍ତ ମନରେ ନିଆଯାଇଥିବା ନିର୍ଣ୍ଣୟ ଆପଣଙ୍କୁ ସଫଳତା ପ୍ରଦାନ କରିବ। ପାରିବାରିକ ଜୀବନରେ ଆପଣ ଜୀବନସାଥିଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ସନ୍ତାନ ପକ୍ଷରୁ ଶୁଭ ସମାଚାର ପାଇ ପ୍ରସନ୍ନ ଅନୁଭବ କରିବେ।

ସିଂହ ରାଶି:- କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସମର୍ଥନ ଓ ସହଯୋଗ ପ୍ରାପ୍ତି ହେବ। ପାରିବାରିକ ଜୀବନରେ ପାରିବାରିକ ସମ୍ପତି ସମ୍ପର୍କିତ ବିବାଦର ସମାଧାନ ହେବ। ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତି ହେବ। ପ୍ରେମ ଜୀବନରେ କିଛି ସମସ୍ୟା ଦେଖାଯାଇପାରେ। ଆର୍ଥିକ ନିବେଶ ଉତ୍ତମ ଲାଭର ସ୍ଥିତି ଉତ୍ପନ କଟିବ।

କନ୍ୟା ରାଶି:- ଆଜି ଆପଣଙ୍କ ଅସମାପ୍ତ କାର୍ଯ୍ୟ ଗୁଡ଼ିକ ଶେଷ କରିବା ପାଇଁ ପ୍ରୟାସ କରନ୍ତୁ। ଆପଣଙ୍କୁ ଆଜି ମିଶ୍ରିତ ପରିଣାମ ପ୍ରାପ୍ତି ହେବ।

ତୁଳା ରାଶି:- ଆପଣ ନିଜର ବ୍ୟବସାୟର ବିସ୍ତାର କରିବାରେ ବିଶେଷଜ୍ଞଙ୍କ ପରାମର୍ଶ ନେବେ। ପାରିବାରିକ ଜୀବନ ସଂଘର୍ଶପୂର୍ଣ୍ଣ ରହିବ।

ବିଛା ରାଶି:- ଆପଣ ଶିକ୍ଷକଙ୍କ ସମର୍ଥନ ପାଇବେ। ଅନେକ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଲୋକମାନେ ଆପଣଙ୍କ ପ୍ରଶଂସା କରିବେ।

ଧନୁ ରାଶି:- ଆଜି ଆପଣଙ୍କ ବ୍ୟବସାୟରେ ଲାଭର ସ୍ଥିତି ଉତ୍ପନ୍ନ ହେବ। ନିବେଶ କରିବା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ।

ମକର ରାଶି:- ଆପଣ ନିଜର ବୁଦ୍ଧି ବଳରେ ବ୍ୟବସାୟରେ ଆସୁଥିବା ପରିବର୍ତ୍ତନ ଗୁଡ଼ିକୁ ଅନୁକୂଳ କରିବାରେ ସକ୍ଷମ ହେବେ।ଶୁଭ ସମାଚାର ପ୍ରାପ୍ତି ହେବ।

କୁମ୍ଭ ରାଶି:- କର୍ମ କ୍ଷେତ୍ରରେ କିଛି ଅପ୍ରୀତିକର ପରିସ୍ଥିତି ଦେଖାଯାଇପାରେ। କୌଣସି ନୂତନ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ ଓ ନିବେଶରୁ ଦୂରେଇ ରୁହନ୍ତୁ।

ମୀନ ରାଶି:- ବହୁ ପ୍ରତିକ୍ଷିତ ଶୁଭ ସମାଚାର ପାଇବାର ସମ୍ଭାବନା ରହିଛି। ଭବିଷ୍ୟତ ଯୋଜନା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ସହାୟକ ସିଦ୍ଧ ହେବ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *